ବନ୍ଦୀଶାଳାର ଅସହାୟା ମୁଁ, ନିରବଦ୍ରଷ୍ଟା ପରି ପଡିଥାଏ କୋଣ ଅନୁକୋଣେ
ଖୋଜୁଥାଏ ରାହା ମୁକ୍ତିପଥର, ବଞ୍ଚିବାପାଇଁ ଜଳ ଯେମିତି, ସେମିତି ପ୍ରତିକ୍ଷଣେ .
କଣ୍ଠରୁଦ୍ଧ ହେଇଯାଏ କ୍ଷଣେ କ୍ଷଣେ ମୋର, ଦେଖି ମୋର ଅସହାୟତାକୁ
ଚାହିଁ ମୁଁ ନଥିଲି ଏମିତି ଦୁନିଆଁ, ଯେଉଁଠି ହୁଏ ପ୍ରତି ମୂହୁର୍ତରେ ମରିବାକୁ.
ଖୋଲା ଆକାଶର ଟିକି ଚଢେଇ ମୁଁ ,ସୁନାପଞ୍ଜୁରୀରେ ହୋଇଛି ବନ୍ଦୀ
ଉଡି ଯିବାପାଇଁ ବାଟ କିଛି ନାହିଁ, ସମୟ ଦେଇଛି ଶିକୁଳି ଛନ୍ଦି.
ଭୁଲି ମୁଁ ଗଲିଣି ପ୍ରିୟର ଆଧାର, ଖାଉଛି ବଞ୍ଚିବା ପାଇଁ
ସୁଖ ନିଦ୍ରା ମୋର କେବେଠୁ ଗଲାଣି, ଶୋଉଛି ମୁଁ ଥକିଯାଇ .
ବନ୍ଦୀ ଚଢେଇ ମୁଁ ପଞ୍ଜୁରୀ ଭିତରେ ହେଉଅଛି ଛଟପଟ
ବଞ୍ଚିବା ପାଇଁ କି ରାହା ଖୋଜୁଅଛି, ଯାଉଛି ଥକି ମୋ ପାଦ .
ଗଲା ଜନମର କର୍ମପାଇଁ ଅବା, ଭୋଗୁଛି ମୁଁ କର୍ମଫଳ
ପ୍ରତି ମୁହୂର୍ତରେ ଗୁହାରି କରୁଛି, ମୁକ୍ତିଦିଅ ଚକ୍ରଧର.
ପୂର୍ଣାନନ୍ଦ ଭବନ, ନେତାଜୀ ନଗର,
ମଧୁପାଟଣା, କଟକ-୭୫୩୦୦୧
ଫୋନ-୯୪୩୮୨୭୫୯୩୦
Go Back to Previous Page
ଭାରତର ହୀରା
ପଲ୍ଲବୀ ଦାସ
Read Article
ସାରୀଆ ଅପା
ମନୋରଞ୍ଜନ ମୁଦୁଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ