ସୌଜନ୍ୟ : LITLABS
ଆଜିକୁ ୨୨ ବର୍ଷ ତଳେ….
୮ ଫେବୃଆରୀ ୧୯୯୬, ଏମ୍ କେ ସି ଜି ମେଡ଼ିକାଲ୍କ୍ୟାମ୍ପସ୍ ହାଇସ୍କୁଲ୍, ବ୍ରହ୍ମପୁର, ଓଡ଼ିଶା
“ଆମେ ଟିକି ଫୁଲ ଏଇ ବଗିଚାର
ଆମେ ଟିକି ତାରା ଏଇ ଆକାଶର...”
ଏମିତି ଏକ ସୁନ୍ଦର ମନମତାଣିଆ ଶିଶୁଗୀତର ତାଳେ ତଳେ ନିକ୍ୱଣ (Nikon) ନାଚ କରୁଥାଏ ଆସନ୍ତା ‘ଉତ୍କଳଦିବସ’ରେ ସେ ମେଡ଼ିକାଲ୍କ୍ୟାମ୍ପସ୍ ହାଇସ୍କୁଲ୍ବାର୍ଷିକ ଉତ୍ସବରେ ନାଚିବ ତା’ର ସାଙ୍ଗସାଥୀଙ୍କ ସହ ପ୍ରଥମ ଥର ପାଇଁ ଷ୍ଟେଜ୍ ଉପରେ କେତେ ଯେ ଉତ୍ସାହ... ଖୁସି କହିଲେ ନ ସରେ! ବାପା ନବଯୋଦ୍ଧ୍ ଓ ମା’ ନମିତା ବି ଖୁବ୍ ଉତ୍ସାହିତ
ତାଙ୍କ ପୁଅ ନିକ୍ୱଣ ସ୍କୁଲ ବାର୍ଷିକ ଉତ୍ସବରେ ନାଚିବ ବୋଲି ... ହେଲେ ଜେଜେମା’ଙ୍କୁ କିଏ ବୁଝାଇବ ସେ ନେଇ ଚିନ୍ତା
ନିକ୍ବଣର ଜେଜେମା ଥିଲେ ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପର ବୁଢ଼ୀ ପରି ଅପାଠୋଈ ଓ ଅଶିକ୍ଷିତା ତାଙ୍କୁ ପିଲାଙ୍କ ନାଚ, ଗୀତ, ଅଭିନୟ ଆଦୌ ଭଲ ଲାଗେନି ତାଙ୍କ ମତରେ ଏସବୁ ବେକାର ଏତେଟା ଆଖିଦୃଶିଆ ହେବା ଆଦୌ ଭଲ ନୁହେଁ ପାଠପଢ଼... ଭଲ ମଣିଷ ହୁଅ.. ଖାଲି ସବୁବେଳେ ସେଇ କଥା ବଡ଼ଭଉଣୀ କାନନ(Canon)ର ନାଚଗୀତରେ ଭାଗନେବାକୁ ସେ ରୋକ୍ଠୋକ୍ ମନା କରି ଦେଇ କହିଥିଲେ
“କ’ଣ ନାଚବାଲି ହେବୁ? ମାନସିଂହ ଖାନଦାନରେ କଳଙ୍କ ହେବୁ!!” ସେଥିପାଇଁ କାନନ ମନରେ ଜେଜେ ମା ପ୍ରତି ବଡ଼ ରାଗ ଓ ଅଭିମାନ
ସେତେବେଳେ ତ ଆଜିକାଲି ପରି ନାଚଗୀତର ରିଏଲିଟି ସୋ ଶହ ଟିଭି ଚ୍ୟାନେଲରେ ଆସୁନଥିଲା ଦେଖ ନ ଦେଖ ସେଇ ଓଡ଼ିଆ ଦୂରଦର୍ଶନ ଡ଼ି.ଡ଼ି. ୬, ଡ଼ି.ଡ଼ି. ୧ର ଯୁଗଳବନ୍ଦୀ ଓଡ଼ିଆ ସିନେମାଟିଏ ଦେଖିବା ପାଇଁ ରବିବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା ନବେ ଦଶକରେ ଅଭିଭାବକଙ୍କ ମଧ୍ୟରେ ବି ପିଲାଙ୍କୁ ନାଚ, ଗୀତ, ଅଭିନୟରେ ଭାଗ ନେବାକୁ ଆଜିକାଲି ପରି ଆଗ୍ରହ ନଥିଲା କିନ୍ତୁ ନିକ୍ୱଣର ନନା ବୋଉ ଥିଲେ ଟିକେ ଅଲଗା
ଜେଜେମାଙ୍କୁ କୋଉ କଥା ବି ଲୁଚାଇବା ଏତେ ସହଜ ନଥିଲା ଏକାଦଶୀ ବ୍ରତ ପାଇଁ ଜେଜେ ମା’ ଆମ ବ୍ରହ୍ମପୁର କୋର୍ଟପେଟା ଜଗନ୍ନାଥ ମନ୍ଦିରକୁ ଯାଇଥାନ୍ତି ହଠାତ୍ ଦେଖା ହେଇଗଲେ ନାଥ ସାର୍ ନାଥ ସାର୍ ନିକ୍ବଣର ଦାଦାଙ୍କ ବି ଶିକ୍ଷକ ଥିଲେ ଦିଗପହଣ୍ଡି ହାଇସ୍କୁଲ୍ରେ ଏବେ ସେ ମେଡ଼ିକାଲ୍କ୍ୟାମ୍ପସ୍ ହାଇସ୍କୁଲ୍ରେ ଭୂଗୋଳ ଶିକ୍ଷକ କଥା ପ୍ରସଙ୍ଗରେ ଜେଜେମା ଜାଣିବାକୁ ପାଇଥିଲେ ନିକ୍ବଣର ସ୍କୁଲ୍ଡ୍ରାମାରେ ଅଭିନୟ କରିବା ବିଷୟ
ଜେଜେ ମା’ (ମନେ ଭାବୁଥାନ୍ତି) : କଣ ହେଲା! ମତେ ନ ପଚାରି ସେମାନେ ନିକ୍ବଣକୁ ନାଚ, ଗୀତ, ଅଭିନୟରେ ଛାଡ଼ିଦେଲେ ମନ୍ଦିରରୁ ଫେରି ଆସି ସେ ଚୁପ୍ଚାପ୍ କାହାରିକୁ କିଛି କହିଲେ ନାହିଁ
୨୪ଫେବୃଆରୀ ୧୯୯୬, ଜ୍ୟୋତିନଗର, ବ୍ରହ୍ମପୁର, ଓଡ଼ିଶା
+================================+
ସେଦିନ ଥିଲା କାନନର ଜନ୍ମଦିନ ଜେଜେମା ତ କହି ଆସୁଥିଲେ, “'ଆମ ଘରେ ଜନ୍ମଦିନ ନାହିଁ! ଖାଲି ବର୍ଷପୂରାଣି ଅଛି” କେବଳ ପ୍ରଥମ ବର୍ଷଟି (ବର୍ଷପୂରାଣି) ଘରଇଷ୍ଟଙ୍କ ପାଖରେ ପାଳନ କରାଯାଏ ତା’ପରେ ନୁହେଁ ଯଦି ପାଳନ କରିବ କେବଳ ମନ୍ଦିରରେ ଦୀପଟିଏ ଜାଳି ସାଙ୍କେତିକ ଭାବେ କେକ୍ କାଟିବା, ମହମ ବତୀକୁ ଫୁଙ୍କି ତାକୁ ଲିଭାଇଦେଇ ପାଶ୍ଚାତ୍ୟ ଢାଞ୍ଚାରେ ଜନ୍ମଦିନ ପାଳନ କରିବାକୁ ସେ ଖୁବ ବିରୋଧୀ ଅବଶ୍ୟ ସେ ବି କିଛି କଥା ଠିକ କହୁଥିଲା ବୋଲି ମନେହୁଏ ନିକ୍ବଣର ନିହାରିକା ଖୁଡ଼ି ଥଟ୍ଟାରେ କହନ୍ତି ଖର୍ଚ୍ଚକାଟ ପାଇଁ କୁଆଡେ ଏ ସବୁ ଜେଜେମା’ର ସୁନ୍ଦର ଯୋଜନା ପାଠ ନ ପଢିଲେ କ’ଣ ହେଲା ହାର୍ବାର୍ଡ କି ଅକ୍ସଫୋର୍ଡ଼ର ଅର୍ଥନୀତିଜ୍ଞ ବି ତାଙ୍କ ଯୁକ୍ତି ଆଗରେ ହାର ମାନିବେ
କାନନର କିଛି ସାଙ୍ଗ ଉପହାର ନେଇ ଆସିଥିଲେ ତାର ଜନ୍ମଦିନ ପାଇଁ
ନନ୍ଦିନୀ (କାନନର ସାଙ୍ଗ): ଜେଜେ ମା’ ନମସ୍କାର!
ମା’ : ବୁଢ଼ୀଟେ ହେଇଥା.. ତୋର ନାଁ କି ନାଁ ଯେ ମୋ ତୁଣ୍ଡରେ ପଡୁନି!! ତୁ ଆମ କାନେଇର ସାଙ୍ଗ (ଜେଜେ ମା’ କାନନକୁ କାନେଇ ବୋଲି ଡାକନ୍ତି)
ନନ୍ଦିନୀ : ହଁ, ମୁଁ କାନନର ସାଙ୍ଗ - ନନ୍ଦିନୀ, ଆମେ ମିଶି ଗିରି ରୋଡ଼ ଗାର୍ଲସ୍ ହାଇସ୍କୁଲ୍ରେ ନବମ ଶ୍ରେଣୀରେ ପଢୁ
ଜେଜେ ମା’: ହଁ.. ସେଇ ଇସ୍କୁଲ୍ରେ ଆମ ବିନଦିନୀ (ବିନୋଦିନୀ ପ୍ରଧାନ ଥିଲେ କାନନର ବଡ ଗୁରୁମା) ବଡଦିଦି ଅଛି ପରା !!! ବଡ ପାଠୋଇ ଝୁଅଟେ ସେ... ସେ ଯୁଗରେ ଆମ ସାନଖେମୁଣ୍ଡିରେ କିଏ ଏତେ ପାଠ ପଢ଼ୁଥିଲା
ନନ୍ଦିନୀ : ହଁ ମା’ ସେ ଖୁବ୍ସୁନ୍ଦର ଇଂରାଜୀ ପଢ଼ାନ୍ତି... ନିକ୍ୱଣ କ’ଣ କରୁଛି କି ମା’? ସେ ଦେଖାଯାଉନି! ଜାଣିଛ ମା’ ସେ ‘ଟିକି ଫୁଲ’ ଗୀତର ତାଳରେ ଖୁବ ସୁନ୍ଦର ନାଚ କରେ ବୋଲି ଆମ ନାଚ ଗୁରୁମା କହୁଥିଲେ ମେଡ଼ିକାଲ୍କ୍ୟାମ୍ପସ୍ ହାଇସ୍କୁଲ୍ରେ ସଂଗୀତ, ନାଚ ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀ ନଥିବାରୁ ତାଙ୍କ ପାଇଁ ଆମ ସ୍କୁଲର ନିରୂପମା ଗୁରୁମା ସପ୍ତାହକୁ ଦୁଇଥର ଯାଆନ୍ତି ଶିଖାଇବା ପାଇଁ ମେଡ଼ିକାଲ୍ କ୍ୟାମ୍ପସ ସ୍କୁଲର ପ୍ରଧାନ ଗୁରୁମା ନିର୍ମଳାପଣ୍ଡାଙ୍କ ଅନୁରୋଧରେI କି ସ୍କୁଲ କେଜାଣି - ନା ବସିବାକୁ ଚେୟାର୍ ଟେବୁଲ୍ ଅଛି, ନା ଖେଳିବା ପାଇଁ ଖେଳପଡିଆ ଅଛି - ଆଜିକାଲି ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନାନ୍ତର / ଅବସର ପରେ ସରକାର ନୂଆ ନିଯୁକ୍ତି ଦେଉ ନାହାନ୍ତି ତଥାପି ୯୫-୧୦୦% ସଫଳତା ହାର ପ୍ରତିବର୍ଷ କେହି ନା କେହି ମ୍ୟାଟ୍ରିକ୍ପରୀକ୍ଷାରେ ରାଜ୍ୟ ସ୍ତରରେ ଶୀର୍ଷ ଦଶଜଣଙ୍କ ମଧ୍ୟରେ!! ଓଡିଶାର ଶ୍ରେଷ୍ଠ ସରକାରୀ ହାଇସ୍କୁଲ୍ – ଝିଅ ମାନଙ୍କ ପାଇଁ ଅଷ୍ଟମରୁ ଦଶମ ପଢ଼ିବାର ବ୍ୟବସ୍ଥା ଥିଲେ ମୁଁ ଓ କାନନ ବି ସେଠି ପଢ଼ିଥାନ୍ତୁ ସପ୍ତମ ପରେ
ଜେଜେ ମା’: ମୋ ନିକ୍ୱଣ ବି ସେମିତି ମୋ ନାଁ ରଖିବ ତା’ର ଏବେ ଆଗକୁ ବାର୍ଷିକ ପରୀକ୍ଷା ଅଛି ସେ ପଢ଼ାପଢ଼ି କରୁଛି
ମନେ ମନେ ଜେଜେମା ରାଗରେ ବେଦମ୍I ତା’କୁ ତା’ର ପୁଅ, ବୋହୁ, ନାତି, ନାତୁଣୀ ସମସ୍ତେ ଲୁଚାଇଛନ୍ତି - ନିକ୍ୱଣର ନାଚ କରିବା ବିଷୟ
୫ମାର୍ଚ୍ଚ୧୯୯୬, ଜ୍ୟୋତିନଗର , ବ୍ରହ୍ମପୁର ,ଓଡିଶା
+=============================+
ରାତି ପ୍ରାୟ ୧୦ଟା ମଶାରି ନ ଟାଣି ଶୋଇଥିଲେ ଜେଜେ ମା’ ତେଣୁ ବୋଧେ ନିଦ ଭାଙ୍ଗିଗଲା ସେ ଉପରକୁ ଆସି ଦେଖନ୍ତି –
ନିକ୍ୱଣ ପାଠ ନ ପଢ଼ି ‘ଟିକି ଫୁଲ’ ଧୁନରେ ନାଚ କରୁଛି ସେ ଆଉ ନିଜକୁ ସମ୍ଭାଳି ନ ପାରି ଚିଲ୍ଲେଇ ଉଠିଲେ, “କ’ଣ ହେଲା? ଓଡ଼ିଆ କ୍ଷତ୍ରିୟ ମାନସିଂହ ଘରର ପିଲା ହୋଇ ନାଚ ଗୀତ ଅଭିନୟ ଆମ ସବୁ ସମ୍ମାନ ବଂଶ ପରମ୍ପରାକୁ ମାଟିରେ ମିଶାଇ ଦେଲେ ଏମାନେ”
ନନା, ବୋଉ ଜେଜେ ମା’ର ପାଟି ଶୁଣି ଆସି ଦେଖନ୍ତି ସେ ପୁରା ରାଗରେ ପଞ୍ଚମ
ଜେଜେ ମା’ : କାନନ ପରି ଆଜି ଠାରୁ ନିକ୍ବଣର ବି ନାଚ ଗୀତ ଅଭିନୟ ଶିଖିବା ବନ୍ଦ ମୋତେ ତୁମେମାନେ ଏସବୁ କଥା ଲୁଚାଇଥିଲ ଭାବୁଥିଲ ଅପାଠୋଈ ବୁଢ଼ୀଟା କିଛି ଜାଣିପାରିବନି ମୁଁ ତ କଂସାରୀ ଘରର ପାରା
ନାଥମାଷ୍ଟ୍ରେ, କାନନର ସାଙ୍ଗ କି ନାଁ ଯେ... (ନନ୍ଦିନୀ) ତା’ଠୁ ସବୁକଥା ଶୁଣି ମୁଁ ଚୁପ ଥିଲି... ଖାଲି ନିଜ ଆଖିରେ ଦେଖି ନଥିଲି ବୋଲି କିଛି କହୁନଥିଲି
ନମିତା : ନାଁ ବୋଉ! ଛୋଟ ପିଲାଟା, ପ୍ରଥମ ଶ୍ରେଣୀରେ ତ ପଢୁଛି ପାଠ ପଢ଼ିବା ସାଙ୍ଗକୁ ନାଚ, ଗୀତ, ଅଭିନୟରେ ଭାଗ ନେଲେ କ୍ଷତି କ’ଣ?ପୁଣି ତା ବୟସର ସାଙ୍ଗସାଥୀମାନେ ବି ତ ଭାଗ ନେଉଛନ୍ତି
ଜେଜେ ମା’ : ବୋହୁ, ତୁ ପିଲାଲୋକ ବୁଝିପାରିବୁନି ଏସବୁ ନାଚ, ଗୀତ ପିଲାଙ୍କୁ ବିଗାଡିଦିଏ କାଲି ସକାଳୁ କହିବ ସେ କ’ଣ ଯେ କହନ୍ତି...
କାନନ : ମଡେଲିଂ ଆଉ ଫ୍ୟାସନ ସୋ
ଜେଜେ ମା : ହଁ ସେଇୟା, ସେଥିରେ ଭାଗ ନେବ ସେସବୁ ତ ଛତରା ବାତରାଙ୍କ କାମ ସବୁ ପାଠପଢ଼ା ଯିବ ଚୁଲିକୁଜେଜେ ମା’ର ରାଗ ଦେଖି ନନା ବୋଉ ପୁରା ଚୁପ୍ଚାପ୍ କାନନ ମନେ ମନେ ଖୁସି ହୋଉଥାଏ – “ଇଏ ତୋ ହୋନା ହି ଥା” ବୋଲି କହି ନିକ୍ବଣକୁ ଚିଡ଼ଉଥାଏ ତା’ ପରଦିନ‘ଟିକି ଫୁଲ’ରେ ଅଭିନୟ ପାଇଁ ଦରଜିକୁ ଦିଆଯାଇଥିବା ପୋଷାକ ଆସିଯାଇଥାଏ ନିକ୍ୱଣ ତାକୁ ଦେଖି ସେଦିନ ଭାବିନେଲା - ଆଉ ସମ୍ଭବ ନୁହେଁ ‘ଟିକି ଫୁଲ’ ମନେମନେ ଭାବିନେଲା ଜେଜେ ମା’ ତାକୁ କରିଦେଲା ‘ଏପ୍ରିଲ ଫୁଲ୍’
“ଫୁଟିଲା ଫୁଲ କି ଫୁଟେ ଆଉ ଥରେ,
ଫୁଟେ ସିନା ଫୁଲ କଢି...”
ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଏହି କବିତା ପଢୁ ପଢୁ କାନନ ନାନୀ ବୁଝାଇ କହୁଥାଏ – “ନିକ୍ୱଣ, ତୁ ଏତିକିରେ ଭାଙ୍ଗି ପଡ଼ିଲୁ କି? ତୁ ତ ଏବେ ଫୁଲ କଢ଼ି ପରି... ଟିକି ଫୁଲ ହେବା ପାଇଁ ଆହୁରି ସମୟ ଅଛି...”
************** ୨୨ ବର୍ଷ ପରେ **************
୫ ମାର୍ଚ୍ଚ ୨୦୧୮, ଗୁଗୁଲ , ଗୁରୁଗ୍ରାମ , ହରିୟାନା
ଜେଜେ ମା’ ଆଜି ଆମକୁ ଛାଡ଼ି ଆର ପାରିରେ... ନିକ୍ୱଣ ଆଜି ଗୁଗୁଲ୍, ଗୁରୁଗ୍ରାମରେ ମାନବ ସମ୍ବଳ ସଂସାଧନ ବିଭାଗରେ ମୁଖ୍ୟ ପ୍ରବନ୍ଧକ ଓ କାନନ ଏସ୍.ଏ.ପି ଲାବ୍(SAP LABS), ଜର୍ମାନୀରେ ବରିଷ୍ଠଆର୍କିଟେକ୍ଟ ଭାବରେ କାର୍ଯ୍ୟରତ ଆସନ୍ତା ଉତ୍କଳ ଦିବସରେ ‘ପ୍ରବାସୀ ଓଡ଼ିଆ ପରିବାର’ ତରଫରୁ ଦିଲ୍ଲୀରେ ପାଳିତ ହେବାକୁ ଯାଉଛି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରିତମ ଭାଇ, ସତ୍ୟ ଭାଇ, ରାଜା ଭାଇ, ରିତା ଅପା, ଅମୁଲ୍ୟ ଭାଇ, ସୁଧାଂଶୁ ଭାଇ ସମସ୍ତେ ମିଶି ଏହାର ପରିଚାଳନା ଦାୟିତ୍ୱରେ ଅଛନ୍ତି ନିକ୍ୱଣ ଏହି ସୁଯୋଗକୁ ହାତ ଛଡା କରିବନି
“ତୁ ପରା ବୋଲାଉ ଉତ୍କଳ ସନ୍ତାନ” ନାଟକରେ ସେ ଅଭିନୟ କରିବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଭୂମିକାରେ ତା’ ସହ ଦିଲ୍ଲୀ, ଗୁରୁଗ୍ରାମ, ନୋଇଡ଼ା, ଫରିଦାବାଦ, ଗାଜିଆବାଦରେ ରହୁଥିବା କୁନି କୁନି ଓଡ଼ିଆ ପୁଅଝିଅ ନାଚ କରିବେ ବୋଲି ସ୍ଥିର ହୋଇଛି ଏଥିପାଇଁ ପ୍ରସ୍ତୁତି ବି ଜୋର୍ ସୋରରେ ଚାଲିଛି କେବଳ ନିହାରିକା ଖୁଡିଙ୍କୁ କହିଛି ନିକ୍ୱଣ
କାନନ (SAP LABS , ଜର୍ମାନୀ ): ହାଲୋ ନିକ୍ୱଣ ... କ’ଣ ଖବର?
ନିକ୍ୱଣ (ଗୁଗୁଲ , ଗୁରୁଗ୍ରାମ) : (ଗୁଗୁଲ କ୍ରୋମ୍କାଷ୍ଟ ଦ୍ୱାରା ଟିଭିରେ ବାଜୁ ଥାଏ ସୁସ୍ମିତା ଦାସଙ୍କ କଣ୍ଠରେ “ସିଏ ଝଡ ...ସିଏ ଝଡ.. ଜିଣେ ଗଡ ପରେ ଗଡ” ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ସୁନ୍ଦର ଗୀତଟିଏ)
ନାନୀ ନମସ୍କାର... ଆଜି ଗୁରୁଗ୍ରାମରେ ବିଜୁ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ସରିଛି, ଏଥି ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି ମୋର ଆଜି ‘Work from Home’
କାନନ : ନିହାରିକା ଖୁଡିଙ୍କଠୁ ଶୁଣିଲି ତୁ ମଧୁବାବୁ ଭୂମିକାରେ ଅଭିନୟ କରୁଛୁ ଆସନ୍ତା ଉତ୍କଳ ଦିବସରେ.. ଯାହା ହେଉ ଏତେ ଦିନ ପରେ ତୋର ଅଭିଳାଷ ପୂରଣ ହେବାକୁ ଯାଉଛି ତୁ ଏବେ ପୁରା ସ୍ୱାଧୀନ ଆକଟ କରିବାକୁ ଜେଜେ ମା’ ନାହିଁ
ନିକ୍ୱଣ: ସତ କଥା ନାନୀ ହେଲେ ଜେଜେ ମା’ ଥିଲେ ଆଜି ଆକଟ କରି ନଥାନ୍ତା ମୁଁ ପାଠ ପଢ଼ି ଚାକିରୀ କରିଲିଣି ଆଉ କେତେ ପଢ଼ିବି ଯେ ମୁଁ ଆଉ ଫୁଲ କଢି ନୁହେଁ... ମୁଁ ପରା ଆଜି ଫୁଟି ‘ଟିକି ଫୁଲ’... ମୋ ଜେଜେ ମା’ର ଟିକି ଫୁଲ... ସତରେ ସେ ଆଜି ବହୁତ ଖୁସି ହୋଇଥାନ୍ତା ମୋତେ ମଧୁ ବାବୁଙ୍କ ବେଶରେ ଦେଖି .... ସେ ପରା ମୋତେ ଶିଖାଇଥିଲା -
“ପାଠ ପଢିବି,
ଘୋଡା ଚଢ଼ିବି,
ମଧୁ ବାରିଷ୍ଟର ସଙ୍ଗେ ଲଢ଼ିବି”
ସ୍ଥାୟୀ ଠିକଣା: ଜ୍ୟୋତିନଗର – ଚତୁର୍ଥ ସରଣୀ, ବ୍ରହ୍ମପୁର, ଗଞ୍ଜାମ, ଓଡିଶା–୭୬୦୦୦୧ ବର୍ତ୍ତମାନ ଠିକଣା (କର୍ମଭୂମି): ୟୁବ୍ଲକ୍ - ତ୍ରୟୋଦଶ ସରଣୀ, ଡି.ଏଲ୍.ଏଫ୍. ଫେଜ୍ ୩, ଗୁରୁଗ୍ରାମ, ହରିଆଣା - ୧୨୨୦୦୨
ଦୂରଭାଷ : ୯୯୯୯୨୦୧୭୪୧ (ହ୍ୱାଟ୍ସଅପ )/ ୯୯୯୯୨୩୭୬୯୧
Web: https://about.me/nbnayak.88 /
https://people.sap.com/nirnayak
Email : nbnayak.88@gmail.com /
nirnayak@outlook.com
Go Back to Previous Page
ବିଧାତାର ଖେଳ
ସମ୍ବିତ ସତ୍ୟପ୍ରକାଶ ମିଶ୍ର
Read Article
ଶୂନ୍ୟ ହୃଦୟରେ
ମନୋରଞ୍ଜନ ମୁଦୁଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ