ଏ ଯାଏଁ ତୋ ଲାଗି ତୋଳିପାରିନି
ମନଲାଖି ଘରଟିଏ
କିନ୍ତୁ ତୁ ଧିରେ ଧିରେ ଅଝଟ ହେଲୁଣି
ଆଖି ଫିଟାଇ ଏ ସାରା ସଂସାରଟାକୁ ଦେଖିବାକୁ
ମୁଁ ତ ବୁଝି ପାରୁନି
କାହିଁକି ତୋର ଏ ଆକୁଳତା, ଅଝଟପଣ
ଆଉ ଏ ଅନ୍ତହୀନ ବ୍ୟଗ୍ରତା!
ଘର ବୋଲି ଯାହାକୁ ଭାବୁଛୁ
ସେ ତ ଘର ନୁହଁ ବରଂ କହିପାରୁ ତାକୁ
ନିୟମର କଂକରିଳ କବରଖାନା
ଯେଉଁଠି ଦିନେ ତୁ ବି ଠିକ୍ ମୋ ପରି
ପେଷି ହୋଇଯିବୁ
ପଥରବଟା ତଳର ମସଲା ପରି
ତୋ ଦେହ ମନ ପ୍ରାଣ ସବୁ
କଟି ଚାଲିଥିବ ସମୟର ତାଳେ ତାଳେ
ସ୍ବାର୍ଥପରତାର ତୀକ୍ଷ୍ଣ ଛୁରୀରେ
ଠିକ୍ ରୋଷେଇଘର ଡାଲାରେ ପଡ଼ିଥିବା
ମହଜୁଦ୍ ପରିବା ପରି
ପୁଷ୍ପ ଓ ଭୂଭାଗ ଦୃଶ୍ୟ ଉଦ୍ୟାନ ବିଭାଗ
କୃଷି ମହାବିଦ୍ୟାଳୟ, ଭୁବନେଶ୍ବର, ଓଡ଼ିଶା
Go Back to Previous Page
ଓଡ଼ିଆ ପୁଅ
ଡ: ସତ୍ୟନାରାୟଣ ମିଶ୍ର
Read Article
କେବେ କେବେ ତୁମେ
ଅଶୋକ କୁମାର ସେଠୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ