ଦିନକୁ ଦିନ ବାଲିପରି ଖସି ଯାଉଛି ସମୟ
ଚେଷ୍ଟା କରୁଅଛି ଖୋଜିବାକୁ ନିଜ ପରିଚୟ
ଦେଖା ସାକ୍ଷାତ ହେଲେ ଅନେକ ଲୋକ
ମନେ ପଡ଼ନ୍ତି ପୁରୁଣା ମୁଖ
ସମ୍ମୁଖୀନ ହେଉଛି ଅନେକ ପରିସ୍ଥିତି
ବିଚଳିତ ହୁଏ ମନୋସ୍ଥିତି
କ୍ଷଣ କ୍ଷଣ କରୁଛି ଅତିବାହିତ
ହୋଇଯିବ ବର୍ତ୍ତମାନ କ୍ଷଣ ଅଭୁଲା ଅତୀତ
ରଖିବାକୁ ପଡ଼ିବ ମନକୁ ନିର୍ମଳ
ଲାଭନାହିଁ ହୋଇ ବ୍ୟାକୁଳ
ଅଛି କେତେ ଅନୁଭୂତି
ରହିଛି ମନରେ ଅନେକ ସ୍ମୃତି
କୋଉଠି ଅଛି ବିକଳ୍ପ
ସବୁ କିଛି ଲାଗେ କିଛି ସମୟ ପରେ ଗଳ୍ପ
Go Back to Previous Page
ରାତି
ବରୁଣ କୁମାର ଦାସ
Read Article
ନୀରବତା
ଡା ନୀଳମାଧବ କର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ