ମାଆ ସିନା ଦଶମାସ
ଗର୍ଭ ଧାରଣର
କଷ୍ଟ ସ୍ବୀକାର କରେ,
ତୁମେ
ସାରାଜୀବନ...
ଜନ୍ମରୁ.... ଶୈଶବ
ଶୈଶବରୁ... କୈଶୋର
ଦୁଃଖରୁ ସୁଖ
ଜନ୍ମରୁ ... ଯୌବନ ଯାଏ,
ବଞ୍ଚିବା,
ବଢିବା,
ପଢିବା,
ଗଢିବା,
ସବୁବେଳେ
ସବୁକ୍ଷଣରେ,
ପ୍ରତ୍ୟକ୍ଷ ଅବା ପରୋକ୍ଷ।
ସୁରକ୍ଷା କବଚ ପ୍ରାୟ,
ଧୈର୍ଯ୍ୟ ର ମଜବୁତ ବନ୍ଧ ତୁଲ୍ୟ,
କୁବେର ଭଣ୍ଡାର ହୋଇ,
ବୀରସୈନିକ ଠାରୁ
କେଉଁ ଗୁଣରେ କମ୍ ନୁହଁ।
ପାଖେ ପାଖେ ଥାଅ,
ସବୁ ଦୁଃଖ, କଷ୍ଟ,ଗ୍ଲାନି
ମାନଅପମାନ ର ଗରଳକୁ
ଅମୃତ ଭଳି ପାନ କରି...
ତୁମର କଳନା ନାହିଁ,
ତୁମେ ମହାନ
ସେଥିପାଇଁ ପରା ତୁମେ
ସେ କିଏ
କେହି ଯଦି ଜାଣିଥିବେ ଦୟାକରି ଉତ୍ତର ଦେବାକୁ ଅନୁରୋଧ ରହିଲା
ଫକୀରମୋହନ ନଗର
ବାଲେଶ୍ୱର।
Go Back to Previous Page
ପାହାଡ଼ି କନ୍ୟା
ଗୌରାଙ୍ଗ ଚରଣ ବେହେରା
Read Article
ଭାରତର ହୀରା
ପଲ୍ଲବୀ ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ