ହେ ମା’ ତୁମେ ତ ମୋ ପାଇଁ
ଦେବଦୂତ ସମ
ଦୟାଶୀଳା ସ୍ନେହଶୀଳା
ଅସରନ୍ତି ପ୍ରେମ
ପ୍ରତି ମୁହୂର୍ତ୍ତରେ ତୁମେ
ନେଇଛ ଯତନ
ମୋ ପାଇଁ ସହିଛ ପୁଣି
କେତେ ଯେ କଷଣ
ତୁମେ ଯେ କେବଳ ମାଆ
ମାଆ ନୁହଁ ମୋର
ଭଲ ସାଙ୍ଗଟିଏ ପୁଣି
ମୋ ସୁଖ ଦୁଃଖର
ଏମିତିକା ସାଙ୍ଗ ତୁମେ
ଯା ବିକଳ୍ପ ନାହିଁ
ହସଭରା ମୁହଁ ତୁମ
ଥିବି ସଦା ଚାହିଁ
ଶତ ଧନ୍ୟବାଦ ମା’ଗୋ
ତୁମକୁ ମୋହର
ଜନମ ଦେଇଣ ମୋତେ
ଦେଖାଇଛ ସଂସାର
Go Back to Previous Page
ପ୍ରତାରଣା
ଲକ୍ଷ୍ମଣ କୁମାର ବେହେରା (ଯତି)
Read Article
ଭୂଷଣ
କବିତା ମହାନ୍ତି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ