କେହି ଜଣେ ହାତଧରି ଟାଣୁଥିଲା?
ଡାକୁଥିଲା ସୁନାଖେତ ଆଡ଼େ,
ଦେଖିବାକୁ-
ସବୁଜ ଖେତରେ ସୁନା ଧାନର ଲହରୀ
ଶୁଣିବାକୁ ଶୀତର କାହାଣୀ
ମତେ କିନ୍ତୁ ଶୁଭୁଥିଲା
ବୁକୁଫଟା କ୍ରନ୍ଦନର ରୋଳ
ବେସାହାରାର ଆର୍ତ୍ତ ଚିତ୍କାର
ସର୍ବହରା ପରିବାରର ଆତ୍ମଲିପି
ଆଉ କେତେଟା ସର୍ବହରାଙ୍କ ହୁଙ୍କାର
କୀର୍ତ୍ତିମନ୍ତ ରାଜାଙ୍କ ବିରୋଧରେ
କାନଫଟା ସ୍ଳୋଗାନ୍
ମତେ ଦେଖାଯାଉଥିଲା-
ଦୂର ଦିଗନ୍ତବିସ୍ତାରୀ ଉଠୁଥିବା ଧୁଆଁ
ଡହଡ଼ କରାଳ ରୂପୀ ନିଆଁ,
ଦୁଃଖ, କଷ୍ଟ, ଯନ୍ତ୍ରଣା, ହାଡ଼ଭଙ୍ଗା ପରିଶ୍ରମ
ଋଣଦିଆ ମହାଜନର ତାଡ଼ନା
ନିଗିଡ଼ା ରକ୍ତର ଅର୍ଦ୍ଧଦଗ୍ଧ ରୂପ,
ତଳେ ଗଡୁଥିଲା ନକଲି ବିଷ
ଦରପୋଡ଼ା ଧାନଗଛ,
ଅଧା ସିଝା ଚକଡ଼ା ପୋକ,
ଆଉ
ସାରା ସଂସାରକୁ ଆହାର ଦେଇ
ହଳାହଳ ବିଷ ପିଇଥିବା
ନୀଳକଣ୍ଠଙ୍କ ଶବ୍ଦ
ବାହାବଳପୁର, ଯାଜପୁର, ଓଡ଼ିଶା
Go Back to Previous Page
ଫେରନ୍ତା କି
ଅଶୋକ ଦିଗାଳ
Read Article
ଦଣ୍ଡନାଟ
ସନ୍ତୋଷ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ