ଆଙ୍ଗ୍ଲ ନବବର୍ଷ ତୁମକୁ ସ୍ବାଗତ “ଦୁଇହଜାର ଅଠର”
ଚିରବିଦାୟୀ ଯେ ଏ ଧରାବକ୍ଷରୁ “ଦୁଇହଜାର ସତର |୧|
ହେ ସତର! ତୁମେ ବିଶ୍ବ ଇତିହାସେ ହୋଇଗଲ କିମ୍ବଦନ୍ତୀ,
ସ୍ମୃତି-ବିସ୍ମୃତିର ଦୋଛକିରେ ତୁମ ରହିଗଲା ବହୁ କୀର୍ତ୍ତି |୨|
କାହା ପାଇଁ ତୁମେ ଚିରସ୍ମରଣୀୟ ଅଲିଭା ସ୍ମୃତିର ଗାର ,
ପୁଣି କାହାଲାଗି ହେଲ କଳଙ୍କିତ ଅକୁହା କଥା ମନର |୩|
ବିଗତ ସାଲରେ ତୁମ ଆଗମନେ ହସୁଥିଲା ଏହି ବିଶ୍ବ ,
ଭାଗ୍ୟରେ କାହାର ସୁଯଶ-ଗୌରବ କିଏ ପୁଣି ହେଲା ନିଃସ୍ବ |୪|
କଦା ସୁଖ-ଦୁଃଖ ହସ-କାନ୍ଦ ପୁଣି ଏହି ତ ସଂସାର ନୀତି ,
ତଥାପି ମନୁଷ୍ୟ କର୍ମଫଳ ଭୁଲି ଦୋଷ ଦିଏ କାଳ-ତିଥି |୫|
ନିୟତିର ଖେଳ କେହି ତ କଦାପି ନ ବୁଝି ପାରିବେ ନର ,
ଭାଗ୍ୟବାନ ସିନା ହୁଅଇ ସଫଳ ମନ୍ଦଫଳ ଅଭାଗାର |୬|
କାହାର ହୋଇଲା ପୁଷମାସ ବେଳ କାହାର ତ ସର୍ବନାଶ ,
ଭଗ୍ନମନୋରଥେ ହୁଅନ୍ତି ନିରାଶ ଭାଗ୍ୟବାଦୀ ଅବଶେଷ |୭|
ବହୁ ପରୀକ୍ଷାରେ ହେଲା ସମ୍ମୁଖୀନ ମୋ ପ୍ରିୟ ଭାରତ ବର୍ଷ ,
ଆପଣା ଶତ୍ରୁକୁ ଦେଇ ଚେତାବନୀ ବିଶ୍ବେ ଅର୍ଜିଲା ସୁଯଶ |୮ |
କୂଟନୀତି ସହ ଅର୍ଥନୀତିରେ ସୁଦୃଢ ହୋଇଲା ଭାରତ ,
ମୈତ୍ରୀଭାବ ସହ ଆତଙ୍କ ଦମନେ କରିଲା ଭୀଷ୍ମ ଶପଥ |୯
ଆତଙ୍କ ବାଦୀର ବର୍ବର ତାଣ୍ଡବେ ଦେଶେ ଦେଶେ ହାହାକାର ,
ଅସଂଖ୍ୟ ଜୀବନ ଅକାଳେ ନିଶ୍ଚିହ୍ନ ନାହିଁ ତା’ର ପଟାନ୍ତର |୧୦|
ଶାନ୍ତିଦୁତ ରୂପେ ହୁଅ ବିଦ୍ୟମାନ “ଦୁଇହାଜର ଅଠର” ,
ତବ ଆଗମନେ ଶାନ୍ତି-ସଦ୍ଭାବର ବିଶ୍ବରେ ହେଉ ପ୍ରସାର |୧୧|
ହିଂସା ଓ ବିଦ୍ବେଷ ହେଉ ଦୂରୀଭୂତ ଭାଇଚାରା ଭାବଧ୍ୟେୟ ,
”ବସୁଧୈବ କୁଟୁମ୍ବକମ୍” ମହାମନ୍ତ୍ର ହେଉ ସର୍ବ ପରିଚୟ |୧୨|
ତୁମ ଶୁଭାଶିଷେ ଅପସରି ଯାଉ ଆତଙ୍କବାଦର ଭୟ ,
ସମ୍ପ୍ରଦାୟ ତଥା ଧର୍ମ ବିବାଦର ସମୂଳେ ହେଉ ବିଲୟ |୧୩|
ସୁଖୀ-ନିରାମୟ ହୁଅନ୍ତୁ ସରବେ ବିଶ୍ବ ହେଉ ମଧୁମୟ ,
ହେ ଈଶ୍ବର! ତୁମେ ”ଅଠରସାଲକୁ”କରିଦିଅ ସୁଧାମୟ |୧୪|
ସବୁଜ ଶସ୍ୟରେ ହସୁ ଏ ଧରଣୀ ଚାଷୀ ମୁଖେ ଫୁଟୁ ହସ ,
କୃଷକ ଭାଇର ହସରେ ବିକାଶ ହୋଇବ ଧରା ଅବଶ୍ୟ |୧୫|
ଜ୍ଞାନ ବିଜ୍ଞାନରେ ହେଉ ଅଗ୍ରଗତି ଆମରି ଦେଶ ଭାରତ,
ବିଶ୍ବ କଲ୍ୟାଣରେ ହୋଇ ଦୃଢବ୍ରତୀ ହେଉ ସେ ବିଶ୍ବ ବନ୍ଦିତ |୧୬|
ଗ୍ରା /ପୋ-ସାଙ୍କୁଡା,
ଦୂରଭାଷ - ୭୮୯୪୯୧୬୧୩୧
Go Back to Previous Page
ବିଜନକୁ ପଦେ
ସୁଚେତା ପ୍ରଧାନ
Read Article
ଭାରତମାତା
ସୁମିତ୍ରା ରାଉଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ