ଆହେ ନିଳମଣି ତୁମ୍ଭର କାହାଣୀ
ଜଗତେ ଶୁଣିଛି କେତେ?
ତୁମେ ମହାବାହୁ ବାରେ ଦୟାହେଉ
କରୁଛି ଗୁହାରି ତୋତେ।
ପତିତ ପାବନ ହେ ଦଧିବାମନ
ଜଗତ ଜନ ପାଳକ।
କରୁଣାର ସିନ୍ଧୁ ଦୀନଜନ ବନ୍ଧୁ
ମୁଁ ଯେ ଅବୋଧ ବାଳକ।
କମଳ ଲୋଚନ ହେ ଜଗମୋହନ
ଭକତ ଜନଙ୍କ ପ୍ରିୟ।
ତୁମ ଦୟା ହେଲେ ମୂକ ଗୀତ ବୋଲେ
ଜୀବନ ଯୁଦ୍ଧରେ ଜୟ।
ମନେ ଦେଇ ଆଶା କଲେ ଲୋକହସା
କା ଆଗେ କହିବି କୁହ।
ହେ କୃପାସାଗର ଥିଲେ ଦୟାତୋର
ଆଖିରୁ ଝରେନି ଲୁହ।
ଦୁଃଖି ଜନ ଦଶା ଦେଖିତୁ ସହସା
ଛାତିକୁ କଲେ ପଥର।
ହେ ବଡ଼ଠାକୁର ଜୟ ଗାନ ତୋର
କରିବ କି ଏ ସଂସାର?
ତୁମେ ଦଇତାରି କେଶବ ମୁରାରି
ବଡ ହଟିଆ ଠାକୁର।
ଆଗେ ଦିଅ ଲୁହ ଦେଖି ଭକ୍ତ ମୁହଁ
ତୁମଠାରୁ କେ ଚତୁର।
ତୁଷାରକାନ୍ତ ପ୍ରସାଦ
ବରୀ, ଯାଜପୁର
ମୋ- 9178500548
Go Back to Previous Page
ନାରୀ
ହିମାଂଶୁ ଭୂଷଣ ଜେନା
Read Article
ଜୀବନ
ବୈଚନ୍ଦ୍ର ମଲ୍ଲିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ