କୁତ୍ସିତ ଦୃଷ୍ଟିରେ ଉଡ଼ିଯାଏ ଯେବେ
ଅଳସି ସନ୍ଧ୍ୟା ଓଢ଼ଣି
ନଗ୍ନତାର ମୁଖା ପରଳ ପକାଏ
ଶୃଗାଳ ନଗ୍ନ ଚାହାଣୀ
ଅଶ୍ରୁ ତର୍ପଣରେ ଭିଜୁଥାଏ ଗାଲ
ବୁକୁ ଉହାଡ଼ରେ ଭୟ,
ସଶରୀର ଧାରି ପିଶାଚଙ୍କ ରଡ଼ି
ପାଦ ନ ହୁଅଇ ଥୟ
ସ୍ବପ୍ନାଭିର ସିନା ଫଲ୍ଗୁ ଥାଏ ବୁଣି
କଳ୍ପନା ଫରୁଆ ତଳେ,
ମୁକ୍ତାକାଶ ତଳେ ବିହଙ୍ଗ ହେବାକୁ
ମଉଳା ମନରେ ଭାଳେ
ନିଶିଦ୍ଧ ନିଶିର ଝାପ୍ସା ଆଲୁଅରେ
ଶୁଭେ ଶୃଗାଳଙ୍କ ରଡ଼ି,
ଅବରୋଧ ଭାଙ୍ଗେ ଅବକାଶ ପୁଣି
ଆସେ ଅବାଞ୍ଛିତ ଘଡ଼ି
ନିଛାଟିଆ ହୁଏ ଜେହ୍ନେ ବେଳାଭୂମି
ଅଧୁରା ପ୍ରଣୟ ତେଜି
ମାଂସାଶୀ କୁକୁର, ଶୃଗାଳ, ବିଲୁଆ
ନିର୍ବିଘ୍ନେ କରନ୍ତି ଭୋଜି
ଝାପ୍ସା ଆଲୁଅରେ ତେଜି ହୋଇଉଠେ
ଗଳିର ସଂକୀର୍ଣ୍ଣ ରାସ୍ତା,
ଧୈର୍ଯ୍ୟହରା ହୁଏ ନାରୀ ଜାତି ଏଠି
ଏକି କୁତ୍ସିତ ବ୍ୟବସ୍ଥା
ମାହାଙ୍ଗା
Go Back to Previous Page
ଇତିହାସ
ଫିରୋଜ୍ କୁମାର ପଟେଲ
Read Article
ସିଦ୍ଧାର୍ଥ
ବିନୟ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ