ବସ୍ତାନୀ ଭାରରେ ଭାଙ୍ଗଇ ଅଣ୍ଟା
ପାଠଟା ଇଲିସି, ବହୁତ କଣ୍ଟା
ଶୋଇଲେ କହିବ ଜଳଦି ଉଠ
ଖେଳିଲେ କହିବ ସରିନି ପାଠ!
ବସିଲେ କହିବ ଧରିଥା ବହି
ବୁଲାଇ ଦେବନି କୁଆଡ଼େ କାହିଁ
ନାହିଁ ଖରା ନାହିଁ ବରଷା ବାଆ
ନିତି ସକାଳେ ସ୍କୁଲକୁ ଯାଆ
ଗଣିତକୁ ମୋର ଦୂରୁ ଜୁହାର
ଇଂରାଜୀକୁ ନିତି ମୁଣ୍ଡିଆ ମାର
ସଂସ୍କୃତ ଦେଖିଲେ ମୁଣ୍ଡ ବୁଲାଏ
ମିଛ କଥା କହି ପଦାକୁ ଧାଏଁ
ବିଜ୍ଞାନ ବହିର ଛବିକୁ ଦେଖି
ତଣ୍ଟିଟି ମୋହର ଯାଏ ଯେ ଶୁଖି
କମ୍ପ୍ୟୁଟର ଧରି ଥରଇ ମୁହିଁ
ବାହାନା କରି ମୁଁ ଆସଇ ଧାଇଁ
ପଦାର୍ଥ ବିଜ୍ଞାନ ମୁଣ୍ଡକୁ ଖାଏ
କଲନ ଆଣିନି ମିଛରେ କହେ
ଶ୍ରେଣୀ ଗୃହେ ନିତି ଭାବନା ମୋର
ସାହିତ୍ୟରୁ ପ୍ରଭୁ କର ଉଦ୍ଧାର
ଫାର୍ମାସୀ ଛାତ୍ର, ରୋଲାଣ୍ଡ ଫାର୍ମାସୀ କଲେଜ
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା
Go Back to Previous Page
ଆମ୍ଭେ ଚାଲିଛୁ ନୂତନ ଆଶାରେ
ସ୍ବାତୀ ସୁଚରିତା ନାୟକ
Read Article
ଅନୁରାଗର ଦିରୁକ୍ତି
ଉଦୟନାଥ ଗୌଡ଼
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ