ଆହ୍ବାନ ଇ-ପତ୍ରିକା ପାଠକୀୟ ମତାମତ

ଆପଣଙ୍କ ସୁଚିନ୍ତିତ ମତାମତ ଏଠାରେ ଦିଅନ୍ତୁ ୤ କ୍ଲିକ୍ କରନ୍ତୁ


ସାହିତ୍ୟ


ବହୁତ ସୁନ୍ଦର ପ୍ରଚେଷ୍ଟା । ଏମିତି କରିାଚଲ ଭଗାବନ ଆପଣଙ୍କର ଚଲାପଥ କୁସୁମିତ କରିଦିଅନ୍ତୁ।



Posted by Sankar biswal, on 10 Apr 2022


"ବିବର୍ତ୍ତନବାଦର ଜନକ : ଡାରୱିନ "ଲେଖାଟି ଜ୍ଞାନବର୍ଦ୍ଧକ ହୋଇଛି


ମହୋଦୟ , ଫେବୃଆରୀ ୨୦୨୨ ସଂସ୍କରଣରେ ଲେଖକ ଅକ୍ଷୟ କୁମାର ରାଉତଙ୍କ ଦ୍ୱାରା ଲିଖିତ "ବିବର୍ତ୍ତନବାଦର ଜନକ : ଡାରୱିନ " ଲେଖାଟି ପଠନ କଲି | ଲେଖାଟି ସାରଗର୍ଭକ ସହିତ ଜ୍ଞାନବର୍ଦ୍ଧକ ହୋଇଛି | ସେଥିପାଇଁ ଲେଖକଙ୍କୁ ମୋ ପକ୍ଷରୁ ଅଶେଷ ଧନ୍ୟବାଦ | ଆଶା କରୁଛି ଆଗାମୀ ଦିନରେ ସେ ଏହି ପ୍ରକାର ବିଜ୍ଞାନ ସମ୍ବଦ୍ଧିୟ ଲେଖା ଆହ୍ୱାନରେ ପ୍ରକାଶିତ କରିବାପାଇଁ ଚେଷ୍ଟା କରିବେ | ବାସ୍ତବରେ ଏପରି ଲେଖା ଏଇଥିପାଇଁ ମହତ୍ୱପୂର୍ଣ୍ଣ, ବିଜ୍ଞାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ପିଢ଼ିଙ୍କ ମନରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଏବଂ ତର୍କ ସଙ୍ଗତ ମାନସିକତାକୁ ସୃଷ୍ଟି କରିବା | ବୈଜ୍ଞାନିକ ଚିନ୍ତା ମାଧ୍ୟମରେ ସମାଜରେ ବହୁ ଯୁଗରୁ ରହି ଆସିଥିବା ଅବୈଜ୍ଞାନିକ ଚିନ୍ତନ ଏବଂ ଅନ୍ଧତ୍ୱକୁ ଦୂର କରିବା ଏବଂ ଠିକ ଏବଂ ଭୁଲକୁ ଜାଣିବା ପାଇଁ ବିଜ୍ଞାନକୁ ମାପକାଠି ରୂପେ ବ୍ୟବହାର କରିବା| ଏହି ଲେଖାଟି ଉପୋରୋକ୍ତ ବିଷୟ ଗୁଡିକର ଲକ୍ଷ ପୂର୍ତ୍ତିରେ ସହାୟକ ହେବ | ସମ୍ପାଦକ ମହୋଦୟ ଏପରି ଲେଖାକୁ ପତ୍ରିକାରେ ସ୍ଥାନ ଦେଇଥିବାରୁ ମୋ ପକ୍ଷରୁ ଧନ୍ୟବାଦ ସମ୍ପାଦକ ମହୋଦୟ ଏପରି ଲେଖାକୁ ପତ୍ରିକାରେ ସ୍ଥାନ ଦେଇଥିବାରୁ ମୋ ପକ୍ଷରୁ ଧନ୍ୟବାଦ |



Posted by ଅସିତ କୁମାର ମହାନ୍ତି , on 25 Feb 2022


ପ୍ରଶଂସନୀୟ ଉଦ୍ୟମ. ଅଭିନନ୍ଦନ


ପ୍ରଶଂସନୀୟ ଉଦ୍ୟମ. ଅଭିନନ୍ଦନ



Posted by Dasarathi Bhuyan, on 11 Dec 2021


ଆହ୍ବାନ ସାହିତ୍ୟ ପ୍ରେମୀଙ୍କ ଜୀବନ ରେଖା


ଏହି ପତ୍ରିକା ମାଧ୍ୟମରେ ଦେଶ ବାହାରେ ଥିବା ଓଡ଼ିଆ ପ୍ରେମୀ ତଥା ସାହିତ୍ୟ ପ୍ରେମୀ ମଣିଷ ମାନେ ଯୋଡି ହୋଇ ପାରିଛନ୍ତି। ଅତ୍ୟାଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଆହ୍ବାନ ଏକ ଧ୍ରୁବତାରା ସଦୃଶ। ସାହିତ୍ୟ କାଙ୍ଗାଳ ମଣିଷଙ୍କ ଜୀବନ ରେଖା ଏ ପତ୍ରିକା।



Posted by Jeevan Pradeep Pradhan, on 13 Oct 2021


ଲେଖା ଉପରେ ଟିପ୍ପଣୀ


ଏପ୍ରିଲ 2018 ଆହ୍ୱାନ ପତ୍ରିକାରେ ପ୍ରକାଶିତ ପ୍ରବୀଣ କୁମାର କବିଙ୍କ ଦ୍ୱାରା ଲିଖିତ "ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷା " ଶୀର୍ଷକ ଲେଖାଟି ପଢ଼ିଲି . ଲେଖକ ନୈତିକ ଶିକ୍ଷା ଉପରେ ଯେଉଁ ଗୁରୁତ୍ୱ ଦେଇଛନ୍ତି ତାହା ପ୍ରକୃତରେ ଶିକ୍ଷା ବ୍ୟବସ୍ଥାରେ ଘୋର ଅଭାବ ଦେଖା ଦେଇଛି ଯାହା ଯୁବ ସମାଜ ପାଇଁ ଏକ ଚିନ୍ତାର କାରଣ ହୋଇଛି . ବର୍ତ୍ତମାନ ସମୟରେ ସମସ୍ତେ ନୈତିକତା ପ୍ରଶ୍ନଟିକୁ ଉଠାଉଛନ୍ତି ,କାରଣ ନୈତିକତାର ପତନ ସାମାଜିକ ଜୀବନର ପ୍ରତ୍ୟକ କ୍ଷେତ୍ରରେ ଦେଖାଯାଉଛି . ସାମାଜିକ , ରାଜନୈତକ , ଆର୍ଥିକ ଜୀବନରେ ଏହାର ପ୍ରଭାବ ଅତି ଭୟଙ୍କର . ଏହାର ଉଦାହରଣ କରୋନା କାଳରେ ଜୀବନ୍ତ ଭାବରେ ଦେଖାଯାଇଛି . ନୈତିକ ଶିକ୍ଷା ବ୍ୟତିରକେ ଶିକ୍ଷା ଅପୂର୍ଣ୍ଣ .ଲେଖକ ବନ୍ଧୁ ନିଜେ ଜଣେ ଶିକ୍ଷକ ହୋଇଥିବାରୁ ସେ ଆହୁରି ଗଭୀର ଭାବରେ ଏହି ସମସ୍ୟାଟିକୁ ଉପଲବ୍ଧି କରୁଥିବେ , କାରଣ ସେ ଯୁବ ବର୍ଗ ସହିତ ସିଧା ଜଡିତ . ଆଜିର ଯୁବ ବର୍ଗ କିପରିଭାବେ ନୀତି ନୈତିକତା ହୀନ ହୋଇଯାଇଛନ୍ତି ତାହା ସେମାନଙ୍କ ସାମାଜିକ ଜୀବନରେ ଦୃଷ୍ଟିଗୋଚର ହେଉଛି . ଏଠାରେ ପ୍ରଶ୍ନ ଉଠୁଛି ଏହି ନୈତିକ ଶିକ୍ଷାକୁ କାହିଁକି ଅବହେଳା କରାଯାଉଛି ?ନୈତିକ ଶିକ୍ଷାର ଶ୍ରୋତ ଗୁଡିକ କଣ ଯାହା ସାହାଯ୍ୟରେ ନୈତିକତାର ମାନକୁ ଉର୍ଣ୍ଣତ କରାଯାଇପାରିବ , ଏହା କଣ ଆପେ ଆପେ ହେଉଛି ନ ଏହା ପଛରେ କୌଣସି ନିୟମ କାର୍ଯ୍ୟ କରୁଛି ଇତ୍ୟାଦି ବିଷୟରେ ଲେଖାରେ ଯଦି ପାଠକ ମାନଙ୍କୁ ରାସ୍ତା ଦେଖାଯାଇଥାନ୍ତା ତେବେ ଲେଖାଟିର ମାନ ଆହୁରି ଉଚ୍ଚ କୋଟିର ହୋଇଥାନ୍ତା ବୋଲି ମୋର ମନେ ହୁଏ . କିନ୍ତୁ ଲେଖକ ଏହି ପ୍ରଶ୍ନଟିକୁ ଉଠାଇଛନ୍ତି ସେଥିପାଇଁ ତାଙ୍କୁ ମୋ ପକ୍ଷରୁ ଅଶେଷ ଧନ୍ୟବାଦ !



Posted by asit mohanty, on 03 Jun 2021


ବହୁତ ସୁନ୍ଦର ଚେଷ୍ଟା


ସବୁ ଲେଖା ବହୁତ ସୁନ୍ଦର ଏବଂ ବହୁତ ଭଲ ଲାଗିଲା, ବହୁତ ଆଗକୁ ଯାଆନ୍ତୁ!



Posted by Priyanka Priyadarshini Ray, on 17 May 2021


ଆହ୍ୱାନ ପତ୍ରିକା ସାଧାରଣ ଜନତାଙ୍କର ପତ୍ରିକା


ମାନନୀୟ ସମ୍ପାଦକ ମହୋଦୟ , କିଛିଦିନ ତଳେ ମୁଁ ଆହ୍ୱାନ ପତ୍ରିକାର ସନ୍ଧାନ ପାଇଲି ଏବଂ ଅତି ଆଗ୍ରହର ସହିତ ବିଭିର୍ଣ୍ଣ ସମ୍ମାନୀୟ ବ୍ୟକ୍ତି ମାନଙ୍କର ଲେଖାଗୁଡିକୁ ପାଠ କଲି . ଓଡ଼ିଆ ଭାଷାକୁ ତାର ସମ୍ମାନ ଦେବାପାଇଁ ଯେମିତି ଆପଣଙ୍କର ପ୍ରୟାସ ଅମୁଲ୍ୟ ଠିକ ସେହି ପରି ଲେଖକ ମାନଙ୍କର ପ୍ରୟାସ ମଧ୍ୟ ଅମୁଲ୍ୟ . ଯେହେତୁ ସେମାନେ ଓଡ଼ିଆରେ ଲେଖା ଗୁଡିକୁ ଲେଖୁଛନ୍ତି ଏବଂ ଆହ୍ୱାନ ହେଉଛି ସେମାନଙ୍କ ପାଇଁ ଏକ ଉଚିତ ପ୍ଲାଟଫର୍ମ. ଆମ ଓଡ଼ିଶାରେ ଅନେକ ଲେଖକ ଅଛନ୍ତି ଯେଉଁମାନଙ୍କ ଲେଖାଗୁଡ଼ିକ ଅତ୍ୟନ୍ତ ସୃଜନାତ୍ମକ କିନ୍ତୁ ଆଜିକାଲି ଦୈନିକ ଖବର କାଗଜରେ ସେଗୁଡ଼ିକଙ୍କ ସ୍ଥାନ ପାଉନାହିଁ ,ଯାହାଫଳରେ ଅନେକ ଜ୍ଞାନ ବିଜ୍ଞାନର ଚର୍ଚ୍ଚା ଲୋକମାନଙ୍କ ପାଖରେ ପହଂଚି ପାରୁନାହିଁ . ଯେତେବେଳେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖି ତାର ସମ୍ମାନକୁ ବିଶ୍ୱ ସମ୍ମୁଖରେ ରଖିବାର ଚେଷ୍ଟା ଚାଲିଛି ,ସେହି ପ୍ରୟାସରେ ଆହ୍ୱାନ ପତ୍ରିକା ତାର ଅମୁଲ୍ୟ ଯୋଗଦାନ ଦେବାପାଇଁ ଚେଷ୍ଟା କରୁଛି .କୌଣସି ଏକ ଭାଷାକୁ ତାର ସମ୍ମାନ ଦେବାର ଗୋଟିଏ ମାତ୍ର ରାସ୍ତାହେଉଛି ତାହା ଲୋକ ମାନଙ୍କ ପାଖରେ ପହଞ୍ଚିବା ଦରକାର . ଏହା ଯଦି ପାଠକ ମାନଙ୍କ ପାଖରେ ପହଞ୍ଚେ ତାହେଲେ ଲୋକ ମାନଙ୍କର ଚିନ୍ତନ ପ୍ରକ୍ରିୟାରେ ଏକ ପରିବର୍ତ୍ତନ ଆସିବ . ଯେଉଁ ଦେଶର ବା ରାଜ୍ୟର ଭାଷା ଯେତେ ଉର୍ଣ୍ଣତ ସେ ଦେଶର ଲୋକମାନଙ୍କର ଚିନ୍ତା ଭାବନାର ସ୍ତର ଅତ୍ୟନ୍ତ ଉଚ୍ଚ କୋଟିର ହୋଇଥାଏ . ଏହି କାରଣରୁ କୁହାଯାଇ ପାରେ ଯେ ଆହ୍ୱାନର ଭବିଷ୍ୟତ ଉଜ୍ଜ୍ୱଳ ମୟ. କିଛିଦିନ ଭିତରେ ଏହି ପତ୍ରିକାଟି ଓଡ଼ିଶାରେ ହାର୍ଡ କପି ଭାବେ ଲୋକମାନଙ୍କ ପାଖରେ ପହଞ୍ଚିବା ବୋଲି ମୋର ବିଶ୍ୱାସ . ଆଗାମୀ ଦିନରେ ଓଡ଼ିଆ ଭାଷାର ବିକାଶରେ ଆହ୍ୱାନ ଏକ ଅମୁଲ୍ୟ ଭୂମିକା ଗ୍ରହଣ କରିବ. କାରଣ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବ ପରେ ମଧ୍ୟ ଅସଲ ମାନ୍ୟତାଟି ବର୍ତ୍ତମାନ ମଧ୍ୟ ଅପେକ୍ଷିତ. ଓଡ଼ିଆ ଭାଷାକୁ ତାର ମର୍ଯ୍ୟାଦା ଦେବାକୁ ହେଲେ ଜ୍ଞାନ ବିଜ୍ଞାନର ବିଭିର୍ଣ୍ଣ ଦିଗ ଗୁଡିକ ଯାହା ବର୍ତ୍ତମାନ ମଧ୍ୟ ଓଡିଆ ଭାଷାରେ ଅନୁବାଦ ହୋଇନାହିଁ ବା ଅନୁବାଦ ହୋଇଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରୁନାହିଁ . ମୁଁ ଭାବେ ଆହ୍ୱାନ ଏହି ଭୂମିକାଟିରେ ଅଂଶ ଗ୍ରହଣ କରିବ . ବହୁତ ଲେଖକ ଅଛନ୍ତି ଯେଉଁମାନେ ଅନ୍ୟ ବହୁତ ଭାଷା ଜାଣିଛନ୍ତି ଏବଂ ସେହି ଭାଷାକୁ ଓଡ଼ିଆରେ ଅନୁବାଦ କରି ଜ୍ଞାନ ବିଜ୍ଞାନ ଗୁଡିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ଅମୁଲ୍ୟ ଭୂମିକା ଗ୍ରହଣ କରିବେ . ମୁଁ ଯାହା ଅନୁଭବ କରୁଛି ଆହ୍ବାନ ପତ୍ରିକାଟିରେ ମଧ୍ୟ ଏହି କାର୍ଯ୍ୟ ଗୁଡିକ ହେଉଛି ଯାହା ସରାହନୀୟ . ଅନେକ ଅନେକ ଅଭିନନ୍ଦନ .



Posted by ଅସିତ କୁମାର ମହାନ୍ତି , on 10 May 2021


ବହୁତ ସୁନ୍ଦର ପ୍ରଚେଷ୍ଟା


ଆପଣଙ୍କ ଏହି ସୁନ୍ଦର ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ ସାର୍।🙏



Posted by Ayushman Tripathy, on 15 Mar 2021


Feedback regarding Aahwaan E-patrika


ଆପଣଙ୍କ ପ୍ରୟାସ ମହାନ ।



Posted by Rajib Lochan Panigrahy, on 18 Dec 2020


ମନ ଛୁଇଁ ଗଲା।


ମାେ ଠାରେ ଭାଷା ନାହିଁ ଆପଣ ମାନଙ୍କୁ ଧନ୍ୟବାଦ୍ ଜଣାଉଛୁ। ଜଗନ୍ନାଥ୍ ଆପଣ ମାନଙ୍କୁ ସାହାଯ୍ୟ କରନ୍ତୁ।



Posted by Ranjit singh, on 28 Aug 2020


ଆପଣଙ୍କ ପାଗଳପଣକୁ ସାଧୁବାଦ


ଆଜିକାଲି ପତ୍ରିକାଟିଏ ପ୍ରକାଶ କରିବା କିଛି ବଡ଼କଥା ନୁହେଁ । କିନ୍ତୁ ତାକୁ ନିୟମିତ ପାଠକମାନଙ୍କ ପାଖକୁ ଆଣିବା ଏତେ ସହଜ ହୁଏନି , ଯାହା ଆପଣ କରି ଦେଖେଇଛନ୍ତି । ମୁଁ ଲେଖାଲେଖି କରୁଥିବା ସାଧାରଣ ମଣିଷଟିଏ । ସେଇ ଦୃଷ୍ଟିରୁ 'ଆହ୍ୱାନ" ସହିତ ଅନେକେ ଦିନରୁ ଯୋଡ଼ି ହୋଇ ଯାଇଛି । ଆପଣଙ୍କ ପତ୍ରିକାରେ ଲେଖାଟିଏ ପ୍ରକାଶ ପାଇଲେ ଖୁବ୍ ଆତ୍ମସନ୍ତୋଷ ମିଳେ । ତାକୁ ଫେସବୁକ୍ ରେ ପୋଷ୍ଟ୍ କରିବାର ପ୍ରବଣତା ସବୁ କବିମାନଙ୍କର ଥାଏ, ଯାହା ମୋର ବି ଅଛି । ଆପଣଙ୍କ ଅବଦାନ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ କିଛି କମ୍ ନୁହେଁ । ମୋ ମତରେ ସାହିତ୍ୟ ପ୍ରତି ସେମିତି ଦୁର୍ବଳତା ନଥିଲେ ଜଣେ କେବେବି ସମ୍ପାଦକ ହୋଇପାରିବେନି । ତାହା ଏକ ପାଗଳପଣ । ଆପଣଙ୍କ ସେଇ ପାଗଳପଣକୁ ମୋର ସାଧୁବାଦ । ମୁଁ ଯେତେଦିନ ଯାଏ ଲେଖୁଥିବି ସେତେଦିନ ପର୍ଯ୍ୟନ୍ତ "ଆହ୍ୱାନ" କୁ ଲେଖା ପଠାଇବାର ମୋହ ଛାଡ଼ି ପାରିବିନି । "ଆହ୍ୱାନ" ଦୀର୍ଘଜୀବୀ ହେଉ , ମୋର ଏତିକି କାମନା । ଜୟ ଜଗନ୍ନାଥ ।



Posted by ଶିଶିର କୁମାର ପଣ୍ଡା , କୁଆଁସ , ମେରଦା କାଟିଆ , ଯାଜପୁର, on 15 Aug 2020


ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଏକ ମହତ୍ ପ୍ରୟାସ।


ଆହ୍ବାନ ପତ୍ରିକାର ସମସ୍ତ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ସାମ୍ପ୍ରତିକ ସମୟର ତାଳେ ତାଳେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଏହି ଭଳି ଏକ ଅଭିନବ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ କାର୍ଯ୍ୟ। ଏଥି ନିମନ୍ତେ ସାଧୁବାଦ ଜଣାଉଛି। ପତ୍ରିକାର ଆଙ୍ଗିକ ଶୈଳୀ ଓ ସଉରଭର ଛତ୍ରେ ଛତ୍ରେସୁସଜ୍ଜିତ ସମ୍ପାଦନା ରେ ଗୁଣବତ୍ତାର ଉନ୍ନତ ମାନ ରହିଛି ,ଯାହାକି ପାଠକୀୟ ଶ୍ରଦ୍ଧା ଓ ସ୍ବୀକୃତି ପ୍ରଦାନକରେ । ପତ୍ରିକାର ପରିଚିତ ଓ ଭବିଷ୍ୟତ ଅତି ଉଜ୍ଜ୍ୱଳ ମୟ ଶୋଭା ବର୍ଦ୍ଧନ କରି ଉତ୍ତର ପିଢ଼ି କୁ ଉତ୍ସାହିତ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ। ସମ୍ପାଦକ ମହାଶୟ ଙ୍କ ନିରାମୟ ଜୀବନ କାମନା କରି ରହିଲି। ବନ୍ଦେ ଉତ୍କଳଜନନୀ। ଙ୍କୁ



Posted by ଶ୍ରୀଯୁକ୍ତ ଦଣ୍ଡାସି ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, on 10 Aug 2020






ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା