ଶୀତ ସକାଳେ, କୁହୁଡିର ବାଦଲ ତଳେ
ନିରବ ରାସ୍ତାରେ, ଏକା ଏକା ମୁଁ ଚାଲୁ ଥାଏଁ ।
ଗୋଟେ ପଟେ ହିମାଲୟ ପର୍ବତର ଝାପ୍ସା ଛବିଟିଏ
ଆଉ ଗୋଟେ ପଟେ ବାମ୍ଫ ରେ ଭରା ପୋଖରୀ ଟିଏ
ମୋ ଆଗରେ ଅଙ୍କା ବଙ୍କା ରାସ୍ତା ଟିଏ
ଲମ୍ବି ଯାଇଛି ଖଣ୍ଡେ ଦୁରକୁ, ହଜି ଯାଇଛି କୁହୁଡି ଭିତରେ
ଏକାଏକା ମୁଁ ଚାଲୁଥାଏ ସ୍ୱଲ୍ପ ଗତିରେ
ନିରବ ରାସ୍ତାରେ........ ।
ହଠାତ୍ ପଛକୁ ଥରେ ବୁଲି ଚାହିଁ ଦେଲି
ଦୁରବଣ ରୁ ଫୁଲ ଟିଏ ଫୁଟି ଉଠୁଛି
କୁହୁଡି ର ବାଦଲ ଚିରି ଜହ୍ନ ଟିଏ ଉଙ୍କି ମାରୁଛି
ମୁଁ ଦେଖିଲି, ଧିରେ ଧିରେ ଝିଅଟିଏ ଚାଲି ଆସୁଛି.....ା
ତାକୁ ଦେଖିଲା ମାତ୍ରେ, ମୋ ଦେହକୁ ମଳୟ ପବନ ଛୁଇଁଦେଲା
ଯେତେବେଳେ ମୋ ସାମ୍ନା ରୁ ଚାଲିଗଲା
ମୋ ମନରେ ଅପାର ଖୁସିର ଜୁଆର ଉଠିଲା
କାହିଁ ଆସିଥିଲ କ୍ଷଣକ ସମୟ ପାଇଁ
ଦେଖୁ ଦେଖୁ କୁଆଡେ ଚାଲିଗଲ କାହିଁ
ହଜିଗଲ କି ଲୁଚିଦେଲ ତୁମେ ଏକୁହୁଡି ଭିତରେ
ଆଜିବି ଖୋଜୁଛି ଏ ନିରବ ରାସ୍ତାରେ
ଶୀତ ସକାଳେ କୁହୁଡିର ବାଦଳ ତଲେ ।ା
ଉମେଶ କୁମାର ବେହେରା
କର୍ଲାବାହାଲି, କଂଟାବାଞ୍ଜି, ବଲାଙ୍ଗିର
ମୋ.୮୬୫୮୪୮୪୧୬୬
Go Back to Previous Page
ମୁଁ ଓ ତୁମେ
ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡ଼ିଆ
Read Article
ବାହାନା
ନିର୍ମଳ କୁମାର ଦଳାଇ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ