ନ ଦିଅ ଆଉ ନ ଦିଅ ଆଉ
ପ୍ରତାରଣା ବେଳ ଆସେ ପଗଡ଼ି
ଅଗ୍ନିଘେରରେ ଜଳୁଅଛି ମୁହିଁ
ଜାଣୁଅଛି ଜଳି ଯିବି ମୁଁ ସରି
ନ ଦିଅ କେହି ସମ୍ବେଦନା
ଦରକାର ନାହିଁ ଆଶ୍ବାସନା
ପ୍ରୀତିନାବେ ନ ପାରି ପହଁରି
ଜାଣିଛି ବିରହେ ଯିବି ତରି
ପ୍ରେମର ସକାଳ ସୁଖରେ ଆସେ
ସୁନୀଳ ସପନ ସଜେଇ ପଶେ
ପୂଣ୍ୟ ଶିଢ଼ିରେ ହେବି ମୁଁ ପାରି
ଆରତ ହୃଦୟେ ମିନତି କରି
ନେବ ତ ନିଶ୍ଚିତ ନେଇ ଚାଲ ଶୀଘ୍ର
ବିରହ ରହିଛି ହୃଦେ ଭରି
ବିତୃଷ୍ଣା ଲାଗେ ଜୀବନ ଯେମିତି
ଘଣ୍ଟା କଣ୍ଟା ପରି ଯାଏ ଘୁରି
ବୀରମହାରାଜପୁର, ସୁବର୍ଣ୍ଣପୁର ଜିଲ୍ଲା, ଓଡ଼ିଶା
Go Back to Previous Page
ଲେଖିବାର ମାନେ
ଡଃ ଅସିତ କୁମାର ସ୍ବାଇଁ
Read Article
ଶବ୍ଦହୀନ ନିଃଶ୍ବାସ
ଅଶୋକ ବିଶ୍ବାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ