ବୁଭୁକ୍ଷିତଂ କିଂ ନକରୋତି ପାପଃ,
ଭୋକିଲା ପେଟରେ ସବୁ କରିହୁଏ,
ଭୋକ ପାଖେ ପାପ ପୁଣ୍ୟର ବିଚାର ନଥାଏ।
ଭୋକ!
ସେ ଦେହର ଭୋକ ହେଉ କି ପେଟର ଭୋକ,
ଅହରହ ଜାଳୁଥାଏ ମଣିଷକୁ,
ଶାନ୍ତିରେ ରଖେଇ ଦିଏନା,
ହଜାଇ ଦିଏ ତା ମନୁଷତ୍ବ,
ବୁଦ୍ଧି ଓ ବିବେକ,
ଭୋକ ,ସେ ଦେହର ଭୋକ ହେଉ କି
ପେଟର ଭୋକ।
ଭୋକର ଭୂଗୋଳ କିଏ ପଢି ପାରେ ନାହିଁ,
ଭୋକର ଚିତ୍ରକୁ କିଏ ଆଂକି ପାରେ ନାହିଁ,
କଥାରେ ବି ବର୍ଣ୍ଣି ହୁଏ ନାହିଁ,
ଭୋକର ରୂପକୁ।
ସେ ଥାଏ ମଣିଷ ଭିତରେ ଏକ,
ଅଦ୍ରୁଶ୍ୟ ଦାନବ ପରି
ଭୋକ କେବେ ବୁଝେ ନାହିଁ,
ପ୍ରେମ ଅବାସ୍ର୍ନୁତିର ପୁଲକ,
ଭୋକ ପାଇଁ ଘଟିଯାଏ ସଂସାରରେ,
ଅନର୍ଥ ଅନେକ।
ଭୋକ,ସେ ଦେହର ହେଉ......
ପେଟ ଭୋକ ତାଡନାରେ,
ମଣିଷ ଯେ ଛାଡୁଥାଏ ନିଜ ଭିଟାମାଟି।
ଭୋକିଲା ମଣିଷ ଜାଣେନା,
କିମିତି ସାଇତି ରଖିବ ସଂପର୍କର ଗଣ୍ଠି।
ଭୋକର ନାହିଁ ଯେ ସୀମା ପରିସୀମା,
ଅବା ଆକାର ପ୍ରକାର।
ଭୋକିଲା ମଣିଷ କରିପାରେ,
ସବୁ ପାପ ସବୁ ଅନାଚାର।
କଅଁଳା ଶିଶୁର କାଂଦ ଅବା
ତରୁଣୀର କରୁଣ ବିକକ ଚିତ୍କାର।
ସବୁର କାରଣ ସେ ଭୋକ।
ଭୋକ,ସେ ଦେହର ଭୋକହେଉ
ବା ପେଟର ଭୋକ,
ଅହରହ ଜାଳୁଥାଏ ମଣିଷକୁ,ଶାନ୍ତିରେ
ରଖାଇ ଦିଏନା,ହଜାଇ ଦିଏ
ତା ବୁଦ୍ଧି ଓ ବିବେକ।
Go Back to Previous Page
ଅନୁରାଗର ଦିରୁକ୍ତି
ଉଦୟନାଥ ଗୌଡ଼
Read Article
ପାହାଡ଼ି କନ୍ୟା
ଗୌରାଙ୍ଗ ଚରଣ ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ