ତୁମକୁ ବିଶ୍ବାସ କରି
ସମର୍ପି ଦେଇଛି ଜୀବନ,
ତମେ ମୋ ଓଠର ହସ
ଆଖିର ଲୁହ, ଛାତିର କୋହ
ମୋ ଜୀବନ ଶୂନ୍ୟସ୍ଥାନରେ ତମେ ହିଁ ପୂର୍ଣ୍ଣତା
ତମେ ସର୍ବସମର୍ଥ, ସର୍ବବ୍ୟାପକ ବୋଲି ତ
ଅଜାଣତରେ ବି ଖସାଉନି ପାଦ
ତମେ ଯଷ୍ଟି ମୁଁ ଅନ୍ଧ
ତମେ ବତୀଘର ମୁଁ ପଥହରା ନାବିକ
ତମେ ତ୍ରାଣକର୍ତ୍ତା ମୁଁ ଅଧମ ପାପୀ
ତେଣୁ ତ ମୁଁ ଛାଡ଼ି ପାରୁନି ତମ ଆଶ୍ରୟ
ତମକୁ ଆଶା, ଭରଷା କରି
ଭସାଇ ଦେଇଛି ନାଆ
ହେ ଈଶ୍ବର...
ତମେ ସତରେ କଣ ମୁଁ ଜାଣେନା
ତଥାପି ଶବ୍ଦର ଫୁଲ ତୋଳି ଆଣିବାକୁ
କବିତାରେ ପୂଜୁଛି ତୁମକୁ
ଆଶା ରଖିଛି ଆଜି ନ ହେଲେ ବି
ଦିନେ ନା ଦିନେ ଆସିବ ମୋ ହୃଦୟକୁ
ତମକୁ ମୁକ୍ତିର ପଥଟିଏ ଭାଇ
ଚାହିଁ ରହିଛି ତମ ଆସିବା ବାଟକୁ
ପଲ୍ଲାସାହି, କମାଳପୁର,
ଅହିୟାସ, ଯାଜପୁର, ୭୫୫୦୩୬
ଭ୍ରାମ୍ୟଭାଷ : ୯୩୩୮୧୬୫୧୯
Go Back to Previous Page
କଷ୍ଟକର କହିବା
ଶଙ୍ଖସିନ୍ଧୁ ପୁରୋହିତ
Read Article
ତୁମେ ସପନେ ସପନେ
ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡ଼ିଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ