ଭାଷାଗତ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ 'ଆହ୍ୱାନ' ର ଅତୁଟ ପ୍ରତିବଦ୍ଧତା
ଓଡ଼ିଆ ଭାଷାର ପ୍ରଚାର ଓ ବିକାଶ ପାଇଁ ଆପଣଙ୍କ ପ୍ରତିଷ୍ଠିତ ପତ୍ରିକା ‘ଆହ୍ୱାନ‘ଦ୍ୱାରା କରାଯାଇଥିବା ନିରନ୍ତର ପ୍ରୟାସ ପାଇଁ କୃତଜ୍ଞତା ଜଣାଇବା ପାଇଁ ମୁଁ ଏହି ଚିଠି ଲେଖୁଛି। ଯେଉଁ ଯୁଗରେ ଆଞ୍ଚଳିକ ଭାଷାଗୁଡ଼ିକ ପ୍ରାୟତଃ ମୁଖ୍ୟଧାରାର ଗଣମାଧ୍ୟମରେ ପ୍ରତିନିଧିତ୍ୱ ପାଇବା ପାଇଁ ସଂଘର୍ଷ କରୁଛନ୍ତି, ଓଡ଼ିଆ ସାହିତ୍ୟ, ସଂସ୍କୃତି ଏବଂ ଭାଷାଗତ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଆପଣଙ୍କର ଅତୁଟ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ। ଆପଣଙ୍କ ଅନ୍ତର୍ଦୃଷ୍ଟିସମ୍ପନ୍ନ ନିବନ୍ଧ, ସାହିତ୍ୟିକ ଯୋଗଦାନ ଏବଂ ଭାଷାଗତ ବିବର୍ତ୍ତନ ଉପରେ ସମର୍ପିତ ଧ୍ୟାନ ମାଧ୍ୟମ ମରେ ଆପଣ କେବଳ ଓଡ଼ିଆ ଭାଷାର ସାରକୁ ସଂରକ୍ଷିତ କରିନାହାନ୍ତି, ବରଂ ଅସଂଖ୍ୟ ବ୍ୟକ୍ତିବିଶେଷଙ୍କୁ ନିଜ ମାତୃଭାଷାକୁ ଆଲିଙ୍ଗନ କରିବା ଏବଂ ପାଳନ କରିବା ପାଇଁ ପ୍ରେରଣା ମଧ୍ୟ ଦେଇଛନ୍ତି। ଭବିଷ୍ୟତ ପିଢ଼ି ଯେପରି ସେମାନଙ୍କ ଭାଷାଗତ ମୂଳ ସହିତ ଯୋଡ଼ି ହୋଇ ରହିବେ, ସମାଜ ମଧ୍ୟରେ ଗର୍ବ ଏବଂ ସଚେତନତା ସୃଷ୍ଟି କରିବେ, ତାହା ସୁନିଶ୍ଚିତ କରିବାରେ ଆପଣଙ୍କ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯୋଗଦାନ କରିବାକୁ ଚାହୁଁଥିବା ଲେଖକ, କବି ଏବଂ ବୁଦ୍ଧିଜୀବୀଙ୍କ ପାଇଁ ଆପଣଙ୍କ ପ୍ରକାଶନ ଯେଉଁଭଳି ଭାବେ ଏକ ଆଲୋକବର୍ତ୍ତିକା ଭାବେ କାର୍ଯ୍ୟ କରୁଛି, ତାହାକୁ ମୁଁ ଗଭୀର ଭାବେ ପ୍ରଶଂସା କରୁଛି। ଆପଣଙ୍କ ମଞ୍ଚ ସେମାନଙ୍କୁ ଏକ ସ୍ୱର, ସେମାନଙ୍କ ଚିନ୍ତାଧାରାକୁ ପ୍ରକାଶ କରିବାର ଏକ ମାଧ୍ୟମ ଏବଂ ନବସୃଜନ ଏବଂ ଚିନ୍ତାଶୀଳ ବାର୍ତ୍ତାଳାପ ମାଧ୍ୟମରେ ଭାଷାକୁ ସମୃଦ୍ଧ କରିବାର ଏକ ମାଧ୍ୟମ ପ୍ରଦାନ କରିଥାଏ। ଆଗାମୀ ବର୍ଷଗୁଡିକରେ ଓଡ଼ିଆ ଭାଷାର ପରିଚୟ ଏବଂ ଉପସ୍ଥିତିକୁ ମଜବୁତ କରି ଆପଣଙ୍କ ମହାନ ପ୍ରୟାସ ସମୃଦ୍ଧ ହେଉ। ଆପଣଙ୍କର ନିରନ୍ତର ସଫଳତା ପାଇଁ ଦଯ଼ାକରି ମୋର ହୃଦୟରୁ କୃତଜ୍ଞତା ଏବଂ ଶୁଭେଚ୍ଛା ଗ୍ରହଣ କରନ୍ତୁ। ହାର୍ଦ୍ଦିକ ଅଭିବାଦନ!
Posted by ଅସିତ ମହାନ୍ତି , on 14 Jun 2025
ନବ ସଙ୍କ ଲନର ପ୍ରକାଶନର ଅନୁସନ୍ଧାନ
ଆଗାମୀ ସଂସ୍କରଣ ରେ ମୋର ପ୍ରେରିତ କବିତାକୁ ଦେଖିବା ପାଇଁ ମୁଁ ଉତ୍ସାହର ସହିତ ଅପେକ୍ଷା କରିଛି | ଆପଣ ଦୟାକରି ମୋତେ ଜଣାଇ ପାରିବେ କି ମୋର କବିତା ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି କି ନାହିଁ, ଯଦି ହଁ, ଏପ୍ରିଲ୍ ୨୦୨୫ ସଂସ୍କରଣ କେବେ ଅପଲୋଡ୍ ହେବ?
Posted by କିଶୋର କୃଷ୍ଣ ଶେଓଡେ , on 12 Apr 2025
ନବ ସଙ୍କ ଲନର ପ୍ରକାଶନର ଅନୁସନ୍ଧାନ
ମୁଁ ଏହି ପତ୍ରିକାକୁ ବହୁତ ପସନ୍ଦ କରିଥିବାରୁ ମୁଁ ମୋର କବିତା ପ୍ରକାଶନ ପାଇଁ ଏହି ପତ୍ରିକାରେ ଦାଖଲ କରିଛି। ମୁଁ ଜାଣିବାକୁ ଉତ୍ସୁକ ଯେ ଏହା ପତ୍ରିକାର ସଦ୍ୟତମ ସଂଖ୍ୟାରେ ସ୍ଥାନିତ ହୋଇଛି କି ନାହିଁ। ଏହି ପତ୍ରିକାରେ ମୋର କବିତା କେବେ ପ୍ରକାଶିତ ହେବାର ସମ୍ଭାବନା ଅଛି?
Posted by କିଶୋର କୃଷ୍ଣ ଶେଓଡେ , on 10 Apr 2025
ସମାଜର ସ୍ୱାର୍ଥତା
ସ୍ରୁଷ୍ଟିର ନିୟମ ଅଛି ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ।ତାହା ଧନ ହେଉ କିମ୍ବା ଭୋଜନ,ସମ୍ନାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ।*
Posted by S.kanha Pradhan, on 08 Jul 2024
ବିଭବରେ ଭରା ଆହ୍ଵାନ
ଅଳଙ୍କରଣ ପରିପାଟୀ ଖୁବ ସୁନ୍ଦର । ଇ ପତ୍ରିକା କ୍ଷେତ୍ରରେ ଏକ ଇତିହାସ ରଚିଲାଣି ଆହ୍ଵାନ ,ପ୍ରଥମ ଇପତ୍ରିକାର ଗୌରବ ବଜାୟ ରଖିପାରିଛନ୍ତି ସଂପାଦକ ମହାଶୟ। ଆଗକୁ ଅନେକ ସଂଭାବନା ନେଇ ସାହିତ୍ୟ କୁ ପରିପୃଷ୍ଟ କରିବ ଏହା ନିଃସନ୍ଦେହ।
Posted by Durga madhaba maharana, on 07 Nov 2023
ଅଗଷ୍ଟ ୨୦୨୩ ସଂସ୍କରଣ
ଅଗଷ୍ଟ ୨୦୨୩ ସଂସ୍କରଣ କେବେ ପ୍ରକାଶିତ ହେବ? ଶୀଘ୍ର ଜଣାନ୍ତୁ ଆଜ୍ଞା।
Posted by ସୁଶୀଲ କୁମାର ଛାଟୋଇ , on 11 Aug 2023
ସାହିତ୍ୟ ପ୍ରେମୀ ଙ୍କ ସାହିତ୍ୟ ପ୍ରତି ପ୍ରେମ ପ୍ରକାଶ କରିବାର ଏକ ଉତ୍ତମ ମାଧ୍ୟମ
ଧନ୍ୟବାଦ ଆହ୍ବାନ ର ସ୍ରଷ୍ଟା ଙ୍କୁ ପ୍ରଭୁ ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ l
Posted by Sidhant palei, on 03 Feb 2023
ଆହ୍ୱାନ ଇ ପତ୍ରିକା ପୁଣି ପ୍ରକାଶିତ କରାଯାଉ
ଆହ୍ୱାନ ଇ ପତ୍ରିକାଟି ଡିସେମ୍ବର-2022 ସଂଖ୍ୟାରେ ପ୍ରକାଶିତ ହୋଇନି, ସମ୍ପାଦକ ମହୋଦୟଙ୍କୁ ବିନମ୍ର ଅନୁରୋଧ କରାଯାଉଛି ପ୍ରତ୍ୟେକ ମାସ ପତ୍ରିକା ପ୍ରକାଶ କରାଯାଉ |
Posted by ବିକାଶ ନାୟକ , on 07 Jan 2023
ଆହ୍ୱାନ ଇ ପତ୍ରିକା ପୁଣି ପ୍ରକାଶିତ କରାଯାଉ
ଆହ୍ୱାନ ଇ ପତ୍ରିକାଟି ଡିସେମ୍ବର-2022 ସଂଖ୍ୟାରେ ପ୍ରକାଶିତ ହୋଇନି, ସମ୍ପାଦକ ମହୋଦୟଙ୍କୁ ବିନମ୍ର ଅନୁରୋଧ କରାଯାଉଛି ପ୍ରତ୍ୟେକ ମାସ ପତ୍ରିକା ପ୍ରକାଶ କରାଯାଉ |
Posted by ବିକାଶ ନାୟକ , on 07 Jan 2023
ଆହ୍ୱାନ ଇ ପତ୍ରିକା ପୁଣି ପ୍ରକାଶିତ କରାଯାଉ
ଆହ୍ୱାନ ଇ ପତ୍ରିକାଟି ଡିସେମ୍ବର-2022 ସଂଖ୍ୟାରେ ପ୍ରକାଶିତ ହୋଇନି, ସମ୍ପାଦକ ମହୋଦୟଙ୍କୁ ବିନମ୍ର ଅନୁରୋଧ କରାଯାଉଛି ପ୍ରତ୍ୟେକ ମାସ ପତ୍ରିକା ପ୍ରକାଶ କରାଯାଉ |
Posted by ବିକାଶ ନାୟକ , on 07 Jan 2023
ahwan prachesta
ଶ୍ରଦ୍ଧା ର ସହିତ ଭାବନା କୁ ଆପଣଙ୍କ ଆଗରେ ପରିପ୍ରକାଶ କରିବାକୁ ଯାଉଛି, ଆଜ୍ଞା ମାନେ ଆପଣଙ୍କ ପରିଚୟ ମୁଁ ଜାଣେ ନାହିଁ ହେଲେ ଆମ ଭିତରେ ପ୍ରେମର ନିବିଡ ସମ୍ପର୍କ ବାନ୍ଧି ହେଇ ରହିଥାଏ। ଏହି ପ୍ରତିକା ଭିତରେ ବହୁତ ଜଣ ବିଜ୍ଞ ପୁରୁଷ ଅଛନ୍ତି। ଅଛି ତାଙ୍କ ଭିତରେ ମୁଁ ।
Posted by Rohit Pattanaik, on 13 Dec 2022
ଉତ୍ସାହ ବର୍ଦ୍ଧକ ପଦକ୍ଷେପ
ଆହ୍ୱାନ ଇ ପତ୍ରିକା ପକ୍ଷରୁ ଆହ୍ୱାନ ପାଇଁ ଲେଖା ପଠାଉଥିବା ସମସ୍ତ ସ୍ରଷ୍ଟାଙ୍କୁ ସମ୍ମାନିତ ଉଦ୍ଦେଶ୍ୟରେ ଏକ ମାନପତ୍ର ର ବ୍ୟବସ୍ଥା କରାଯାଉଛି | ଏହି ଖବରଟି ଅତ୍ୟନ୍ତ ଉତ୍ସାହ ବର୍ଦ୍ଧକ ଏବଂ ସ୍ୱାଗତ ଯୋଗ୍ୟ |ଏହି ସକାରାତ୍ମକ ପଦକ୍ଷେପ ଲେଖକ ମାନଙ୍କୁ ସେମାନଙ୍କର ଲେଖନ କଳାକୁ ଶାଣିତ କରିବା ସହିତ ସେମାନଙ୍କର ସମ୍ମାନକୁ ବଢାଇବ| ଏହି ପଦକ୍ଷେପ ଆହୁରି ଅନେକ ପ୍ରତିଭାବାନ ଲେଖକ ମାନଙ୍କୁ ଆହ୍ୱାନ ପତ୍ରିକା ସହିତ ଯୋଡି ହେବା ପାଇଁ ପ୍ରେରିତ କରିବ | ଏଭଳି ଚିନ୍ତା ଏବଂ ବିଚାର ପାଇଁ ସମ୍ପାଦକ ମହୋଦୟଙ୍କୁ ସହୃଦୟ ଧନ୍ୟବାଦ |
Posted by Asit Mohanty, on 28 Jun 2022