ମୁଁ ଟ୍ରାଫିକ୍। ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟ ପାଇଁ ହିଁ ମୁଁ ଉଦ୍ଧିଷ୍ଟ। ଅନ୍ୟାନ୍ୟ ଜୀବଜନ୍ତୁ ମୋତେ ବୁଝି ପାରନ୍ତି ନIହିଁ। ପୁଣି ମଣିଷଙ୍କ ଭିତରେ ବଛା ବଛା ମଣିଷ ଯାହାଙ୍କର ଡ୍ରାଇଭିଂ ଲାଇସେନ୍ସ୍ ଥିବ ସେମାନେ ହିଁ ଯାନବାହାନ ଚଲେଇ ପାରିବେ ଟ୍ରାଫିକରେ। ତେଣୁ ମୁଁ ଭାରି ଗର୍ବିତ।
ହୋଲି ତ ବର୍ଷକୁ ଥରେ ଆସେ। ମାତ୍ର ମୋର ନାଲି, ହଳଦିଆ ଓ ସବୁଜ ରଙ୍ଗ ସହ ସବୁଦିନ ମୁଁ ହୋଲି ଖେଳେ।
ସବୁଜ ରଙ୍ଗକୁ ସମସ୍ତଙ୍କର ଅପେକ୍ଷା। ଭାରି ଭଲ ପାଆନ୍ତି ସମସ୍ତେ। କୌଣସି ଟ୍ରାଫିକ ପୋଷ୍ଟରେ ସବୁଜ ରଙ୍ଗ ଥିଲେ, ଦୂରରୁ ଆସୁଥିବା ଗାଡ଼ିଚାଳକଙ୍କ ଗାଡ଼ିର ଗତି ତୀବ୍ର ହୋଇଯାଏ, କାଳେ ପହଞ୍ଚିବା ଆଗରୁ ନାଲି ପଡ଼ିଯିବକି? ଚଞ୍ଚଳ ଖସିଯିବାକୁ ସମସ୍ତଙ୍କର ଇଚ୍ଛା। ମାତ୍ର ସବୁବେଳେ ତ ମୁଁ ସବୁଜ ହୋଇ ରହିପାରିବିନି। ତେଣୁ ହଳଦିଆ ଓ ପରେ ରକ୍ତିମ ପଡ଼ିଯାଏ। ଏଥର ଅଳ୍ପକେ ପାର ହୋଇ ପାରି ନଥିବା ବ୍ୟକ୍ତିଙ୍କ ମନରେ ସାମାନ୍ୟ ବିରକ୍ତିମିଶା ଭାବ ଦେଖିବାକୁ ମିଳେ। ପୁଣି ଯାହାର ବିଳମ୍ବ ହୋଇଯାଉଥିବ ନାଲିବତୀ ପ୍ରତି ଅସନ୍ତୋଷ ଅଧିକ ଦେଖାଯାଏ। ପୁଣି ସବୁଜକୁ ଅପେକ୍ଷା।
ଚାରିଛକ ରାସ୍ତାରେ ସବୁଜ ହେବାକୁ ଥିବା ପାର୍ଶ୍ବରେ ମଣିଷଙ୍କୁ ଦେଖିଲେ କିପରି ମନେ ହୁଏ? ସତେ ଅବା ମୃଗ ଶୀକାରକୁ ଜଗିଥିବା ଚିତା ବାଘଙ୍କ ଭିଡ଼, ମୃଗ ଦଳଆଡ଼କୁ ଆକ୍ରମଣ ନିମନ୍ତେ ବୁଦା ଉହାଡ଼ରୁ ଧିରେ ଧିରେ ଆଗେଇ ଯାଉଛନ୍ତି! ଆକ୍ସିଲେଟର ମୋଡ଼ିବାର ଗାଡ଼ି ଷ୍ଟାର୍ଟ କରିବାର ଘାଊଁ ଘାଊଁ ଶବ୍ଦ କେତେ ଶୁଣିବାକୁ ମିଳେ ଏହି ସମୟରେ ବତୀ ସବୁଜ ହୋଇଗଲେ, ରେସିଂରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ପରି ସମସ୍ତେ ଘୁର ଘାର... କରି ଯିବାର ଦୃଶ୍ୟ ବେଶ ଉପଭୋଗ୍ୟ। ଯାହାର ଗାଡ଼ି ଏହି ସମୟରେ ଷ୍ଟାର୍ଟ ବନ୍ଦ ହୋଇ ଯାଇଥିବ, ପଛ ପଟ ଗାଡ଼ି ମାନ ହର୍ଣ୍ଣ ବଜାଇ ବଜାଇ ଅତିଷ୍ଠ ହୋଇ ଯାଉଥିବେ, ଆଉ ଯାହାର ଷ୍ଟାର୍ଟ ହେଉନଥିବ, ତା କଥା ନ କହିବା ଭଲ। ଏପରି ପରିସ୍ଥିତିରେ ସତରେ ଭାରି ହସ ମାଡ଼େ।
ମୋ ଆଗରେ ସମସ୍ତେ ସର୍ବଦା ଚଳଚଞ୍ଚଳ, ମାତ୍ର ମୁଁ ସ୍ଥାଣୁ। ଛୋଟ ଯାନ - ବଡ଼ ଯାନ, ରଙ୍ଗୀନ ପୁଣି ଧଳା ଯାନ, ଶବ୍ଦ ପ୍ରଦୂଷଣ କରୁଥିବା ଯାନକୁ ଧୁଆଁ ଛାଡୁଥିବା ଯାନ। ଆମ୍ବୁଲାନ୍ସ, ଦମକଳ ଓ ବାବୁଙ୍କ ନାଲି ବତୀ ଗାଡ଼ି ପାଇଁ ମୋ ନିୟମ କୋହଳ।
ନିୟମ ତ ମୋର ଅନେକ ଅଛି। ଯଦି ସମସ୍ତେ ଏ ଗୁଡ଼ିକର ପାଳନ କରନ୍ତେ ତେବେ କ୍ବଚିତ ଦୁର୍ଘଟଣା ହୁଅନ୍ତା ବା ହୁଏତ ଏହି ଶବ୍ଦ ଶବ୍ଦକୋଷରୁ ବାହାରି ଯାଆନ୍ତା। ଦୁର୍ଘଟଣାରେ ରାସ୍ତା ଉପରେ ରକ୍ତର ହୋଲି ଖେଳ ଦେଖିବାକୁ ମୋତେ ଜମାରୁ ଭଲ ଲାଗେନି।
ଓଡିଶା ସଚିବାଳୟ ସେବା ସଂଘ
ଭୁବନେଶ୍ବର
Go Back to Previous Page
ବାତାବରଣ
ପ୍ରମୋଦ କୁମାର ପଣ୍ଡା
Read Article
ସ୍ବାର୍ଥପର ମଣିଷ, ସ୍ବାର୍ଥପର ପ୍ରେମ
ପ୍ରଣତୀ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ