ଲଜ୍ଜ୍ୟା ଲାଗୁନି ତୁମକୁ
ପଚାରୁଛ ମୋତେ ଆଜି
ତୋ ଜୀବନ ଟା ଆଜି ଏତେ ଅସଜଡା କାହିଁକି?
ପଚାରୁଛ ଯଦି ,ମୋତେ ଏକଥା ନପଚାରି
ପଚାର ତୁମେ ଦିନେ ମନଭରି ଆଘ୍ରାଣ କରିଥିବା
ମୋର ଏ ଅସଜଡା ମୁକୁଳା କେଶର ବାସ୍ନାକୁ ,
ପଚାର ପୁଣି ତୁମ ଦୁଷ୍ଟ ଆଖି ଦି ଟାର
ସେ ସଇତାନୀ ନଜରକୁ
ଅବା ପଚାର ତୁମ ବିଛଣାର ସେ ଅସଜଡା ବ୍ୟାଡ଼ସିଟଟାକୁ
ଯଦି ନିରୁତ୍ତର ସେମାନେ
ତାହାଲେ ପଚାରି ବୁଝିନିଅ
ମୋର ଏ ଅସଜଡ଼ା ଜୀବନୀ ବିଷୟରେ
ତୁମ ଡ଼ଷ୍ଟବିନରେ କାହିଁ କେବେ ଠୁଁ ପଡ଼ିଥିବା
ସେ ରଙ୍ଗିନ ରବର ଖୋଳଟା ପାଖରୁ,
ଯେଉଁଠି ଦିନେ ଭରିରହିଥିଲା
ତୁମ ପାଇ ଶାନ୍ତିର ମହୌଷଧୀ
କିନ୍ତୁ ମୋ ପାଇ ଥିଲା ଖାଲି କୁଢ଼କୁଢ ଯନ୍ତ୍ରଣା ,
ଅବିଶ୍ବାସର ହଳାହଳ
ଯାହା ଆଜି କରିଦେଲା ମୋର ଏ ଜୀବନଟାକୁ
ଅବିନ୍ୟଷ୍ତ ଏକବାର ଅସଜଡ଼ା
କୃଷି ମହାବିଦ୍ୟାଳୟ, ଫୁଲ ଓ ଉଦ୍ୟାନ ବିଭାଗ
ଦୂରଭାଷ-୯୭୭୮୯୭୨୩୯୩
Go Back to Previous Page
ମାତୃତ୍ବ : ଏକ ବାରାଙ୍ଗନାର
ମହୀନ୍ଦ୍ର କୁମାର ପାଲ
Read Article
ମୁଁ ସର୍ବଂସହା ନାରୀ
ପ୍ରମିଳା ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ