କାହା ପାଦ ଶବ୍ଦରେ ସୁପ୍ତ ମନର ଦରଜା ଖୋଲିଯାଏ ହୃଦୟ ତନ୍ତ୍ରୀ ଝଙ୍କୃତ ହୁଏ ସପ୍ତ ସ୍ବରରେ ସ୍ବରେ ଲାଜେଇ ଯାଏ ତନୁମନ ଇନ୍ଦ୍ରଧନୁର ରଂଗଭରା ଆବେଗରେ ଦିଗ୍ବିଦିଗ ପ୍ରେମର ବର୍ଷା ବରଷିଯାଏ ଫଗୁରେ ହୋଲିରେ ଆନନ୍ଦ ଆଉ କଟାକ୍ଷରେ ବ୍ୟାପ୍ତ ହୁଏ ଭିଜିଯାଏ ପ୍ରାଣଭୂମି ଅସୁମାରି ସ୍ବପ୍ନରେ, ଅଙ୍କୁରି ଉଠେ ନବୀନ ଭାବନା; ସୁଗନ୍ଧିତ ମୁକୁଳରେ ମୁଗ୍ଧ ହୁଏ ଚିନ୍ତା ଓ ଚେତନା ପ୍ରେମୀର କପୋଳେ ଆଙ୍କି ହୁଏ ଅଦୃଶ୍ୟ ଚୁମ୍ବନର କଳ୍ପିତ କାମନା ସ୍ବର୍ଗୀୟ ସଂପଦରେ ଭରିଯାଏ ତା ଆଗମନରେ ଅଧ୍ୟାପିକା ଜି କେ ମହିଳା ମହାବିଦ୍ୟାଳୟ, ଗୋବରା, ଓଡ଼ିଶା
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ