ଚାରିବର୍ଷର ଛୋଟ ଛୁଆ ଗେଲୁ, କଲୋନୀର ରାସ୍ତାରେ ଚାଲୁଥାଏ। ହାତରେ ବିସ୍କୁଟ ପ୍ୟାକେଟଟିଏ। ହଠାତ୍ କୁକୁର ଗୋଟାଏ ସାମ୍ନାରେ ଆସିଗଲା। ବିସ୍କୁଟ୍ ଦେଖି ଭୋକିବା ଆରମ୍ଭ କଲା। ଗେଲୁ ଡରିଯାଇ ଦୌଡ଼ିବା ଆରମ୍ଭ କଲା; କିନ୍ତୁ ଦୁର୍ଭାଗ୍ୟବଶତଃ ଆଉ ପାଞ୍ଚ ଛଅଟି କୁକୁର ତାକୁ ଘେରିଗଲେ ଓ ଝାମ୍ପିବା ଆରମ୍ଭ କଲେ। କିଛି ସମୟ ମଧ୍ୟରେ ତାକୁ ଚୋବାଇ ଚୋବାଇ ରକ୍ତାକ୍ତ କରିଦେଲେ, ଦେହରୁ ପୁଳାଏ ପୁଳାଏ ମାଂସ କାଢ଼ିନେଲେ। ପିଲାର କାନ୍ଦ ଶୁଣି କଲୋନୀ ଲୋକେ ଦୌଡ଼ି ଆସିଲେ। ଲୋକଙ୍କ ପାଟି ଶୁଣି ଗେଲୁର ମାଁ ମାନସୀ ମଧ୍ୟ ଦୌଡ଼ି ଆସିଲା। ବେକରୁ ଅଜସ୍ର ରକ୍ତସ୍ରାବ ହୋଇସାରିଥିଲା। କିଛି ଲୋକ ସାଙ୍ଗେ ସାଙ୍ଗେ ଗେଲୁକୁ ନେଇ ହସ୍ପିଟାଲ ଗଲେ। କଲୋନୀର ସ୍ତ୍ରୀ ଲୋକମାନେ ମାନସୀକୁ ସାନ୍ତ୍ବନା ଦେବାକୁ ଚେଷ୍ଟା କରି ବିଫଳ ହେଲେ। ମାନସୀର କାନ୍ଦରେ ସାହି କମ୍ପି ଉଠୁଥିଲା। କିଛି ସମୟ ପରେ ଫୋନ୍ ଆସିଲା ଯେ, ହସ୍ପିଟାଲ୍ ପହଁଚିବା ପୂର୍ବରୁ ......ଗେଲୁ ଶେଷ ନିଶ୍ବାସ ତ୍ୟାଗ କରିଛି।
ମାନସୀ ରକ୍ତମୁଖା ହୋଇ ଉଠିଲା। ଅବ୍ୟବସ୍ଥିତ ଚେହେରା, ମୁକୁଳା ବାଳ। ରାସ୍ତା କଡ଼ରୁ ମୋଟା ଲୁହା ଛଡ଼ ଧରି ମାନସୀ ବାହାରିଗଲା ପ୍ରତିଶୋଧ ପରାୟଣା ହୋଇ। ସାକ୍ଷାତ୍ କାଳୀ ମାଁ’ଙ୍କ ରୂପ। କେହି ରୋକିବାକୁ ସାହାସ୍ କରିଲେନି। ଯେଉଁଠି ବୁଲା କୁକୁର ଦେଖାଗଲା, ସେ ପିଟିପିଟି ମାରିଦେଲା। ପ୍ରାୟ ଏକ ଘଣ୍ଟାରେ ସେ ଛ ସାତଟା କୁକୁର ମାରି ସାରିବା ପରେ ଗଳି ଶେଷରେ ଥିବା ବୁଦା ନିକଟରେ ପହଞ୍ଚିଲା। ଦୁଇ-ତିନିଟି କୁକୁର ଛତ୍ରଭଙ୍ଗ ଦେଇ ପଳେଇଲେ। କିନ୍ତୁ ଗୋଟିଏ କୁକୁର ରହିଗଲା। ମାନସୀ ତୀବ୍ର ଗତିରେ ଆଗେଇ ଯାଇ ଦେଖେ ତ; ଗୋଟିଏ ମାଇ କୁକୁର ତା’ ଛୁଆମାନଙ୍କୁ କ୍ଷୀର ଖୁଆଉଛି। ତା’ର ହାତ ଅଟକିଗଲା। ଲୁହା ଛଡ଼ଟି ତଳେ ଫିଙ୍ଗି ବସିପଡ଼ିଲା। କୁକୁର ଛୁଆମାନେ ଆସି ତା ଚାରିପଟେ ଖେଳିବା ଆରମ୍ଭ କରିଦେଲେ। କୋଉ ଯୁଗରେ ପ୍ରଭୂ ଶିବଙ୍କୁ କାଳୀ ମାଁ’ଙ୍କ ପାଦ ତଳେ ପଡ଼ିବାକୁ ପଡ଼ିଥିଲା, ସୃଷ୍ଟିର ସ୍ବାର୍ଥ ପାଇଁ। ଆଜି ମାତୃତ୍ବ ଆଉ ଗୋଟେ ରକ୍ତମୁଖା ମାଁ’କୁ ଅଟକାଇଥିଲା।
ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା
ଭ୍ରାମ୍ୟଭାଷ : ୮୯୮୪୬୨୧୩୭୦
Go Back to Previous Page
ଅତୀତରୁ ପୃଷ୍ଠାଏ
ଗୁପ୍ତେଶ୍ବର ମହାପାତ୍ର
Read Article
ବାତାବରଣ
ପ୍ରମୋଦ କୁମାର ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ