କବି ନୁହେଁ ମୁହିଁ, ନୁହେଁ ବ୍ରହ୍ମ ଜ୍ଞାନୀ !
ଲେଖୁଛି କବିତା ଆଜି, ବସି ଅନ ଲାଇନି I
ଭୁଲ ହେବାଟା ତ ସ୍ୱାଭାବିକ କଥା
ଆଶା ଭାଇ ଭଉଣୀ ମୋ ନ ମଣିବେ ବ୍ୟଥା I
ଭାବୁଛି ନିଜକୁ ନିଜେ, ମୁ ଜ୍ଞାନର ଭଣ୍ଡାର !
ପ୍ରକୃତି ହସି କହୁଛି, ତୁ ପୋକ ଅଟୁ ଛାର !
ପାଟି ନାହିଁ ତାହାର, ଦିଏ ସେ ଇସାରା !
ବୁଝି ହୁଏ ନାହିଁ ତାହା, କାରଣ ମୁ ବ୍ୟସ୍ତ ଦିନ ସାରା !
ଆଖି ଖୋଲିବାକୁ ମୋର, ଚାହୁଁ ଥିଲି ଦିନେ
ପ୍ରବେଶିଲି ଯେବେ ମୁହିଁ, ସାଂସାରିକ ଜ୍ଞାନେ !
ସାହି ପଡିସା ମୋ, ସାଥି ବନ୍ଧୁ ବାନ୍ଧବେ
ଛନ୍ଦି ଦେଲେ ମୋତେ ଜଞ୍ଜାଳ କର୍ତ୍ତବୟେ !
ଭୁଲିଗଲି ମୁଁ ଯେ, ନିଜକୁ ନିଜ ଭିତରେ
ଡୁବି ଗଲି ଭବ ସଂସାର ସାଗରେ !
ପିଲା କୁଟୁମ୍ବ ଙ୍କୁ ନେଇ ପହଁରିଲି ନଈ
ନଜାଣିଲି ଲକ୍ଷ ସ୍ଥଳ କୋଉଠେ ମୋ ଯାଇ !
ଜନ ଧନ ଅର୍ଜନ ମୋ ନ ଥିଲା ମୋ ପାଶେ
ସରିଲା ବେଳକୁ ଜଞ୍ଜାଳ, ମୋ ଜୀବନ ଶେଷେ !
ପୁଣି ଥରେ ଖୋଜି ବୁଲେ, ଚିହିଁବାକୁ ନିଜକୁ ନିଜେ
ନାହିଁ ଆଉ ସମୟ କି ଶକ୍ତି, ଯାହା ନିତି ଖୋଜେ !
ଭାବି ଭାବି ବସି ଥାଏ, ଜୀବନ ରହସ୍ୟ ଊଂଖୁରୀ
ମାୟା ମାୟା ଲାଗୁ ଥାଏ ଚତୁର୍ପାର୍ଶ୍ୱ ଘେରି !
ନିଶ୍ୱାସ ତ୍ୟାଗ ର କିଛି କ୍ଷଣ ପୂର୍ବେ
ବୁଝିଗଲି ସଂସାରକୁ ନ ଫେରିବି ଆଉ କେବେ !
ହେଲି ଏ ଭବ ସଂସାରୁ ପାରୀ, ହେ ମୋର ଜନନୀ ଜନ୍ମ ଦାତ୍ରୀ ନମସ୍ୟ ମୁ ପାଖରେ ତୁମରି !!!
ପଙ୍କଜ
Go Back to Previous Page
ସମୟ ବଡ଼ ବଳବାନ
ଲୋକେଶ୍ ପ୍ରଧାନ
Read Article
ବିଘ୍ନ
ଅବିନାଶ ମାଟିଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ