ଆହ୍ବାନ ଇ-ପତ୍ରିକା ପାଠକୀୟ ମତାମତ

ଆପଣଙ୍କ ସୁଚିନ୍ତିତ ମତାମତ ଏଠାରେ ଦିଅନ୍ତୁ ୤ କ୍ଲିକ୍ କରନ୍ତୁ


ସାହିତ୍ୟ ଶ୍ରେଷ୍ଠ


ଉତ୍କର୍ଷ କଳା ର ଦେଶ ଉତ୍କଳ। ଓଡ଼ିଆ ସାହିତ୍ୟ ର ଏକ ବାସ୍ନା ରହିଛି। ତାକୁ ଆହ୍ବାନ ବଞ୍ଚାଇ ରଖିଛି।



Posted by ରିପୁନ୍ ଜୟ ମହାପାତ୍ର, on 12 Oct 2019


ଆଜିର ଆହ୍ୱାନ


ଡିଜିଟାଲ ଯୁଗର ଆହ୍ୱାନ କୁ ଆପଣଙ୍କ ଟିମ୍ ଲାଗିପଡିଛନ୍ତି, ସୁନ୍ଦର ଅଳଂକରଣ ବି ପତ୍ରିକା ପ୍ରକାଶ ନର ଏକ ଅଂଗ,ଅନ୍ୟାନ୍ୟ ରାଜ୍ୟ ସ୍ତରୀୟ ପତ୍ରିକା ଠୁ କମ୍ ନୁହେ ଭଲ ଲାଗୁଛି ପଢ଼ିବା କୁ।ଭବିଷ୍ୟତ ରେପ୍ରଥମ ଡିଜିଟାଲ ପତ୍ରିକା ର ଗୌରବ ପାଇବ ନିଶ୍ଚୟ, ଆଉଟିକେ ମେଡିଆ ପ୍ରସାର ଦରକାର।



Posted by ଦୁର୍ଗା ମାଧବ ମହାରଣା, on 13 Aug 2019


ଆଜିର ଆହ୍ୱାନ


ଡିଜିଟାଲ ଯୁଗର ଆହ୍ୱାନ କୁ ଆପଣଙ୍କ ଟିମ୍ ଲାଗିପଡିଛନ୍ତି, ସୁନ୍ଦର ଅଳଂକରଣ ବି ପତ୍ରିକା ପ୍ରକାଶ ନର ଏକ ଅଂଗ,ଅନ୍ୟାନ୍ୟ ରାଜ୍ୟ ସ୍ତରୀୟ ପତ୍ରିକା ଠୁ କମ୍ ନୁହେ ଭଲ ଲାଗୁଛି ପଢ଼ିବା କୁ।ଭବିଷ୍ୟତ ରେପ୍ରଥମ ଡିଜିଟାଲ ପତ୍ରିକା ର ଗୌରବ ପାଇବ ନିଶ୍ଚୟ, ଆଉଟିକେ ମେଡିଆ ପ୍ରସାର ଦରକାର।



Posted by ଦୁର୍ଗା ମାଧବ ମହାରଣା, on 13 Aug 2019


ମାସିକ ପତ୍ରିକା


ସାର୍ ଜୁଲାଇ ମାସର ପତ୍ରିକା କେବେ ପ୍ରକାଶିତ ହେବ?



Posted by ହରିଶ୍ ତାଣ୍ଡି, on 24 Jul 2019


ଭଲ କାମ ଟିଏ କରୁଛନ୍ତି ଏଣୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି I


ନିତି ଲେଖା ପଢା କଲେ ମୁଣ୍ଡ ଠିକ ରୁହେ I ଆତ୍ମବିଶ୍ଵାସ ବଡେ I ଭଲ କାମ ଟିଏ କରୁଛନ୍ତି ଏଣୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି I ଯୁଗ ସାଙ୍ଗେ ତାଳ ଦେଇ ମୁଁ ଚାଲି ପାରିଲି ନାହିଁ I କାଗଜରେ ଲେଖି ଛପାଇ ବହି କଲି I ଆଜି ସେ ବହିକୁ ସାଇତି ରଖିବା ଓ ବିକିବା ଏକ ପ୍ରକାର କଷ୍ଟ ହୋଇ ଯାଇଛି I ଏହା ଭିତରେ ବୟସ ବଢି ଦେହଟାକୁ ବୁଢା କରିଦେଇଛି I ମତଲବି ସାଥି ମାନେ ମୋତେ ଠକି ଧୋକା ଦେଇ ଚାଲିଗଲେଣି I ଏଣୁ ବୁଢାକାଳେ ଲେଖା ଲେଖି କମାଇ ନଈ ପଠାରେ ବରଗଛ ଲଗାଉଛି I ପୁରୀରେ ମୋ ବସା I ପୁରୀରେ ମୁଁ ବରଗଛ ଲଗାଉଥିଲି I ଏବେ ସହରରେ ଗଛ ଗାଈ ପାଇଁ ଜାଗା ନାହିଁ I ଏଣୁ ମୁଁ ନୂଆ ନଈ ପଠାକୁ ବୁଢା କାଳର ଖେଳ ପଡିଆ କରିଛି I ମୋ ଖେଳ କହିଲେ ବରଗଛ ଲଗାଇବାକୁ ବୁଝାଏ I ଗୋବର ପାଣି ଓ ଜିଆ ଦେଖି ଖୁସି ହେବାକୁ ପଡେ I ତୁଳସୀ ପଇଡ ପିଜୁଳି କୋଳି ଆଦି ଖାଈ ଖୋଲା ପଡିଆରେ ମଜା କରିବାକୁ ହୁଏ I ଆମର ଏହି କାମକୁ କିଛି ସହରିଆ ବାବୁ ମାନେ ଭଲ ପାଉଛନ୍ତି , ସେମାନେ ତାଙ୍କର ଗାଡି ଧରି ଏଠାକୁ ଆସୁଛନ୍ତି I ସାଙ୍ଗରେ ଆମ ମାନଙ୍କ ପାଇଁ କିଛି ଉପହାର ଆଣୁଛନ୍ତି I ସେମାନେ ଆମଙ୍କୁ ଉପହାର ଦେଇ ଖୁସି ହେଉଛନ୍ତି I ଆମେ ଗଛ ଲଗାଇବା ଲୋକେ ଉପହାର ପାଇ ଖୁସି ହେଉଛୁ I ଆମେ କଣ କରୁଛୁ ଥରେ ଦେଖିବାକୁ ଆସନ୍ତୁ I ଆପଣ ଯାହା ଦେଖିବେ ତାହା ଥରେ ଲେଖନ୍ତୁ I



Posted by ମନୁଭାଈ, on 22 Jun 2019


ଓଡ଼ିଶାର ଅଂଶ ଆହ୍ୱାନ


ଆହ୍ୱାନ ଏକ ପତ୍ରିକା ନୁହେଁ I ଓଡ଼ିଶାର ଏକ ଅଂଶ I ମାତୃଭାଷାକୁ ଜୀବିତ ରଖିବା ପାଇଁ ଉଚ୍ଚକୋଟୀର ସେବା I ଅତି ସୁନ୍ଦର ପ୍ରୟାସ, ମୂଲ୍ୟବାନ ଚିନ୍ତାଧାରା I ନୂଆ ଲେଖକ ଲେଖିକାଙ୍କ ପାଇଁ ପ୍ରଯୁଜ୍ୟ ମାଧ୍ୟମ I ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଗୌରବାନ୍ୱିତ ଓ ମାତୃଭୂମି ଓ ମାତୃଭାଷାକୁ ସମ୍ମାନିତ କରିଛି I ଦେଶ ବିଦେଶରେ ଥିବା ଓଡ଼ିଆ ଭାଇ ଭଉଣୀ ଆମ ଲେଖା ପଢି ପାରୁଛନ୍ତି ,ନିଜକୁ ଖୁସି ଲାଗୁଛି I ଆହ୍ୱାନ ଓଡ଼ିଶାର ଆହ୍ୱାନ ହେଉ I ଆଗକୁ ତାର ପ୍ରଚାର ପ୍ରସାର ଅଧିକରୁ ଅଧିକ ହେଉ ଏହା ହିଁ କାମନା I ଶେଷରେ ଧନ୍ୟବାଦ, ଜ୍ୟୋତି ସାରଙ୍କୁ, ତାଙ୍କ ଚେଷ୍ଟା ସଫଳ ହେଇଛି I



Posted by ସସ୍ମିତା ସାହୁ, on 18 Jun 2019


ସମାଜ ପାଇଁ ଆମ ଆହ୍ବାନ।


ଓଡ଼ିଆ ଭାଷାକୁ ଦେଇ ସମ୍ମାନ ହୃଦୟେ ଜଗାଅ ଭାବ ବନ୍ଧନ କୋଟି ଜନତାଙ୍କ ଆତ୍ମ ଚିନ୍ତନ ଶିଖାଏ ଆମକୁ ଏଇ ଆହ୍ବାନ। କର୍ମ ହିଁ ଭଗବାନ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ସତ୍ୟ ନିଷ୍ଠା ତଥା ନିସ୍ବାର୍ଥପର ଭାବରେ କରି ଚାଲିଲେ ସଫଳତା ନିଶ୍ଚିତ ପାଦ ଛୁଇଁବ। ଏହାହିଁ ସଂସାରର ସାରତତ୍ତ୍ବ। (ଜୟ ଜଗନ୍ନାଥ)



Posted by ସୌମ୍ୟରଂଜନ ପାତ୍ର।, on 13 May 2019


ମା ମାଟି ମାତୃଭାଷାର ସେବା ହିଁ ଶ୍ରେଷ୍ଠ ସେବା


ମନୁଭାଈ ଯେବେ ସୁଯୋଗ ମିଳେ ମୁଁ ପଢେ I ଓଡ଼ିଆ ପଢିବାକୁ ଭଲ ଲାଗେ I ମୁଁ ଏବେ ଓଡ଼ିଆ ଲେଖି ପାରୁଛି ଏଣୁ ଜୀବନ ଆନନ୍ଦେ କଟୁଛି I କାହିଁକି ଆନନ୍ଦେ ଜୀବନ କଟୁଛି ଯଦି ପଚାରିବେ ତେବେ ମୁଁ କହିବି ମୁଁ ଓଡ଼ିଆ -ଘରୁଆ-ନିତି ଖାଉଛି ନଡ଼ିଆ -ମୋ ଠାକୁର-କାଳିଆ I ଏଣୁ ମୋ ଜୀବନ ବଢିଆ ମୁଁ ସରଳ ଶାନ୍ତ ହିସାବୀ ସାହାସୀ ଓଡ଼ିଆ I ଆପଣଙ୍କୁ ଆପଣଙ୍କ ମାତା ପିତାଙ୍କୁ ସମସ୍ତଙ୍କୁ ମୁଁ ମୋର କୃତ୍ତଜ୍ଞତା ଜଣାଉଛି I ମା ମାଟି ମାତୃଭାଷାର ସେବା ହିଁ ଶ୍ରେଷ୍ଠ ସେବା I ଯାହା ଆପଣ କରୁଛନ୍ତି I ଭଲ କାମ ସମସ୍ତେ କରିପାରିବେ ମାତ୍ର କରନ୍ତି ନାହିଁ , ମାତ୍ର ଯିଏ ଭଲ କାମ କରନ୍ତି ତାଙ୍କ ଜୀବନ ଭଲରେ କଟିଥାଏ I 20/4/2019



Posted by ମନୁଭାଈ, on 20 Apr 2019


ଆହ୍ୱାନ ଆହୁରି ଲୋକାଭିମୁଖୀ ହେଉ


ମାନନୀୟ ସମ୍ପାଦକ ମହୋଦୟ, ନମସ୍କାର ଗ୍ରହଣ କରିବେ | ଆଜି ପ୍ରଥମ ଥର ପାଇଁ ଆହ୍ୱାନ ଇ ପତ୍ରିକା ନେଟରେ ଦେଖି ପଢ଼ିଲି |ଓଡ଼ିଆ ଭାଷା ସାହିତ୍ୟର ବିକାଶ ଦିଗରେ ଏହା ଏକ ବଳିଷ୍ଠ ପଦ୍ଧକ୍ଷେପ | ଆପଣଙ୍କ ସ୍ୱପ୍ନ ଓ ଉଦ୍ୟମକୁ ସାଧୁବାଦ ଜଣାଉଛି | ଏହା ଦ୍ୱାରା ଅନେକ ଯୁବ ପିଢ଼ି ପ୍ରଭାବିତ ହେବା ସହ ସାହିତ୍ୟ ସାର୍ବଜନୀନ ହେଉଛି | ସମସ୍ତ ବିଭାଗ ଭଲ ଲାଗିଲା | ଶିଶୁ ମାନଙ୍କ ପାଇଁ ବିଭାଗଟିଏ ରଖନ୍ତୁ | (ଇତି) ଆପଣଙ୍କ ପାଠକ, ସନ୍ତୋଷ କୁମାର ମହାନ୍ତି, ନବଜୀବନ ସମାଜ, ସଫା,କଟକ. ଦୂରଭାଷ-୯୭୭୭୭୬୬୩୪୬



Posted by SANTOSH KUMAR MOHANTY, on 12 Apr 2019


ଅଭିନବ ପ୍ରୟାସ ଓ ଉନ୍ନତ ପଦକ୍ଷେପ


ଏହା ଏକ ଉଚ୍ଚକୋଟ୍ଟୀର ସାହିତ୍ୟିକ ସୃଷ୍ଟି ହୋଇପାରୁଛି। ଲେଖକ/ଲେଖିକାମାନଙ୍କର ସର୍ଜନଶୀଳତା ବୃଦ୍ଧି ହେଉଅଛି। ପ୍ରଶଂସନୀୟ ଓ ଅନନ୍ୟ ଚିନ୍ତାଧାରା ପଦକ୍ଷେପ ଅଟେ।



Posted by ଶିଶୁପାଲ ସାମ୍ରଥ, on 02 Apr 2019


ଅଭିନବ ପ୍ରୟାସ ଓ ଉନ୍ନତ ପଦକ୍ଷେପ


ଏହା ଏକ ଉଚ୍ଚକୋଟ୍ଟୀର ସାହିତ୍ୟିକ ସୃଷ୍ଟି ହୋଇପାରୁଛି। ଲେଖକ/ଲେଖିକାମାନଙ୍କର ସର୍ଜନଶୀଳତା ବୃଦ୍ଧି ହେଉଅଛି। ପ୍ରଶଂସନୀୟ ଓ ଅନନ୍ୟ ଚିନ୍ତାଧାରା ପଦକ୍ଷେପ ଅଟେ।



Posted by ଶିଶୁପାଲ ସାମ୍ରଥ, on 02 Apr 2019


ସାହିତ୍ୟ କୁ ଆଗକୁ ନେବାର ସୁନ୍ଦର ପ୍ରୟାସ


ଓଡ଼ିଆ ସାହିତ୍ୟ କୁ ଆପଣଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ



Posted by ରଜୀତ ଦାସ, on 02 Apr 2019






ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା