ଭାରତ ମାତା କହୁଛି ଶୁଣ ମାଟିବୀର
ଶିକ୍ଷିତ ସଂଗଠିତ ହୋଇ ସଂଘର୍ଷ କର
ସଂଘର୍ଷ କର
ଗ୍ଲେହା ଗ୍ଲେହାଇ ପୁଅ ଝିଅ ସବୁ ସମାନ
ତୁମ ପାଇଁ ସୁବିଧା ସୁଯୋଗ ଅଛି ଜାଣ
ଦଳିତ ଆଦିବାସୀ ପଛୁଆ ସଂଖ୍ୟାଲଘୁ
ଉଠ ଜାଗ ଉଠ ରାହାର ବାସ୍ନା ଶୁଂଘୁ
ବିଶ୍ୱର ସର୍ବବୃହତ ସଂବିଧାନ ପିତା
ଭାରତ ମାଟି ମାଁ ରୁପୀ ଆମ୍ୱେଦକର
ଛଅ ବିଜ୍ଞ ମନୀଷୀ ମଧ୍ୟେ ଚୀର ଅମର
ସମସ୍ତଙ୍କୁ ଦେଇ ସମାନ ମାନବାଧିକାର
ଅଚଳା ପାହାଡ ଗିଳିବାକୁ ଆଁ ଫାରୁଛି
ଆର୍ତ୍ତନାଦ ନୁହେଁ ପ୍ରତିବାଦ ମାଁ କରୁଛି
ଭୁଖା ଭୂଗୋଳରେ ଯାଏ ଭୂମିକମ୍ପ ମାଡି
ଭିକ୍ଷାଥାଳ ଧରାଇ ଭିକ ଫିକଇ ଜୁରୀ
ଅଳ୍ପ ଅଳ୍ପ ଭାଗ ଭାଗ ହୋଇ ବହୁଜନ
ଅନ୍ଧକୂପେ ରହି ଭୋକ ଶୋଷେ କାଟୁ ଦିନ
ସର୍ବ ଦୁର୍ନୀତି ଜିନ୍ଦାବାଦର ସରକାର
ଚର୍ତୁଦିଗେ କଳଂକ ଆତଂକରାତ କା'ର
ଚଳିବ ନାହି ଚଳିବ ନାହିଁ
ମୂଳନୀବାସୀ ଭାରତେ ବିଦେଶୀ ଶାସକ
ଧର୍ମ କର୍ମ ଈଶ୍ୱର ନାଁ ରେ ବନାଇ ଭେକ
ନଚାଉଛି
ନାଚ ମାକରୀ ନାଚ
କୁଣା ଖାଏବୁ ନାଚ
ମୂଳନୀବାସୀଂକ ସ୍ୱାଧିନତା ଆନ୍ଦୋଳନ
ନିଃଶଦ୍ଦ ମଣିଷ ଏକ ସ୍ୱର ଉତ୍ତୋଲନ
ଛଳକପଟେ ସାମାଜିକ-ଅର୍ଥନୈତିକ
ଯୁଗ ଯୁଗ ଦାସ କରି ରଖିଛ ଶାସକ
ସ୍ୱାଧିନ ଭାରତ ପରାଧୀନ ବହୁଜନ!
ନୁହେଁ ସ୍ୱାଧୀନ ନୁହେଁ ସ୍ୱାଧିନ
ଜନ ଗଣ ମନ ଅଧିନାୟକ ଜୟ ହେ
ଭାରତ ଭାଗ୍ୟ -ବିଧାତା
ମୂଳନୀବାସୀ ଶୁଦ୍ର ବହୁଜନ ଜାଗ ହେ
ମୁକ୍ତି ହେବ ସ୍ୱାଧିନତା
ଜୟ ଭୀମ ଜୟ ମୂଳନୀବାସୀ
ଜୟ ଭାରତ
ଉଠ ଉଠ ହୁଅ ଜାଗ୍ରତ ହୁଅ ପ୍ରସ୍ତୁତ
ଦଳିତ ଆଦିବାସୀ ପଛୁଆ ସଂଖ୍ୟାଲଘୁ
ଜନ ଆନ୍ଦୋଳନ ରାସ୍ତାର ବାସ୍ନା ଶୁଘୁ
ଭାରତ ମାତା କହୁଛି ଶୁଣ ରକ୍ତ ବୀର
ଶିକ୍ଷିତ ସଂଗଠିତ ହୋଇ ସଂଘର୍ଷ କର
ସଂଘର୍ଷ କର
ମାର୍ଫତ ବିଜୟ ମହପାତ୍ର
ଡେଲଟା କଲୋନୀ ଉତ୍ତରା
କୌଶଲ୍ୟାଗଗାଂ-02
ଭୁବନେଶ୍ୱର
ମୋ-7978784130
Go Back to Previous Page
ସହଜ ସମାଧାନ
ଡା ସୌମ୍ୟରଞ୍ଜନ ମିଶ୍ର
Read Article
ତୃତୀୟ ପୁରୁଷ
ବିନୟ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ