ଦୁଇଶହ ଛଅଖଣ୍ଡ ଇଟାର ଏ ଅଟ୍ଟାଳିକା
ଜଣାନାହିଁ, କେଉଁ ଛାତ
କେଉଁ କାନ୍ଥ କେତେ ଯେ ବିଶ୍ବସ୍ତ,
ସ୍ପନ୍ଦନକୁ ଶୋଷିନିଏ
ଦିବାରାତ୍ର, ଦଣ୍ଡ ଆଉ କ୍ଷଣ
ଜଣାନାହିଁ, କେଉଁ ହାତ
ହାସ୍ୟରୋଳ ଦେଖେ ମୋର
ଦେଖେ ଅଶ୍ରୁପାତ
ସ୍ନେହ ଆଉ ଲୁହକୁ ମୁଁ
ସ୍ପନ୍ଦନର ତରାଜୁରେ ତଉଲୁ ତଉଲୁ
ଛାତିରେ ମୋ ଭଟ୍ଟା ଆସେ
ଜୁଆର ବି ଆସେ,
ରାତି ବଢ଼େ, ରକ୍ତଚାପ ବଢ଼ିଯାଏ
ଅଶରୀରି ଦୁଃଖସବୁ
ସ୍ପନ୍ଦନକୁ ଆବୋରି ମୋ ବସେ
ସ୍ପନ୍ଦନ ଥମିବ ଦିନେ
ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ବି ହେବ ମୂଲ୍ୟହୀନ
ଚେତନା ବାତାୟନ ଫାଙ୍କ ଦେଇ
ପଶିଆସେ ଆଜି ଯେତେ
ଇଥରୀୟ ମହାଶୂନ୍ୟପଣ
ମେଟ୍ରୋପଲିଟାନ୍ କୋ ଅପରେଟିଭ୍ ସୋସାଇଟି
ପ୍ଲଟ୍ ନଂ : ୯୪, ସେକ୍ଟର - ଏ
କୋଲକାତା - ୭୦୦୧୦୫
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ