ଚିନ୍ତା ଚେତନାର ସୀମାରୁ ବାହାରି
ଚନ୍ଦ୍ର ଶୀତଳତା ଚନ୍ଦନରେ ଭରି,
ଚମ୍ପା କେତକୀର ସୁଗନ୍ଧ ସାଥିରେ
ଆମ୍ଭେ ବାହାରିଛୁ ନୂତନ ଆଶାରେ
ସୂର୍ଯ୍ୟ ଆଲୋକରେ ଆମ୍ଭେ ଆଲୋକିତ
ସ୍ବର୍ଗ ପାରିଜାତ ଆମ୍ଭ କରାଗତ
ସୁବର୍ଣ୍ଣ ଶିକୁଳିରୁ ହୋଇଅଛୁ ମୁକ୍ତ
ଶ୍ବେତପଦ୍ମସମ ଆମ୍ଭେ ଉଜ୍ଜ୍ବଳିତ
ଶତ ସିଂହବଳ ବହିଛୁ ଶରୀରେ
ଆମ୍ଭେ ବାହାରିଛୁ ନୂତନ ଆଶାରେ
କଳୁଷ କାଳିମା ଯାଇଅଛି ହଜି
ଦୁର୍ଗୁଣକୁ ଆମେ ଦେଇଅଛୁ ତେଜି
କୌସ୍ତୁଭ ସନ୍ଧାରେ କୃଷ୍ଣସାର ଯେହ୍ନେ
କିବା ମରୁଭୂମି ମୃଗତୃଷ୍ଣା ଆନେ
କାଞ୍ଚନ କିରୀଟ ନାହିଁ ପ୍ରୟୋଜନ
କୌତୁକ ଆମୋଦେ ନାହିଁ ଆମ ମନ
କୃପା କରୁଣାର ବାରିଧି ମଧ୍ୟରେ
ଆମ୍ଭେ ଚାଲିଅଛୁ ନୂତନ ଆଶାରେ
ଅମା ଅନ୍ଧକାର ବନ୍ଧ କରି ଭେଦ
ଆତସବାଜିର ଆଡମ୍ବର ନାଦ
ଆଗକୁ ଚାଲିଛୁ ପାଇବାର ଆଶେ
ନିଶ୍ଚେ ମିଳିବ ସେ କ୍ଷଣେ ବା ବରଷେ
ଅନ୍ତରେ ପରମଙ୍କୁ କରି ଆଲିଙ୍ଗନ
ଯାତ୍ରା ଆରମ୍ଭିଛୁ ହେବାକୁ ନୂତନ
ଥକିବୁନି ଆମ୍ଭେ ବୀର ସୂତାସୂତ
ପ୍ରୟାସେ ସେ ନିଶ୍ଚେ ହେବ କରାଗତ
ନିଷ୍ଠା ଅଛି ଆମ ନିଜର କର୍ମରେ
ଆମ୍ଭେ ବାହାରିଛୁ ନୂତନ ଆଶାରେ
ବ୍ରହ୍ମପୁର, ଓଡ଼ିଶା
Go Back to Previous Page
ଭୂଷଣ
କବିତା ମହାନ୍ତି
Read Article
ହାଏରେ ପାଠ
ସୂର୍ଯ୍ୟପ୍ରକାଶ ନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ