ମୋ’ ଜୂ କାହିଁ ଯେ
ପାଟି ଖୋଲିବି,
ମୁହଁତୋଡ଼ ଜବାବ ଦେବି?
ମୁଁ ତ ପଚାସଢ଼ା ମୁର୍ଦ୍ଦାର
ମୋର କେହି ନାହିଁ ବଲି ତ
ହୋଇପାରିନି ଶବଦାହ
ପରିବାର ଆତ୍ମିୟ ସୋଦର
ହଁ, ମୋର ସବୁ ଥିଲା
ମା’ ବାପା, ଭାଇ ଅଜା ଆଇ
ଝଡ଼ ଆସି ପବନରେ ଉଡ଼େଇନେଲା
ନା ବନ୍ୟା ଆସି ପାଣିରେ ବୁଡ଼େଇ ଦେଲା
ଭୂକମ୍ପ ହୋଇ ପାତାଳେ ଚାପିଦେଲା
ନା ମୋତେ ଜଣା ନାହିଁ
ରହିବାକୁ ଘରଟିଏ
ହୋଇପାରେ
ଝାଟି-ମାଟି, ନଡ଼ା-ଛପର
ଓଳିଏ ଖାଇବାକୁ
ପୋଷେ ଚାଉଳ
ଚଳୁଥିଲା ପରିବାର
ହସଖୁସିର ସ୍ବର୍ଗ
ମୋ ପାଇଁ ସ୍ନେହମନ୍ଦିର
ସୁଖ-ଦୁଃଖର ସାଥି
ଭାବ-ସମୁଦର
ମୁଁ ନାଚାର
କହିବାକୁ ଅନାହାର
ମୁକ, ଅନ୍ଧବଧିର
ମୁଁ ତ ମୁର୍ଦ୍ଦାର
ମୁର୍ଦ୍ଦାର ଅନ୍ୟ ନାଁ କଣ ନା
ଶବ ବା ମୃତଦେହ
ମୁଁ ମୃତ ନୁହେଁ ତ ଆଉ କ’ଣ?
ରକ୍ତାକ୍ତ, କ୍ଷତାକ୍ତ
ଦୁର୍ଦ୍ଦଶା ଜର୍ଜରିତ
ଯନ୍ତ୍ରଣାରେ ଛଟପଟ
ବାଷ୍ପରୁଦ୍ଧ ନିଶ୍ବାସ-ପ୍ରଶ୍ବାସ
ତଥାପି ନିରବ
ପେଟର ଭୋକଶୋଷ
ଯାହାର ପାଣି ପବନ
ନିଜ ଅଶ୍ରୁ ରକ୍ତପିଇ
ଜୀଇଁଛି ଜୀବନ
ସେ ମୃତ ନା ଜୀବିତ?
ପାଟି ଫୁଟି ଯିଏ ମୂକ
ଆଖି ଦେଖି ଯିଏ ଅନ୍ଧ
କାନେ ଶୁଣି ଯିଏ ବଧିର
ଗୋଡ଼ ଥାଇ ଯିଏ ପଙ୍ଗୁ
ମୋ ଦିହରେ ଲାଗିଛି
ଅବହେଳାର ହାତ
ଦାଦନର ଛାପ
ଅପମାନ ଉପହାସ
ଶୋଷକ ଶାସକର ବିଦ୍ବେଷ
ଭୟ ଆତଙ୍କ ଶାସ
ଶୋଷଣର ଇତିହାସ
ଉତ୍ତରା ଶାସନ, ଗଙ୍ଗୋତ୍ରୀ ନଗର
ଭୁବନେଶ୍ବର - ୦୨, ଓଡ଼ିଶା ଭ୍ରାମ୍ୟଭାଷ : ୭୯୭୮୭୮୪୧୩୦
Go Back to Previous Page
ଅଭୁଲା ପ୍ରେମ
ସୁଦର୍ଶନ ସାହୁ
Read Article
ନାରୀ
ହିମାଂଶୁ ଭୂଷଣ ଜେନା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ