ମୁଁ କାଚ ନା କୋଇଲା ଜାଣିନି
ଦିଗବଳୟର ସମ୍ପୂର୍ଣ୍ଣତା ମାପିନି
କିନ୍ତୁ ଅର୍ପଣ କରିବି ଭାବୁଛି
ପ୍ରକୃତିର କୋଳରେ ବଢୁଥିବା ହୀରା ଟିଏ
ମୂଲ୍ୟବାନ ହୀରା ସାଜିବ ସମସ୍ତଙ୍କ ପାଇଁ
ଦେଖିବାକୁ ଚାହିଁବେ ସମସ୍ତେ ଚାତକ ହୋଇ
ମୋ ହୀରା ସାଜିବ ରକ୍ଷକ ଭାରତର
ଯିଏ ଅବେଳା ରେ ବି ପିନ୍ଧି ପାରିବ
ଗଳାରେ ତ୍ରିରଙ୍ଗା ଫୁଲ
ଆଉ ଶାନ୍ତିରେ ଅମର ହୋଇ ଶୋଇ ପାରିବ
ଢାଙ୍କି ହୋଇ ପ୍ରକୃତି ଓଢଣୀର
ଭାବୁଛି ଇଏ ହବ ତାଙ୍କ ପାଇଁ ଶ୍ରେଷ୍ଠ ଉପହାର
ଯିଏ ପିନ୍ଧେଇ ଥିଲେ ଦିନେ ଶଙ୍ଖା ଆଉ ସିନ୍ଦୁର
ସୁଯୋଗ ଦେଲେ ମୋତେ ମାତୃତ୍ୱ ଲାଭର
ହୀରା କୁ କୋଳରେ ଦେଇ ହୋଇଗଲେ ଅମର
ଭାବୁଛି ଯତ୍ନ ନେଇ ପାରିବି ମୁଁ
ହଜି ଯାଇଥିବା ଶଙ୍ଖା ସିନ୍ଦୁରର
ତାଙ୍କ ସପନର,
ଆଉ ମୋତେ କୋଳରେ ଜାଗା ଦେଇଥିବା ପ୍ରକୃତିର....
ଜୁନାଗଡ଼
Go Back to Previous Page
ମାଆ
ପ୍ରଣତୀ ମହାପାତ୍ର
Read Article
ଆତ୍ମାହୁତି
ରୋଜା ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ