ମାନସୀ ତନ୍ଦ୍ରା ତନ୍ଦ୍ରାରେ ହସ୍ପିଟାଲ୍ ମେଇନ ଗେଟରେ ପଶିଲା ବେଳକୁ, ସାମ୍ନାରୁ ଜଣେ ବ୍ୟକ୍ତି ଆସୁଥିଲେ। ବାଳ ନୁଖୁରା, ପୋଷାକ ଅବ୍ୟବସ୍ଥିତ, ଦାଢ଼ୀ ସାମାନ୍ୟ ପାଚି ଯାଇଛି, କଳା ଫ୍ରେମର ଚଷମାଟିଏ ପିନ୍ଧିଛନ୍ତି ବ୍ୟକ୍ତି ଜଣକ। ଲେଖକ ବା ସାମ୍ବାଦିକ ଭଳି ଦେଖାଯାଉଛନ୍ତି। ଗୋଟିଏ କ୍ଷଣ ପାଇଁ ଦୁହିଁଙ୍କ ଆଇ କନ୍ଟାକ୍ଟ (eye-contact) ହେଲା। ବ୍ୟକ୍ତି ଜଣକ ସ୍ମିତହାସ୍ୟ ସହିତ ଆଗେଇଗଲେ। ମାନସୀକୁ ଟିକିଏ ଚିହ୍ନା ଚିହ୍ନା ଲାଗିଲା ସେ ମୁହଁଟି। ସେ ପୁଣି ଆଗେଇଗଲା ICU ଆଡ଼େ। ତା’ର ସାତ ବର୍ଷର ଝିଅର ଅପରେସନ ଚାଲିଛି, ତାକୁ ରକ୍ତ ଦରକାର। ହସ୍ପିଟାଲର ରକ୍ତ ଭଣ୍ଡାରରେ ରକ୍ତ ନାହିଁ। ତାର ଚିହ୍ନା ପରିଚୟ ସମସ୍ତେ ରକ୍ତ ଯୋଗାଡ଼ ପାଇଁ ଦୌଡ଼ାଦୌଡ଼ି କରୁଛନ୍ତି। କିନ୍ତୁ କିଛି ଫଳ ମିଳିନି ଏ ଯାଏଁ। ସ୍ୱାମୀ ସିଂଗାପୁ୍ରରୁ ଆସୁଛନ୍ତି ଝିଅ ପାଇଁ।
ମାନସୀ ଯାଇ ପହଂଚିଲା ICU ରେ। ମାନସୀର ବାପା ବାହାରେ ବସିଥାନ୍ତି। ଝିଅକୁ ଦେଖି ଖୁସିରେ ଉଠିଗଲେ ଓ କହିଲେ, “ମା’ରେ! ରକ୍ତ ମିଳିଗଲା, ଜଣେ ଲୋକ ଆସିଥିଲେ ଓ ରକ୍ତ ଦେଇଗଲେ।”
ମାନସୀ: କିଏ ରକ୍ତ ଦେଲେ ?
ବାପା : ଜାଣିନି।
ମାନସୀ ଯାଇ ରେଜିଷ୍ଟ୍ରିରେ ଦେଖିଲା କୌତୁହଳବଶତଃ। ସୁବ୍ରତ ବୋଲି ସ୍ବାକ୍ଷର କରିଥିଲେ। ସେ ଚିହ୍ନିଛି ଏଇ ନାଆଁକୁ ଓ ଏହି ସ୍ବାକ୍ଷରକୁ। ସେ ବସିଗଲା ଚୌକି ଉପରେ। ଚିନ୍ତାରେ ମଗ୍ନ ସେ। ସିଂଗାପୁ୍ରରୁ ଫ୍ଲାଇଟ୍ରେ ଆସି ହସ୍ପିଟାଲରେ ପହଞ୍ଚିଲେ ତା’ ସ୍ୱାମୀ ଓ ତାକୁ ଝିଅ ବିଷୟରେ ପଚାରିଲେ। ମାନସୀ କିନ୍ତୁ ନିରୁତ୍ତର, ଅନ୍ୟମନସ୍କ, ସତେ ଯେପରି ହଜିଯାଇଛି ଅତୀତର କୌଣସି ପୃଷ୍ଠାରେ।
ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା
ଭ୍ରାମ୍ୟଭାଷ : ୮୯୮୪୬୨୧୩୭୦
Go Back to Previous Page
ସମ୍ପାଦକୀୟ, ମାର୍ଚ୍ଚ ୨୦୧୮
ପ୍ରତିଷ୍ଠାତା - ସମ୍ପାଦକ
Read Article
ମାତୃତ୍ବ
ଗୁପ୍ତେଶ୍ବର ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ