ମାମାଟି ମୋର ଭାରି ସରଳ କାହାକୁ କିଛି କହେନାହିଁ
ତା ହାତରନ୍ଧା ଅତି ସୁଆଦ ବାସନା ହାତୁ ଯାଏନାହିଁ
ତରତର ହୋଇ ଶେଯରୁ ଉଠେ
ରୋଷେଇ ଘରେ ଯାଇ ସେ ପଶେ
ଉଠିଲା ବେଳକୁ ରୋଷେଇ ସାରି
ମନଜାଣି ଖାଦ୍ୟ ଦିଏ ସେ ବାଢ଼ି
ଭଳି କି ଭଳି ଯେ କେତେ ଦରବ
ରାନ୍ଧେ ସିଏ ସିନା ନାହିଁ ଗରବ
ପୂଜା ଓଷା ହେଲେ ଆରିଶା ଗଢ଼େ
କ୍ଷୀରିପୁରି କରି ଆନନ୍ଦେ ବାଢ଼େ
ନ ଖାଇଲେ ବେଶି ଯାଏ ସେ ଋଷି
ମୁହଁ ଫୁଲେଇକି କାନ୍ଦଇ ବସି
ହସିଦେଲେ ସିଏ ଭାରି ସୁନ୍ଦର
କାନ୍ଦିଲେ ସେ ମୋ ମନ ହୁଏ ବିକଳ
ସବା ସାନ ଜେଜିନାନୀଟି ମୋର
କହୁଅଛି ଶୁଣ ତା’ର ଖବର
ମୁହଁଟି ତା’ର ଗୋଲ ଗୋଲ
ପାଟିରେ ଥାଏ ତା ପାନଖିଲ ଟିଏ
ଓଠଟି ତାହାର ଦିଶଇ ଲାଲ
ସକାଳୁ ଉଠି ସେ ଝାଡୁ କରଇ
ଘର ଚାରିପାଖ ସଫା ରଖଇ
ତା’ପରେ ପରିବା କାଟି ବସଇ
ନଡ଼ିଆ ଫଟେଇ କୋରି ଦିଅଇ
ମାମାଙ୍କୁ ସାହାଯ୍ୟ କରିବା ପାଇଁ
ଶାଗ ବିଡ଼ା ବାଛେ ହାତରେ ନେଇ
ଗହମ, ବିରି, ମୁଗ ଯାହା ବି ଥାଏ
ଯତନେ ଶୁଖାଏ ଛାତରେ ସିଏ
ମାମାଙ୍କୁ ଯତନେ ରଖିବା ପାଇଁ
ଦୁନିଆ ସାଙ୍ଗେ ସେ କରେ ଲଢ଼େଇ
ଭାରି ନିରିମାଖୀ ଅନୁନାନୀ ମୋର
ରୂପଟି ତାହାର ଭାରି ସୁନ୍ଦର
ଗୋରା ତକତକ ସୂରୁଜମୁଖୀ
ଝଟକୁ ଥାଏ ତା ଫୁଲ ନାକର
ମନଦୁଃଖ ଥିଲେ ଜାଣି ସେ ଦିଏ
ମାଆ ପରି ଆସି କୋଳେଇ ନିଏ
ଦୁଃଖ କହୁଥାଏ ମୋ ଆଗର
ସତେ ଅବା ମୁହିଁ ମାଆ ତାହାର
ହାତ ପାଇଁ ମୋର ଚୁଡ଼ି ସେ ଆଣେ
ଉପହାର ତାର ମନ ମୋ କିଣେ
ଛୋଟ ମମ୍ମି ବୋଲି ଡାକେ ମୁଁ ତାକୁ
ବ୍ୟାଗ୍ କିଣିଦିଏ ଅଫିସ ନେବାକୁ
ଟୁକୁଲ୍ ମୁକୁଲ୍ କହ୍ନେଇ ମୋର
ମୋ ଓଠରେ ଟିକେ ହସସ୍ ଦେଖିଦେଲେ
ଖୁସିରେ ପୁରଇ ପେଟ ତାହାର
କଣ୍ଟାଟେ ଫୁଟିଲେ ପାଦରେ ମୋର
ରକତ ଝରଇ ଛାତିରୁ ତାର
ମାଆ ପରି ସିଏ ଖୁଆଇ ଦିଏ
ବାପାପରି ପୁଣି ବୁଝାଇ ଦିଏ
ଭଉଣୀ ପରି ସେ ସାଥିରେ ଥାଏ
ଭାଇପରି ମେଳା ବୁଲେଇ ନିଏ
ତା’ଠାରୁ ନିଜର କେହି ତ ନାହିଁ
ଅମୂଲମୂଲ ତ ସିଏ ମୋ ପାଇଁ
ଅତି ଯତନରେ ରଖେ ସେ ମୋତେ
ଦୁଃଖ ଆସିବାକୁ ଦିଏନି ପାଶେ
କହୁଥାଏ ସିଏ ନିଇତି ମୋତେ
ମୁଁ କାଳେ ପରାଣ ତାହାର ସତେ
ଭାଇନା ମୋର ତେଲୁଗୁ ହିରୋ
ନିଶଟି ତାଙ୍କର ଭାରି ସୁନ୍ଦର
ଦେଖିଲେ ଲାଗନ୍ତି ରାଗୀ, ଗମ୍ଭୀର
ହେଲେ ମନଟା ତାଙ୍କର ଅତି ସରଳ
ବୁଲେଟ୍ ଚଢ଼ି ଯେବେ ଯାଆନ୍ତି ଅଫିସ୍
ଦେଖିଲେ ଡରିବେ ହାକିମ୍ ପୋଲିସ୍
ଆମ ଘର ମେରୁଦଣ୍ଡ ଅଟନ୍ତି
ଭଲମନ୍ଦ କଥା ସବୁ ବୁଝନ୍ତି
ବିପଦ ପଡ଼ିଲେ ଆମ ଉପରେ
ଲୁହ ଆସିଯାଏ ତାଙ୍କ ଆଖିରେ
ଏ କାହାଣୀ ଛୋଟ ପରିବାରର
ନ ଲାଗୁ କେବେ କାହାର ନଜର
ପୂର୍ଣ୍ଣାନନ୍ଦ ଭବନ, ନେତାଜୀ ନଗର
ମଧୁପାଟଣା, କଟକ - ୭୫୩୦୧୦
Go Back to Previous Page
ବାହାନା
ନିର୍ମଳ କୁମାର ଦଳାଇ
Read Article
ଆମେ ଚାଲିଛୁ ତ ଭାଇ ଆଗେଇ
ଡା ସଂଜୀବ କୁମାର ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ