ସ୍ମୃତି ତୁମେ ଗଲା ଦିନର,
ଆଜି ଆସିଛ ପୁଣି ଫେରି
ଭାବି ଥିଲି ଆଉ ହବନି ଦେଖା,
ହେଲେ, ଟାଣୁଛ ପୁଣି ମୋ ହାତ ଧରି ( ୧ )
ଛୋଟ ହୋଇ ତୁମେ ନୁହଁ ଆଉ,
ତୁମକୁ ହେଲାଣି ବୟସ
ଭୂଲିଯାଅ ଗଲା କଥା,
ଯାହା ମନରେ ଭରିଛି ବିଶ ( ୨ )
ଅତିତର ସ୍ମୃତି ଯାହା,
ଦେଇଛି ହୃଦୟକୁ କଷ୍ଟ
ଭବିଷ୍ୟତ ପାଇଁ ଭୁଲିଯାଅ,
ଜମା ନହୋଇ ଦୁଷ୍ଟ ( ୩ )
ଯେତେ ରାଗ ଋଷା, ମାନ ଅଭିମାନ,
କରିଥିଲେ ଆମେ ସେଇ ସମୟରେ
ସବୁ ଭୁଲିଯାଇ ଗଢ଼ିବା ଚାଲ,
ନୂଆ ଏକ ସ୍ୱପ୍ନ ନୂଆ କରି ଥରେ ( ୪ )
କେଜାଣି କାଇଁ ଗଲା କଥା ଭାବି,
ଅଖି ମୋର ଓଦା ହୋଇଯାଏ
ଝରୁ ଥିବା ଲୁହ ମାଟିକୁ ଚୁମି,
ମନେ ମନେ କିଛି କହିଯାଏ ( ୫ )
କିଛି ଭଲ ଲାଗେ,
କିଛି ଭୁଲିଯିବାକୁ ଇଛାହୁଏ
କିଛି ହୃଦୟକୁ ଭାରି ବାଧେ,
କିଛି ଓଠରେ ହସ ଆଣିଦିଏ ( ୬ )
ଏତେ ଦିନର ବନ୍ଧୁ ଆମେ,
ଥିବା ସାଥେ ପାଖା ପାଖି ସାଥି ହୋଇ
ଶେଷରେ ଏତିକି କହିବି,
ତୁମେ ମୋ ବନ୍ଧୁ ସଦା ପାଇଁ ( ୭ )
ଗଞ୍ଜାମ, ଓଡ଼ିଶା
Go Back to Previous Page
ସାଥୀ
ସତ୍ୟରଞ୍ଜନ ଦାସ
Read Article
ଯମ ମୋର ତ୍ରାଣକର୍ତ୍ତା
ଡମ୍ବରୁଧର ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ