କିଏ କହେ,
ଆତ୍ମା ମରେ ନାହିଁ, ଜଳେ ନାହିଁ,
ଆତ୍ମାର ଅନୁଭବ ନାହିଁ,
ଆତ୍ମାକୁ ଯନ୍ତ୍ରଣା ହୁଏନା ?
ଆତ୍ମାର ଆତ୍ମା ବି ଜଳି ଯାଏ,
ନିତି ନିତି ଲହୁ ଲୁହାଣ ହୁଏ
ବାହୁନି ବାହୁନି କାନ୍ଦେ,
କେହି ଜଣେ ଆତ୍ମୀୟର
ଟିକିଏ ଆଘାତରେ
କିଏ କହେ,
ଆତ୍ମାର ଭୋକନାହିଁ, ଶୋଷନାହିଁ ?
ନିତି ଏଠି ଆତ୍ମସାତ ହୁଏ,
ଆତ୍ମା ଲୁଟିନିଏ, ଶୋଷିନିଏ
ଅନ୍ୟର ସର୍ବସ୍ୱ 'ଆତ୍ମସାତ' କରିଯାଏ
'ପର ର ଆତ୍ମା'କୁ ତ ଚେହ୍ନେନା ମଣିଷ
ନିଜ ଆତ୍ମା ଖୁସି ପାଇଁ ସବୁ କରିଯାଏ,
ବିଡମ୍ବନା ଦେଖ,
ଜୀବନର ଅବଶେଷେ
'ପରମ-ଆତ୍ମା'କୁ ଖୋଜେ !
କିଏ କହେ,
ଆତ୍ମାରେ ଲାଗେନା ନିଆଁ
ଆତ୍ମା କେବେ ଜଳେ ପୋଡେ ନାହିଁ ?
ଆତ୍ମା ଏଠି ନିତି ଜଳିଯାଏ,
ସମାଜର ସମ୍ପତି ଲୋଭର
ପରଝିଅ ଭେଟି ଚଢିଯାଏ,
ନୁଆଁ ବୋହୁ ନିତି ଜଳି ଜଳି
ଅବଶେଷେ ଆତ୍ମାରେ ତା
ଢାଳି ଦିଏ କେରୋସିନ୍
ନିତି କେତେ 'ଆତ୍ମଦାହ' ହୁଏ
କିଏ କହେ ଆତ୍ମା କେବେ
ସମ୍ପର୍କରେ ବାନ୍ଧି ହୁଏ ନାହିଁ?
ଯେତେ ସବୁ 'ଆତ୍ମୀୟ' ସେ ସବୁ ତ
ଆତ୍ମାର ଆପଣାର ଜନ !
ଆତ୍ମାରେ ଆତ୍ମା ଯୋଡିଛି
ସମ୍ବନ୍ଧର ଡୋରୀ,
ଆତ୍ମା ଦେହାତୀତ ନୁହେଁ
ଆତ୍ମା ନୁହେଁ 'ତୃତୀୟ ପୁରୁଷ' ଅବା
ଆତ୍ମା ଆମ ଭିତରେ
ଆଉ 'କେହି ଜଣେ' ନୁହେଁ
ଆଖି ଦେଖେ, କାନ ଶୁଣେ
ଆତ୍ମା ବି ଅନୁଭବ କରେ
ଆତ୍ମା କାନ୍ଦେ, ହସେ, ଭଲପାଏ,
ଆତ୍ମା ସନ୍ତୋଷ ବି ହୁଏ
ଆତ୍ମା ଲୋଭକରେ, ହିଂସା ବି କରେ,
ଆତ୍ମା ହତ୍ୟା କରେ, ପୂଣ୍ୟ କରେ
କରେ ଅନେକ ପାପ ବି,
ଆତ୍ମା କଳୁଶିତ ହୁଏ ପବିତ୍ର ବି,
ଆତ୍ମା ଚାହେଁ କୁଶଳତା ସର୍ବ ସିଦ୍ଧି ପାଇଁ
କିଟ୍ ସ୍କୋୟାର, ପଟିଆ
ଭୂବନେଶ୍ୱର, ଓଡିଶା
Go Back to Previous Page
ଭାରତମାତା କହୁଛି
ଏମ୍. ବିଜୟ କୁମାର
Read Article
କଇଁ
ଶୁଭକାନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ