ମାଗଲେ କିଏଁ ହେନତେଇ
ନାଇ ଦେଇ ଦିଏ
ହରଲା ଅଧିକାରକେ
କିଏ ମାହାଲିଆ ନାଇ ଫିରାଏ
ଖୁଟ ବଗ ଲେଖେଁ ଜୁଗି
ମଗନିହା ଜେ ଭିକ୍ ମାଗମା
ହକ୍ ନୁହେଁ ସେ ଭିକ୍ କାହାର
ଦଜାଥୁ ନାଇ ମିଲେ
ଭିକ୍ ନୁହେଁ ସେ
ଆମର ପେଟର ଭୋକ
ଲଢ଼ି ଭିଡ଼ି ଛଡ଼ାଇ ଆନଲେ
ଆମର ହକ୍ ପାଏମା
ହକ୍ ରକତ ଇଜ୍ଜତ ମହତ
ସ୍ବାଭିମାନ ମାନ ସନମାନ
ଆଏ ସବୁ କିଛି
ସତ ସିଖଖାନେ ଗତି-ମୁକତି
ନୂଆ ଦିସା ପାରମୁ ରଚି
କେତେ ଦିନ ଆର୍ ଚୁପ୍ ରହେମା
ଛଡ଼ାଲା ହଁକ୍ ଛଡ଼େଇ ଆନମା
ଖାଏଲା ଭାତେ ଧୁଇଲ୍ ଝିଟା
ଆହାଲୋତ ନାଇ ଆଖିର କୁଟା
ଉପରେ ରାମ ରାମ ପେଟେ ପାପ
ଭଲଲୋକି ବିଲେଇ ତମେ କାଲାସାପ
ଉଡ଼ି ଆଏଲା କୁଆ
ଆମକେ ଶାସନ କରବା
ବାଘକେ ଟୁପା ଢାପି
ବିଲେଇ କେଁ ରଜା ହେବ
ଭିନ ଭିନ ହେଇ ଅଲଗେ
ଅଲଗେ ଏକଲା ମରୁଛୁ
ମରନ ଦସାକେ ଜାନିସୁନି
ଉପଭୋଗ କରୁଛୁ
ଆଦିବାସୀ ମରୁଛେ
ଜଙ୍ଗଲ ଜମିନ ପାଏନେ
ଦଲିତ ମରୁଛେ
ଘୁରନା ଭେଦ ଜେନେ
ଧରମ ବଦଲେଇ କିଏ ମରୁଛେ
ଦଁଗା ହନା କଟାନେ
ପଛୁଆ ମରୁଛେ
ପଛୁଆଲ ହେଇ ହେଲୁଆନେ
ଇ ମାଏଟର ଖୁଟ କଟା
ଲୋକ ଆମେ ସଭୁ
ଗୁମନା ହେଲେ ଭାଗଭାଗଥି ମରବୁ
ଜାଏତକେ ଛାଡ଼ ସମାଜଥି ଜୁଡ
ସଭ ବନ୍ଦନକେ ଛିଡ଼ରେ ଛିଡ଼
ସାମାଜିକ - ଅର୍ଥନୈତିକ
ମୁକତି ପାଏମା
ଆମର ହଁକ
ଛଡ଼ାଇ ଆନମା
ରେମନଁଡ଼ା, ସଇଁତଲା
ବଲାଙ୍ଗୀର - ୩୨, ଓଡ଼ିଶା
ଭ୍ରାମ୍ୟଭାଷ : ୭୯୭୮୭୮୪୧୩୦
Go Back to Previous Page
ମୁଁ ସର୍ବଂସହା ନାରୀ
ପ୍ରମିଳା ପ୍ରଧାନ
Read Article
ନାରୀ
ମୌସୁମୀ ସଞ୍ଜୟ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ