ସମୟ ଜୁଆର କରେନି ଅପେକ୍ଷା
ଏହାକୁ ଯେ ତିଳେ ନକର ଉପେକ୍ଷା ।।
କର୍ମ କର ଫଳେ ନରଖି ଆଶା
ନିରାଶା ହୋଇଣ ହେବ ହତାଶା ।।
ପରିଶ୍ରମ କର ପଛେ ନ ଚାହିଁ
ସଫଳତା ନିଶ୍ଚେ ଆସିବ ଧାଇଁ ।।
ବିଫଳ ହେଲେ ଭାଙ୍ଗି ନ ଯାଅ
ଅଳ୍ପ ହେଉ ପଛେ ଶିକ୍ଷା ତ ପାଅ ।।
ସମୟ କୁ ଯେ ନଷ୍ଟ କରଇ
ବୁଦ୍ଧିବଣା ହୋଇ ଅବାଟେ ଯାଇ ।।
ଭାଗ୍ୟ ନିନ୍ଦି ଦିଏ ଅନ୍ୟ କୁ ଦୋଷ
ବୃଥା ରେ ହୁଏ ତା ମନ ରୋଷ ।।
ବାଲ୍ୟକାଳେ ପାଠେ ନ କର ହେଳା
ହେଳା କଲେ ଜାଣ ବୁଡ଼ିବ ଭେଳା ।।
ଏ ସମୟ କେବେ ଫେରିବ ନାହିଁ
ଅନୁତାପ କଲେ କି ଲାଭ ପାଇ ।।
ସମୟ କୁ କରେ ଯେ ହେୟଜ୍ଞାନ
ନ ଜାଣେ ସମୟ କେଡ଼େ ବଳବାନ ।।
ଧୈର୍ଯ୍ୟଶୀଳ ହୋଇ ଯେ କରେ ଗତି
ଲଭିବ ଦିନେ ନା ଦିନେ ସୁଖ୍ୟାତି ।।
ପରିଶ୍ରମୀ ହୁଅ ଲଗାଇ ଧ୍ୟାନ
ନିଶ୍ଚୟେ ବିଜୟ ହେବଟି ଜାଣ ।।
ଏ କଥାକୁ କର ଗୁରୁ ଵଚନ
ପାଠ ପଢ଼ ଧ୍ୟାନେ ଲଗାଇ ମନ ।।
ପ୍ରେରକ- ଲୋକେଶ ପ୍ରଧାନ, ନୂଆପଡ଼ା, ଓଡ଼ିଶା
Go Back to Previous Page
ସୁଦର୍ଶନ
ପ୍ରଶାନ୍ତ କୁମାର ନାଥ
Read Article
ଅଲୋଡ଼ା କବିଙ୍କ, ଅଜ୍ଞାନବାର୍ତ୍ତା
ପଙ୍କଜ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ