ଲେଖିବାର ମାନେ ବି କିଛି ହୁଏନା
ଯଦି ନ ଥାଏ କେହି ପାଖରେ ଶୁଣିବାପାଇଁ
ଆଉ ଦେବାକୁ ମତାମତ
ନ ସାଜି ମୁକ ନିରନ୍ତର
ନ ରଖି ଆଶା ପ୍ରତ୍ୟୁତ୍ତରର
ଶୁଣିବାର ବି ନଥାଏ ଅର୍ଥ କିଛି
ଯଦି ଭରି ନହୁଏ ମୋ ଆତ୍ମାର ବିଭୋରତା
ଆଉ ବାରିବାକୁ ଫରକ
ଅବରୁଦ୍ଧ ପୋଖରୀ ଓ ଶୀତଳ ଝରଣାର
ଯାହା ଅବିରତ ଚଳଚଞ୍ଚଳ ଆବାହମାନ କାଳରୁ
ସେ ସ୍ବାଦ ବି ମୋ' ପାଖରେ ଅର୍ଥହୀନ
ଯଦି ନହୁଅନ୍ତି ତୃପ୍ତ ମୋ' ଆତ୍ମ-ପରିଜନ
ଯାହାଙ୍କ ପାଇଁ
ମୁଁ ହିଁ ସବୁ କିଛି
ଆଉ କଳ୍ପନାର ଅଦୂରରେ ମୋର ସର୍ବସ୍ବ ସେମାନେ
ଆଘ୍ରାଣର ସଂଗ୍ୟାଁ କିବା ସଂଗ୍ୟାଁହୀନ ମୋ' ପାଇଁ
ଯାହା ପାରେନା ଫରକ
କରିବାକୁ ଅଧିକାଂଶତଃ
ଘୁରୁଥିବା ଦୁର୍ଜନ ଓ ସ୍ବଜନମାନଙ୍କୁ ମୋ' ଚତୁଃପାର୍ଶ୍ବେ
ଲୋଡାପଡେ ଶକ୍ତି ସେବେ ମୋ' ନୟନ ଯୁଗଳର
ଦେଖିବାର ନିରର୍ଥକତା ବି ହୁଏ ପ୍ରମାଣିତ ବାରମ୍ବାର
ଯଦି ମୁଁ ହୁଏ ଲାଚାର
ଏ ବ୍ୟବସ୍ଥା ପାଇଁ
ଯେଉଁଠି କରି ପାରେନା ମୁଁ କିଛି ଆଉ ପାଲଟି ଯାଏ
ବହ୍ୟମାନ ନିର୍ଝରିଣୀରୁ ଆବଦ୍ଧ ପୁଷ୍କରିଣୀ
Go Back to Previous Page
ହଜିଲା ଶୈଶବ
ମନୋରଞ୍ଜନ ମୁଦୁଲି
Read Article
ବିତୃଷ୍ଣା ଜୀବନ
ସୁଶ୍ରୀ ମିନତୀରାଣୀ ମେଣ୍ଡିଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ