ମୁଁ ବୁଝି ପାରେନି
ମୋ କ୍ଷେତ୍ରରେ ଏମିତି କାହିଁକି ହୁଏ
ସମ୍ପୁଣ୍ଣ ବିପରୀତ, ଅକସ୍ମାତ..
ସେ ମୋର ଚିର ସହଚର,
ପଡୋଶୀରୁ ନିଜର ହୋଇ
ମୋ ସହ ରଚୁଛି ନୀଡ଼,
ରହୁଛି ଅହରହ।
ମୋର ହୃଦୟର ପ୍ରତିଟି ସ୍ପନ୍ଦନରେ,
ନିଶ୍ବାସରେ ବିଶ୍ୱାସ ରେ
ଧମନୀର ପ୍ରତିଟି ରକ୍ତବିନ୍ଦୁରେ।
ଆତ୍ମୀୟ ସ୍ୱଜନ ପରି
ଛାଇଠୁ ନିଜର ହୋଇ
ଆଲୋକରୁ ଅନ୍ଧାରଯାଏଁ ,
ଖୋଜି ଚାଲିଛି ଅହରହ।
ଏମିତି କେମିତି ..
ଭଲପାଇ ନିଜର କରି ବସିଲା
ସେ ମୋତେ କେଜାଣି!!
ହେଲେ କଣ ବା ଲୋଡ଼ା ଯେ
ମୋର, ଏତେ ପ୍ରେମ ତା ଠୁ..
ଯେତେ ଚେଷ୍ଟା କଲେବି
ମୁକୁଳି ପାରୁନି
ବାରମ୍ବାର ଭିଡ଼ି ଧରୁଛି ସେ ମୋତେ
ତାର ବାହୁବନ୍ଧନରେ।
ନିଜର ସତ୍ତା ହରାଇ
ମୁଁ ସମର୍ପିତ ହେବା ଛଡ଼ା
ଅନ୍ୟୋନପାୟ ବା କାହିଁ ମୋର
ମୁଁ ତ ଛାର ନିମିତ୍ତ..
“ଦଇବ ଦଉଡି ମଣିଷ ଗାଈ
ଯେଣିକି ଟାଣଇ ତେଣିକି ଯାଇ...”
ଚଣ୍ଡିଆପଲା
ଭୁଆଶୁଣିପାଟଣା
ଖୋରଧା-୭୫୨୦୬୧
ମୋ-୯୯୩୮୮୩୪୨୪୦
Go Back to Previous Page
ସିଦ୍ଧାର୍ଥ
ବିନୟ ମହାପାତ୍ର
Read Article
ଅଭୁଲା ପ୍ରେମ
ସୁଦର୍ଶନ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ