ବୀର ପ୍ରସବିନୀ ଚିର ସୀମନ୍ତିନୀ ଆମରି ଭାରତ ମାଆ
ବୋଳି ହୋଇଗଲେ ତା ଦେହର ଧୂଳି ଲାଗେ ସବୁ ନୂଆ ନୂଆ ı
ବୈକୁଣ୍ଠ ସମାନ ଅଟେ ଦେଶ ମୋର ଅମୃତ ତା ପାଣି ପବନ
ବହିଯାଏ ଯହିଁ ଗଙ୍ଗା ଯମୁନା ଚିର ନିର୍ମଳ ତା ଗଗନ ı
ବୁକୁରେ ଯାହାର ନୀଳ ସାଗର ଲହଡି ଭାଙ୍ଗେ ନୀତି
ବନାନୀ ଯାହାର ସ୍ୱର୍ଗ ଉପବନ ନାହିଁ ଏ ମର୍ତ୍ତ୍ୟେ ଏମିତି ı
ବସିଅଛି ଶୀରେ ଶୁଭ୍ର ହିମାଳୟ ମୁକୁଟ ସଦୃଶ ଯାର
ବନଲତା କେତେ ପାହାଡ ପର୍ବତ ଚିର ସବୁଜ ସୁନ୍ଦର ı
ବଧୂ ପରି ଦିଶେ ଭାରତ ମାଆ ମୋ ନାନା ଅଳଙ୍କାର ପିନ୍ଧି
ବେଶଭୂଷା ତାର କି ମନୋହର ସତେ ସଭିଁଙ୍କୁ ନିଏ ବାନ୍ଧି ı
ବୈଦିକଯୁଗରୁ କେତେ ଋଷି ମୁନି ଜନମିଲେ ତାର କୋଳେ
ବେଦୋପନିଷଦ୍ ପୁରାଣାଦି ଲେଖି ଯଶ ରଖିଗଲେ କାଳେ ı
ବ୍ୟାସ କାଳିଦାସ ବାଲମିକ ପୁଣି ଜନମିଲେ ରାମଚନ୍ଦ୍ର
ବିବେକାନନ୍ଦ ସାଥେ ରାମକୃଷ୍ଣ ପୁଣି ବୀର ସୁଭାଷ ଚନ୍ଦ୍ର ı
ବୈଦେହୀ,ମୈତ୍ରେୟୀ,ରାଧିକା,ବିଶ୍ୱବାରା ଆଦି ରମଣୀ
ବୀରା ଲକ୍ଷ୍ମୀବାଇ,କୁନ୍ତଳାକୁମାରୀ ଯଶ କେତେ ଦେଲେ ଆଣି ı
ବୈଭବରେ ଭରା ପଣତ ତାହାର ରହିଛି ଆମରି ଶୀରେ
ବାଧାବିଘ୍ନ ଯେତେ ଆସିବ ପଥରେ ସଦା ରଖିଥିବ ଦୂରେ ı
ବୈଷମ୍ୟ ବଇରୀ ଦ୍ୱେଷ ନାହିଁ ମନେ ସଭିଏଁ ତାର ସନ୍ତାନ
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ନାହିଁ ମାନ କି ଅଭିମାନ ı
ବାନ୍ଧିଛି ସଭିଙ୍କୁ ସେନେହ ଡୋରିରେ ନାହିଁ ତା ବାଛ ବିଚାର
ବିପଦେ ତାର ଜୀବନ ଦେବା ସଭିଏଁ ଏହି ଶପଥ କର ı
ବାଗସାହି, ପ୍ରୀତିପୁର, ଯାଜପୁର, ୭୫୫୦୧୩
Go Back to Previous Page
ସୁସ୍ବାଗତ ଆଙ୍ଗ୍ଳ ନବବର୍ଷ ୨୦୧୮
ପ୍ରବୋଧଚନ୍ଦ୍ର ମୁଦ୍ରା
Read Article
କଷ୍ଟକର କହିବା
ଶଙ୍ଖସିନ୍ଧୁ ପୁରୋହିତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ