ଜୀବନଠୁ ଭଲପାଏ ମୁଁ ଯାହାଙ୍କୁ
ଭୁଲିପାରିବିନି ତାହାଙ୍କୁ
ଭୁଲିଯିବି ପଛେ ସଭିଙ୍କୁ କିନ୍ତୁ
ଭୁଲି ପାରିବିନି ଜନ୍ମଦାତାଙ୍କୁ - (୧)
କୋଣାର୍କ ସିନା ପ୍ରାଚୀନ ହେଲା
ସମୟର ଅପରାହ୍ନେ
ଆଜି ମୋ ପ୍ରେମ ଅଭଙ୍ଗା ରହିବ
ମାତାପିତା ପାଦଚିହ୍ନେ - (୨)
କେମିତି ଲେଖିଲେ ବୁଝିପାରିବେ ସେ
ମୋ ପ୍ରେମର ଗଭୀରତା
କଲମ ଡାଏରୀ ଧରି ମୁଁ ବସିଲେ
ମନେ ଆସେ କେତେ କଥା - (୩)
ପ୍ରେମପାଇଁ କିଏ ଲେଖୁଛି କବିତା
କିଏ ଲେଖେ ବସି ଗାଥା
ପ୍ରଥମ ପ୍ରେମ ସେ ମଣିଷ କରଇ
ଯିଏ ତା’ର ସୃଷ୍ଟିକର୍ତ୍ତା - (୪)
ମୋ ପ୍ରେମ ମହାତ୍ମ୍ୟ ମତେ ବି ଅଜଣା
ଖୋଜେ ପାଏନାହିଁ ନିଜ ଠିକଣା
ମାତାପିତା ଯେବେ ଦୁରେଇ ଯାଆନ୍ତି
ସେ ସନ୍ତାନ ହୁଏ ବାଟବଣା - (୫)
ଅବୁଝା ଏ ମନ ବୁଝେନାହିଁ ଜମା
ଖୋଜୁଥାଏ ରାତିଦିନେ
ଅଫେରା ବାଟର ବାଟୋଇ ହେଲେ ବି
ଅମର ରହିବ ମନେ - (୬)
କ୍ଷୀରୋ, ଷଠିପୁର, ଯାଜପୁର
ଭ୍ରାମ୍ୟଭାଷ : ୭୦୭୭୬୪୬୯୪୧
Go Back to Previous Page
ଯନ୍ତ୍ରଣା
କାର୍ତ୍ତିକେଶ୍ବର ସାହୁ
Read Article
ମୁର୍ଦ୍ଦାର
ଏମ୍. ବିଜୟ କୁମାର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ