ନିଜ ବସାରୁ ବାହାରି ପକ୍ଷୀଗୁଡ଼ିକ ଚତୁର୍ଦିଗକୁ ଖାଦ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଉଡ଼ି ଯାଆନ୍ତି ସୂର୍ଯ୍ୟଙ୍କର ସୁନେଲି କିରଣ ଧାରେ ଧାରେ ବିଚ୍ଛୁରିତ ହୋଇ ପୃଥିବୀ ପୃଷ୍ଠରେ ପଡୁଥାଏ କୃଷକଟି ହଳଲଙ୍ଗଳ ନେଇ ମହାଆନନ୍ଦରେ ବିଲକୁ ବାହାରିଲା ଘରେ ତା ସ୍ତ୍ରୀ ଚମ୍ପା ସେ ବାସି ପାଇଟି ଗୁଡ଼ିକ ଶେଷ କରିଥାଏ ତାଙ୍କର ଛୋଟ ଝିଅଟିଏ ତାଙ୍କ ଗାଁର ଟିକେ ଦୂରରେ ଥିଲା ଏକ ବିଦ୍ୟାଳୟ ସେହି ପ୍ରାଥମିକ ବିଦ୍ୟାଳୟରେ ତା ବାପା ଝିଅଟିର ନାଁ ଲେଖାଇ ଦେଇଥିବାରୁ ସେ ପ୍ରଥମ ଶ୍ରେଣୀରେ ପାଠ ପଢ଼େ ଚାହୁଁ ଚାହୁଁ ଝିଅର ବିଦ୍ୟାଳୟକୁ ପାଠ ପଢ଼ିଯିବାର ସମୟ ହୋଇ ଆସୁଥାଏ ଝିଅପାଇଁ ମା ଚମ୍ପା ଖାଦ୍ୟ ତିଆରି କରି ଖାଇବାକୁ ଦେଲେ ଏବଂ ସମସ୍ତ ବହି ବସ୍ତାନି ପ୍ରସ୍ତୁତ କରି ବିଦ୍ୟାଳୟକୁ ପଠାଇଲେ ଏହା ଥିଲା ମା’ ଚମ୍ପାର ନିତ୍ୟକର୍ମ
ଝିଅର ସମସ୍ତ ଦାୟିତ୍ବ ନେଇ ବିଦ୍ୟାଳୟକୁ ପଠାଇଲେ ପୁଣି ଏପଟେ ସ୍ବାମୀ କାମରୁ ଫେରିବାର ବାଟ ଚାହିଁ ରହିଥାଏ ଘରେ ବିଲରେ ହଳକାମ ସାରି ସୁଧାକର ଘରକୁ ଫେରିଲା ଘରକୁ ଫେରି କିଛି ସମୟ ଥକି ବସି ପଡ଼ିଲା ତାକୁ ଭାରି ଶୋଷ ଲାଗୁଥାଏ ସ୍ବାମୀ ମନକଥା ଜାଣିପାରି ଚମ୍ପା ପାଣି ଗିଲାସେ ବଢ଼େଇଦେଲା ସେ ଶାନ୍ତିରେ ପାଣି ପିଇଦେଇ ଝିଅ କଥା ପଚାରିଲା ଝିଅ ବିଦ୍ୟାଳୟ ଯାଇଛି ତ? ଆନନ୍ଦରେ ଚମ୍ପା ସ୍ବାମୀର ମୁହଁକୁ ଚାହିଁ ହଁ ଭରିଲା
ସେହି ଛୋଟ ଝିଅର ନାଁ କୁନି ତାର ଜଣେ ଜେଜେ ଥାଆନ୍ତି ତାଙ୍କୁ ବର୍ତ୍ତମାନ ୭୭ ବର୍ଷ ବୟସ ହେଲାଣି ସେ ବିଶେଷ କିଛି କାମଧାମ କରି ପାରନ୍ତି ନାହିଁ ଘରେ ବସି ରହିବା ଛଡ଼ା ଆଉ କିଛି କରନ୍ତି ନାହିଁ ବେଳେ ବେଳେ ଚଲାବୁଲା କରନ୍ତି ଅପରାହ୍ନ ହେଲେ ଝିଅ ଘରକୁ ଫେରେ ଆଜି ଘରେ କେହି ଦିଶୁନାହାନ୍ତି ତେଣୁ ବ୍ୟାକୁଳ ହୋଇ ସେ ମା’କୁ ଖୋଜିବାରେ ବ୍ୟସ୍ତ ହୋଇଗଲା ଜେଜେଙ୍କୁ ବାରମ୍ବାର ପ୍ରଶ୍ନ କରୁଥିଲା ମା କାହିଁ? ବାଡ଼ିରୁ ଘର ଭିତରକୁ ପଶି ଆସୁଥିବା ବାପାମା’ଙ୍କୁ ଦେଖି ସେ ଖୁସିରେ ଧାଇଁଯାଇ ମା’କୁ ଭିଡ଼ି ଧରିଲା
ସମୟ ଧିରେ ଧିରେ ଅତିକ୍ରାନ୍ତ ହେଉଥାଏ ସେ ପ୍ରଥମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଦ୍ବିତୀୟରେ ପଢ଼େ ଭାରି ବୁଦ୍ଧିମତୀ ଝିଅଟିଏ ବୋଲି ତା ସ୍କୁଲରେ ସବୁ କହନ୍ତି ବିଦ୍ୟାଳୟ ଯିବାରେ ସେ କେବେ ଅବହେଳା କରେ ନାହିଁ ଶ୍ରେଣୀ ଗୃହରେ ସେ ଧ୍ୟାନ ଦେଇ ଶିକ୍ଷକ ପଢ଼ାଉଥିବା ପାଠ ସବୁ ପଢ଼େ ଓ ବୁଝେ ସନ୍ଧ୍ୟାରେ ଘରକୁ ଫେରିଲେ ଅନ୍ଧାରରେ ଛୋଟ ପରିବାର ସମ୍ମୁଖରେ ଦିନରେ ଯାହା ସବୁ ଶିଖିଥାଏ ସେ ସବୁ କରି ଦେଖାଏ ଯାହା ପଢ଼ିଥାଏ ସେ ସବୁ ଉଚ୍ଚ ସ୍ବରରେ ବାପାମା ଆଉ ଜେଜେଙ୍କୁ ଶୁଣାଏ
ସୁଧାକର ଟିକେ ଶାନ୍ତ ସ୍ବଭାବର ଲୋକ କୁନି କେମିତି ଭଲ ପାଠ ପଢ଼ିବ, ଭଲ ଶିଷ୍ଟାଚାର ଶିଖିବ, ଭଲ ମଣିଷ ହେବ ତାଙ୍କ ଅଞ୍ଚଳରେ କେମିତି ନାଁ କରିବ, ଗାଁ ମାଟିର ସମ୍ମାନ ରଖିବ... ଏହି ସବୁ ସ୍ବପ୍ନ ଦେଖେ ସେ ଜଣେ ସାଧାରଣ କୃଷକ ହେଲେ ସୁଧା ଦେଶ ଜାତି ପାଇଁ କିଛି ବି କରିବାପାଇଁ ସର୍ବଦା ଯତ୍ନଶୀଳ ରହେ ପିଲାଦିନୁ ସେ ବି ଭଲ ପଢୁଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ସେ ନବମ ଶ୍ରେଣୀ ପଢୁଥିବା ସମୟରେ ତା ମାଆ ଚାଲିଗଲା ଯାହା ଫଳରେ ସେ ଭାଙ୍ଗିପଡ଼ିଥିଲା ଆଉ ପାଠପଢ଼ା ସେତିକିରେ ବନ୍ଦ ହୋଇଗଲା ବାପାଙ୍କୁ ସାହାଯ୍ୟ କରିବାପାଇଁ ବିଲରେ ହଳ ବୁଲାଇବା କାମରେ ନିଜକୁ ନିୟୋଜିତ କରିଦେଲା ସେ ଚାହୁଁନଥିଲା ଯେ ତା ସହ ଜୀବନରେ ଯାହା ହେଲା ତା ଝିଅ ସହ ସେ ସବୁ ହେଉ କୁନି ଭଲ ମଣିଷ ହେଉ
ଦିନକର କଥା କୁନି ପଡ଼ିଶାଘରର ତିନିଚାରି ଜଣ ଝିଅ ଦାଣ୍ଡ ଧୂଳିରେ ଖେଳୁଥାନ୍ତି ପୁଣି ଦୌଡ଼ାଦୌଡ଼ି ହେଉଥାନ୍ତି ଖେଳ ସାରିଦେଇ କୁନି ଘରକୁ ଆସିବାପରେ ମନ ମାରି ବସିଥାଏ ମା ପଚାରିଲେ କଣ ହେଲା? ସେ କହିଲା ମା ସଙ୍ଗୀତା, ଅଞ୍ଜଳୀ, ସବିତା, ରଞ୍ଜିତା ସବୁ ମୋ ସହିତ ଖେଳୁଛନ୍ତି କିନ୍ତୁ ବିଦ୍ୟାଳୟ ଯାଉନାହାନ୍ତି କାହିଁକି? ସେମାନେ ବି ବିଦ୍ୟାଳୟ ଯାଉଥିଲେ ଆମେ ସବୁ ମିଶିକି ଯାଇଥାନ୍ତୁ ଆସିଥାନ୍ତୁ ମା ଚମ୍ପା ଚିନ୍ତାରେ ପଡ଼ିଗଲା ସତ କଥା ସେମାନେ ସବୁ ଖେଳାଖେଳି କରୁଛନ୍ତି କିନ୍ତୁ ବିଦ୍ୟାଳୟ ଯାଉନାହାନ୍ତି ଆଉ ଏହାର ଗୋଟିଏ ପ୍ରମୁଖ କାରଣ ଥିଲା ସେମାନଙ୍କ ପରିବାରରେ ଅତ୍ୟଧିକ କାର୍ଯ୍ୟଭାର ସେମାନେ ବିଦ୍ୟାଳୟ ଗଲେ ଘରେ କାମ କରିବ କିଏ? ଟଙ୍କା କେଉଁଠି ଆସିବ? ପରିବାରର ଭରଣପୋଷଣ କେମିତି ହେବ? ସେମାନଙ୍କୁ ଏମିତି ଅନେକ ଚିନ୍ତା ଘାରୁଥାଏ ପୁଣି ଅର୍ଥାଭାବ ହିଁ ଜୀବନ ବଞ୍ଚିବାରେ ବଡ଼ ବାଧକ ସାଜିଛି ଏହିପରି ଅନେକ ସମସ୍ୟା ତଥାପି ପଡ଼ୋଶୀ ମାନଙ୍କୁ ତାଙ୍କ ପିଲା ଛୁଆଙ୍କୁ କେମିତି ପାଠ ପଢାଇବେ କିପରି ଭଲ ମଣିଷ ହେବେ? ଆଦି ବୁଝାଇବାକୁ ଲାଗିଲା ଫଳରେ କିଛି ଦିନପରେ ସେହି ପଡ଼ୋଶୀ ଜଣକ ତାଙ୍କ ଝିଅର ନାଁ ବିଦ୍ୟାଳୟରେ ଲେଖାଇଲେ କୁନି ବହୁତ ଖୁସିଥିଲା ନିତି କୁନି ଆଉ ସଙ୍ଗୀତା ସାଥୀ ହୋଇ ବିଦ୍ୟାଳୟ ଯାଉଥିଲେ ଚମ୍ପାକୁ ବି ଆସ୍ବସ୍ତ ଲାଗୁଥିଲା ଯେ ସେମାନେ ଏକାଠି ବିଦ୍ୟାଳୟ ଯାଉଛନ୍ତି ଓ ଆସୁଛନ୍ତି ହେଲେ ଅନ୍ୟ ଝିଅମାନେ ବିଦ୍ୟାଳୟ ଯାଇ ପାରିଲେ ନାହିଁ
କୁନି କିନ୍ତୁ ନଛୋଡ଼ବନ୍ଧା ହୋଇ ମା ପାଖରେ ଜିଦ୍ କରି କହିଲା, ଯେମିତି ସଙ୍ଗୀତା ବିଦ୍ୟାଳୟ ଯାଉଛି ସେମିତି ଅନ୍ୟମାନେ ବି ଯାଇପାରିବେ ଚମ୍ପା ଝିଅର ଜିଦ୍ ଆଗରେ ମଥା ନୋଇଁ ସବୁ ପରିବାରକୁ ବାରମ୍ବାର ଯାଇ ବୁଝା ସୁଝା କରିବାପରେ ଧିରେ ଧିରେ ସାହିର ସବୁ ଝିଅ ବିଦ୍ୟାଳୟରେ ନାଁ ଲେଖାଇଲେ କୁନିର ଜିଦ୍ ଆଉ ଚମ୍ପାର ଚେଷ୍ଟା ଫଳରେ ବିଦ୍ୟାଳୟରେ ଝିଅ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲା ଏହି ବିଷୟରେ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା ମାନେ ଅବଗତ ହେଲେ ସେମାନେ ଏହି ବିଷୟରେ ପରସ୍ପର ସହ କଥାବାର୍ତ୍ତା ବି ହେଲେ ଏହି ସବୁ ସେହି କୁନି ଝିଅ ପାଇଁ ସମ୍ଭବ ହେଲା ବୋଲି ସମସ୍ତେ କହିଲେ କୁନି ବିଷୟରେ ସବୁ ଜାଣିବାକୁ ଇଚ୍ଛା ପ୍ରକାଶ କଲେ
ସୁଧାକର ଭାରି ପରିଶ୍ରମୀ ବ୍ୟକ୍ତି ଖରା, ବର୍ଷା, ଶୀତ କାକର ଆଦି ସହ୍ୟକରି ସେ ନିଜ କୃଷି କ୍ଷେତ୍ରରେ ମନ ଦେଇ ଉତ୍ତମ ଶସ୍ୟ ଉତ୍ପାଦନ କରି ନିଜ ପରିବାରର ଗୁଜରାଣ ମେଣ୍ଟାଉଥାଏ ସମୟ ଅତିକ୍ରାନ୍ତ ହୋଇ ଚାଲିଥାଏ କୁନୀ ଧିରେ ଧିରେ ବଡ଼ ହେଲା ସେ ଯେତେବେଳେ ନିଜ ଗାଁ ମାଟିର ନିଜ ଅଞ୍ଚଳରେ ଥିବା ଅସହାୟ, ଋଗ୍ଣ, ଜରାଜୀର୍ଣ୍ଣ ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା ଦେଖିଲା ତା ମନରେ ଟିକେ ଦୟା ଆସୁଥିଲା ସେ ବର୍ତ୍ତମାନ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ କରିଛି ଶିକ୍ଷିତା କୁନୀ ବର୍ତ୍ତମାନ ନିଜ ଗ୍ରାମ ସମେତ ଆଖପାଖ ଗ୍ରାମରେ ଥିବା ଲୋକମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ପ୍ରଭୃତି ବିଷୟରେ କେମିତି ସଚେତନ କରିବ ସେଥିପାଇଁ ଉଦ୍ୟମ କରୁଛି ସେ ନିଜ ସାଙ୍ଗମାନଙ୍କୁ ସାଥିରେ ନେଇ ଗାଁ ଗାଁ ବୁଲି ଲୋକମାନଙ୍କୁ ପାଠ ପଢାଇବାର ଉପାଦେୟତା ବିଷୟରେ ବୁଝାଉଛି ସ୍ବାସ୍ଥ୍ୟସେବାପାଇଁ ଡାକ୍ତରଖାନା ଯିବାପାଇଁ ପ୍ରୋତ୍ସାହନ କରୁଛି
ଧିରେ ଧିରେ ସମଗ୍ର ଅଞ୍ଚଳରେ କୁନି ଡାକ ନାଁ ହୋଇ ଯାଇଛି ସେ ଅଳ୍ପ ବୟସର ଝିଅଟିଏ ହେଲେ ସୁଦ୍ଧା ସମସ୍ତଙ୍କର ପ୍ରିୟ ହୋଇ ଯାଇଛି ସେ କହୁଥିବା କଥାର ମୂଲ୍ୟ ଲୋକମାନେ ବୁଝୁଛନ୍ତି ସେଥିପାଇଁ ତା’ର ଢେର୍ ପ୍ରଶଂସା କରନ୍ତି ସମସ୍ତେ କୋଇଲିର ସୁମଧୁର ସ୍ବନକୁ ଯିଏ ପ୍ରଶଂସା କରେ ବା ନିନ୍ଦା କରେ, ସେଥିରେ କୋଇଲି ବିଚଳିତ ନ ହୋଇ ଯେମିତି ଆନନ୍ଦରେ କୁହୁ କୁହୁ ସ୍ବରରେ ଗାନ କରୁଥାଏ ଠିକ୍ ସେମିତି କୁନି କାହାର ପ୍ରଶଂସାରେ ବେଶ୍ ଖୁସି ବା ଦୁଃଖି ନ ହୋଇ ସେଗୁଡ଼ିକ ତା’ର କର୍ତ୍ତବ୍ୟ ମନେ କରି ଲୋକମାନଙ୍କ ସମସ୍ୟା ଗୁଡ଼ିକର ସମାଧାନର ପଥ ବତାଇ ଦେଉଥାଏ ହଁ ପ୍ରକୃତରେ ସେହି କୁନି ଭଳି ଝିଅଟିଏ ଯଦି ଆମ ସମାଜରେ ଜନ୍ମ ହେଉ ଥାଆନ୍ତେ, ତାହେଲେ ଆଜି ଅନ୍ଧକାର ରୂପକ ଅଶିକ୍ଷିତ ସମାଜ, ସୂର୍ଯ୍ୟଙ୍କ ଆଲୋକ ସଦୃଶ୍ୟ ଶିକ୍ଷାର ଆଲୋକରେ ଆଲୋକିତ ହୋଇ ସୁସ୍ଥ ଏବଂ ଶିକ୍ଷିତ ସମାଜ ନିଃସନ୍ଦେହରେ ଗଠନ ହୋଇ ପାରନ୍ତା ଆଉ ଆମର ସମସ୍ତ ପଥ ଆଜି ପରିଷ୍କାର ଭାବେ ଦୃଶ୍ୟମାନ ହେଉଥାନ୍ତା
ଗ୍ରାମ / ପୋ.ଅ.: ଦଳପଡ଼ା, ଭାୟା : ଖଜୁରୀପଦା
ଜିଲ୍ଲା : କନ୍ଧମାଳ, ଓଡ଼ିଶା ୭୬୨୦୧୨
ଭ୍ରାମ୍ୟଭାଷ : ୯୪୩୮୦୨୬୮୪୮
Go Back to Previous Page
ରାମରହୀମ
ଶୈବାଳିନୀ ସାହୁ
Read Article
ସୁନେଲି ସିଂହ - ୫(କ)
ଅଶୋକ ବିଶ୍ବାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ