ପିତାର କୋଳକୁ ଭୂଷଣ ସୁପୁତ୍ର
କୁଳକୁ ଉଧାରେ ସେହି
ମାତାର ଭୂଷଣ ସୁକନ୍ୟା ରତନ
ଦୁଇକୁଳ ଯଶ ଯହିଁ
ଗୁରୁଙ୍କ ଭୂଷଣ ପ୍ରଜ୍ଞାବାନ ଛାତ୍ର
ଦେଶର ଗର୍ବ ଗୌରବ
ଛାତ୍ରର ଭୂଷଣ ବିଦ୍ୟା ଆହରଣ
ଜଗତେ ବିଦ୍ବାନ ହେବ
କ୍ଷେତକୁ ଭୂଷଣ ସୁନାର ଫସଲ
ଫଳି ତଳେ ଲୋଟୁଥିବ
କୃଷକ ଭୂଷଣ ଶସ୍ୟ ଉପୁଯାଇ
ପରପାଇଁ ଅନ୍ନ ଦେବ
ବନାନୀ ଭୂଷଣ ସବୁଜ ପାଦପ
ଫୁଲଫଳେ ଭରିଥିବ
କେତେ ପଶୁପକ୍ଷୀ ନିବସନ୍ତି ଯହିଁ
ଆନନ୍ଦେ କୋଳେଇ ନେବ
ଦେଶର ଭୂଷଣ ସୈନ୍ୟ ଓ କୃଷକ
ଯନ୍ତ୍ରୀ, ବିଜ୍ଞାନୀ, ଡାକ୍ତର
ଦେଶର ସୁରକ୍ଷା, ଖାଦ୍ୟ, ସ୍ବାସ୍ଥ୍ୟ, ଶିକ୍ଷା
ଅହିଂସାରେ ପ୍ରୀତିଯା’ର
ପ୍ରଧାନ ଶିକ୍ଷୟିତ୍ରୀ, ସାଇଲୋଝାରପଡ଼ା ଉ.ପ୍ରା. ବିଦ୍ୟାଳୟ
କଣ୍ଟାପଡ଼ା, କଟକ, ଭ୍ରାମ୍ୟଭାଷ : ୭୦୭୭୯୩୦୦୭୫
Go Back to Previous Page
ମାଆ
ତିଳ ରାଉତ
Read Article
ଆମ୍ଭେ ଚାଲିଛୁ ନୂତନ ଆଶାରେ
ସ୍ବାତୀ ସୁଚରିତା ନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ