ମୁଁ ତ ଅନେକ ଦିନହେଲା
ଭୂଲିଲିଣି
ମୋ ଠିକଣା, ପାଶୋରିଲିଣି
ଯିବାବାଟ, ଫେରିବା ସମୟ,
କାଳର ସୁଅରେ!
ଆଉ କଣ ଆଜି ଫେରିହେବ
ମୋ ପରାଜିତ ପୃଥିବୀର
ପୁରୁଣା ନୂଆଁଣିଆ ଜୀବନ ଭିତରକୁ
ସେଇ ଲିଭି ଆସୁଥିବା ପଦଚିହ୍ନକୁ
ପରଖି ପରଖି;
ଦପ୍ ଦପ୍ କରୁଥିବା
ବୟସର ଲଣ୍ଠନ ଆଲୁଅକୁ
ଆଶା ଓ ଅବଶୋଷର
ମଦିରା ଇନ୍ଧନେ,
ପୁଣି ଜଳାଇ,
ପରସ୍ତ ପରସ୍ତ ଆଧୁନିକତା
ମୋ ଉପରେ ତା ଅଧିକାର
ଯୋରକରି ଲଦିଦେଲାପରେ,
ଜୀବନ ଦର୍ଶନରେ
ନିସ୍ବତା ଓ କ୍ଲାନ୍ତିର ପରିଭାଷା
ବଦଳିଲା ପରେ,
ବିବେକ ଓ ବିଚାର ଭିତରେ
ରିତିମତ ଲଢେଇଟେ ଲାଗିଗଲା ପରେ!
ଏବେ ତ ମୁଁ
ଦାୟୀତ୍ବ ଓ କର୍ତ୍ତବ୍ୟର
ଦୁଇ ଷ୍ଟେସନ ଭିତରେ
ଅଭାବ ଓ ଅବସାଦକୁ ନେଇ
ଅଙ୍କ କଷୁଥିବା,ଦାରିଦ୍ର୍ୟର
ପ୍ରତିଟି ଷ୍ଟପେଜ ଡେଇଁ
ନିତି ଧାଉଁଥିବା ରେଳ ଗାଡିଟିଏ,
ବ୍ୟସ୍ତ ଏକ ସମ୍ପର୍କ ଯୋଡିବାରେ
ବିବର୍ତ୍ତନର ଆସନ୍ତାକାଲି ସହିତ
ଆଉ
ବଳକା ବୟସ ଟିକକ
ହିସାବକରି ନେବାକୁ
ବଞ୍ଚିବା ଓ ବଞ୍ଚିଯିବାର
ହାରଜିତ ଖେଳ ଭିତରେ
ଯୁଦ୍ଧଫେରା ସୈନିକଟେ
ତଥାପି ତା ଶତୃର ଆହ୍ବାନକୁ
ଲମ୍ଫଦେଲାପରି,
କ୍ଲାନ୍ତ ପଥିକଟେ ତା
ଆଗରେ ଥିବା
ବଳକା ତମାମ ରାସ୍ତାକୁ
ଆତ୍ମପ୍ରତୟର
ବିଶ୍ବାସ ଓ ଭରସାରେ
ଡେଇଁଗଲାପରି!
ଅମୂଲ୍ୟ ନିବାସ, ତୁଳସୀ ନଗର, ବ୍ରହ୍ମପୁର
Go Back to Previous Page
ହାଏରେ ପାଠ
ସୂର୍ଯ୍ୟପ୍ରକାଶ ନାୟକ
Read Article
ଭୋକ
ସଂଘମିତ୍ରା କାନୁନଗୋ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ