ଥିଲା ଗୋଟେ ମଫସଲି ଗାଆଁ
ସୁରପୁର ବୋଲି ତାର ନାଆଁ।।
ରହୁଥିଲେ ସେଠି ଯେତେ ମୁର୍ଖ
ପାଠଯେ ନମାଡେ ତାଙ୍କ ପାଖ ।।
ସୁଦର୍ଶନ ବୋଲି ଗୋଟେ ପିଲା
ପଢିବାକୁ ସିଏ ମନ କଲା।।
ଏକଥା ଶୁଣିନ ଗ୍ରାମବାସୀ
ହୋଇଲେ ସମସ୍ତେ ହସାହସି ।।
ପାଠେ ତାର ମନଟାକୁ ବାନ୍ଧି
ବାପାଙ୍କୁ କହିଲା କାନ୍ଦି କାନ୍ଦି ।।
ସ୍କୁଲ୍ରେ ମୋର ନାଁ ଦିଅ ଲେଖି
ହେବା ନାହିଁ ଆମେ ଜମା ଦୁଃଖି ।।
ପିଲାଟିର ସେହି କଥା ରଖି
ସ୍କୁଲ୍ରେ ତା ନାମ ଦେଲେ ଲେଖି ।।
ପାଠ ପଢିବାକୁ ଗଲା ସିଏ
ନଟପି ପାରିଲେ ତାକୁ କିଏ ।।
ମୁଣ୍ଡରେ ଥିଲାତ ପାଠ ଖଣି
ପଢୁ ପଢୁ ଗଲା ସବୁ ଜାଣି ।।
ଆଦର୍ଶ ଛାତ୍ରଟେ ସିଏ ହେଲା
ଗୁରୁଙ୍କ ହୃଦୟେ ଘର କଲା ।।
ପାଠ ପଢି ଡାକତର ହେଲା
ଗାଆଁ ରୋଗୀଙ୍କର ସେବା କଲା ।।
ବାପା ମାଆ ତାର ହେଲେ ଖୁସି
ଉପକୃତ ହେଲେ ଗ୍ରାମବାସୀ ।।
ଗାଆଁର ସମ୍ମାନ ଗଲା ବଢି
ସମସ୍ତେ ଧାଇଁଲେ ପାଠ ପଢି ।।
ମୁରୁଖ ନହେଲେ କେଉଁ ପିଲା
ଗାଆଁଟା ଶିକ୍ଷିତ ହୋଇଗଲା ।।
ନଂ-୧୦, ଫାଷ୍ଟ୍ ଫ୍ଲୋର, ଫାଷ୍ଟ୍ ବି କ୍ରସ୍, ଏସ୍. ଜି. ଏନ୍ ଲେଆଉଟ୍,
କସମିକ୍ ଏମ୍ବାସୀ, ବାଙ୍ଗାଲୋର - ୫୬୦୦୨୭
ମୋ - ୦୮୮୯୨୩୦୧୧୪୩
Go Back to Previous Page
ଜୀବନ
ଜଗଦୀଶ ମିଶ୍ର
Read Article
ସମୟ ବଡ଼ ବଳବାନ
ଲୋକେଶ୍ ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ