ନାରୀ ମୁଁ,
ସର୍ବଂସହା ନାମ ବହିଛି,
ଶାଶୁଘରେ ପାଦ ଦେଉଦେଉ
ମୁଁ କେତେ ଯେ ଗଞ୍ଜଣା ସହିଛି
କେତେ ଯେ ପରୀକ୍ଷା ଦେଇଛି
ନିଇତି ନିତି ଜହର ପିଇ ମୁଁ
ଆଜିଯାଏ ପୁଣି ବଞ୍ଚିଛି
ମୁଁ ସର୍ବଂସହା ନାମ ବହିଛି
ଗଡ଼ିଆ ଘାଟର ପଥର ସମାନ
ତୁଠ ପାଖେ ମୁଁ ରହିଛି
କିଏ କେତେ ଗୋଡ଼ ଘଷୁଛି
ନିଷ୍ଠୁର ମଣିଷ ଜଣେ ହେଲେ କିଏ
ମୋ ଦୁଃଖ ପଚାରି ବୁଝିଛି?
ମୁଁ ସର୍ବଂସହା ନାମ ବହିଛି
ରଜକ କେଳିକୁ କେନ୍ଦ୍ରକରି ମୁଁ
ଅଗ୍ନିପରୀକ୍ଷା ଦେଇଛି
ନିର୍ବାସନ ଦଣ୍ଡ ପାଇଛି
ବସୁଧା କୋଳେଇ ନେଇଛି
କୁରୁସଭା ତଳେ ନେହୁରା ହୋଇ ମୁଁ
ଅଶ୍ରୁଧାର କେତେ ଢାଳିଛି,
ମୋ ଇଜ୍ଜତ୍ ନିଲାମ ହୋଇଛି
ମୁଁ ସର୍ବଂସହା ନାମ ବହିଛି
ଭଗିନୀ, ଜନନୀ, ଜାୟା ବୋଲି ମତେ
ଏବେ ବି ଜଗତ କହୁଛି
ସହିଯିବି ସବୁ, କହିବିନି କିଛି
ସତେ କି ଶପଥ ନେଇଛି
କ୍ରୀତଦାସୀ ପରି ଜୀବନ ବିତାଇ
ପରଘରେ ବନ୍ଧା ପଡ଼ିଛି
ଶକ୍ତିସ୍ବରୁପିଣୀ, କରୁଣାମୟୀ
ଦେବୀର ଆଖ୍ୟା ମୁଁ ପାଇଛି
ମୁଁ ସର୍ବଂସହା ନାମ ବହିଛି
ବୃଦ୍ଧକାଳେ ମୁହିଁ ଜରାନିବାସରେ
ରହି ସବୁବେଳେ କାନ୍ଦୁଛି
ଜାୟା ରୂପରେ ପତିଟିଏ କି ବା
ପତ୍ନୀକୁ କି କେବେ ବୁଝିଛି?
ଭଗିନୀ ରୂପରେ ଧର୍ଷିତା ହୋଇ
କଳଙ୍କର ମୁଖା ପିନ୍ଧିଛି
ନାରୀ ନୁହେଁ ମୁଁ ନାରାୟଣୀ ବୋଲି
ଏବେ ବି ଚିତ୍କାର କରୁଛି
ମୁଁ ସର୍ବଂସହା ନାମ ବହିଛି
Go Back to Previous Page
ଅସଜଡ଼ା
ସୁବ୍ରତ କୁମାର ସେନାପତି
Read Article
ଆମର ହଁକ୍ ଛଡ଼ାଇ ଆନମା
ଏମ୍. ବିଜୟ କୁମାର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ