ନୀରବତାରେ
ମଳିନ ପଡିଯାଏନା ସମ୍ପର୍କ
ଅମା ଅନ୍ଧାରରେ
ସବୁ କିଛି ହଜିଗଲା ପରେ
ଜଳ ଜଳ ଦିଶୁଥାଏ
ଯେମିତି ହୀରାର ସ୍ଫଟିକ I
ନୀରବତାରେ
ବରଂ କହିହୁଏ ଅନେକ ବେଶୀ
ବୁଝେଇ ହୁଏ
ବୁଝି ହୁଏ I
ଆଉ ଟିକେ ଅଧିକ
ଚିହ୍ନି ହୁଏ ନିଜକୁ,
ଅପରକୁ I
ଭରସାକୁ ମାପି ହୁଏ
ନୀରବତାରେ I
ଦ୍ବନ୍ଦକୁ ଟିକେ ବିଶ୍ରାମ ଦେଇହୁଏ
ଅଥବା ଇନ୍ଧନ I
ବିଶ୍ବାସ ଧରି,
ଅପେକ୍ଷା କରାଯାଇପାରେ,
ଜମିଯିବା ଯାଏ
ଆସ୍ଥା I
ନୀରବତା ପରଖେ
ସମୟ I
କଳି ହୁଏ
ବିଶ୍ବାସର ଗଭୀରତା,
ଆସ୍ଥାର ଦୃଢ଼ତା I
ଅପେକ୍ଷା କରି ହୁଏ
ନୀରବତାରେ,
ଝଡ ଥମିବାଯାଏ
ବଣପୋଡି ପରେ,
ପୁଣି ଗଜୁରିବାଯାଏ ଆଶା I
ନୀରବତାରେ,
ସଂଯୋଗଟେ ଗଢି ହୁଏ
ଆତ୍ମା ସହ
ନିଜର,
ପରମାତ୍ମାକଂର I
ଡା: ନୀଳମାଧବ କର
ଓଲଭରହାମ୍ପଟନ, ଇଂଲଣ୍ଡ
nmadhab@yahoo.com
Go Back to Previous Page
ଯଥାର୍ଥ
ଶ୍ରୀରାଜଶେଖର ଚିମା
Read Article
ମା
ସ୍ବରୂପା ମହାନ୍ତି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ