ବିବେକ ଓ ବିଚାରର ତାଡ଼ନାରେ ଶ୍ରଦ୍ଧାଦେବୀ କ୍ରମେ କ୍ରମେ ନିଷ୍ପ୍ରଭ ହୋଇ ଯାଉଥିଲେ ଜୀବନଯାକ ମିଛକୁ ଘୃଣା କରି ଆସିଥିବା ଶ୍ରଦ୍ଧାଦେବୀ ନିଜ ସ୍ବାମୀଙ୍କ ନିକଟରେ ଏତେ ବଡ଼ ସତ୍ୟକୁ ବା କେମିତି ଲୁଚାଇ ରଖିବେ ସେଭଳି କଲେ ଅକୃତଜ୍ଞତା ଓ ଚରମ କୃତଘ୍ନତାର ଦାବନଳରେ ବାକିତକ ଆୟୁଷ ତାଙ୍କୁ ଜଳି ଜଳି ବଞ୍ଚିବାକୁ ପଡ଼ିବ କାନରେ ତୁହାଇ ତୁହାଇ ପ୍ରତିଧ୍ବନିତ ହେଉଥିଲା ରହୀମର ଶାନ୍ତ ଅଥଚ ଅନୁନୟ ଭରା ଉକ୍ତି - “ଅପ୍ପି ଜାନ୍, ନନାଙ୍କୁ କଦାପି ଜଣାଇବେ ନାହିଁ ଏଇ ଘଟଣାକୁ ଆଲ୍ଲାକୋ ଲାଖ୍ ଲାଖ୍ ଶୁକର୍ ଏବେ ଆଉ କିଛି ବିପଦର କାରଣ ନାହିଁ” ଏବେ ସମୟ ଅପରାହ୍ନ ଚାରିଟା ଆଉ କିଛି ସମୟପରେ ଅଫିସରୁ ଡ୍ୟୁଟି ସାରି ଘରେ ପହଞ୍ଚିବେ ତାଙ୍କର ସ୍ବାମୀଦେବତା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରାମଚନ୍ଦ୍ର ମିଶ୍ର ପ୍ରଶାସନିକ ଦପ୍ତରରେ କର୍ତ୍ତବ୍ୟନିଷ୍ଠ ଆଉ କଡ଼ା ମିଜାଜର ବ୍ୟକ୍ତି ଭାବରେ ପରିଚିତ ରାମଚନ୍ଦ୍ର ବାବୁଙ୍କ ଗାମ୍ଭୀର୍ଯ୍ୟ ଭାବମୂର୍ତ୍ତୀ ଧିରେ ଧିରେ ସରଳ ଆଉ ତରଳ ହେବ ପତ୍ନୀଙ୍କର କପେ ଚା’ ଆଉ ମଧୁର ସମ୍ଭାଷଣରେ ସ୍କୁଲ ପଢୁଆ ତାଙ୍କର ଦୁଇ କୁନିପୁଅ ଠାକୁର ଘରେ ବସି ପ୍ରାର୍ଥନା କରିବେ, ବହିପତ୍ର ମେଲେଇ ପାଠ ପଢ଼ିବାକୁ ବସିବେ ଶ୍ରଦ୍ଧାଦେବୀଙ୍କ ଚାରିଜଣିଆ ସଦସ୍ୟ ବିଶିଷ୍ଟ ଏଇ ଛୋଟ ପରିବାରରେ ସାରାଦିନ ନିଃଶବ୍ଦ କୋଠରୀ ଗୁଡ଼ିକରେ ମୋବାଇଲ୍, କମ୍ପ୍ୟୁଟର, ଟେଲିଭିଜନ୍, ପାଠପଢ଼ା, ଗପସପ ଶବ୍ଦରେ ପୁରି ଉଠିବ କ୍ରମେ ରାତି ମାଡ଼ି ଆସିବ ଦୁଇ ପୁଅଙ୍କ କ୍ଲାନ୍ତ ଆଖିପତାରେ ଦୁଇପୁଅ ଶୋଇଗଲା ପରେ ଏକାନ୍ତରେ ବସି ଶ୍ରଦ୍ଧାଦେବୀ ନିଜ ପତିଦେବଙ୍କୁ ରହୀମର ସହସ୍ର ରାଣ ନିୟମକୁ ତୁଚ୍ଛ କରି ସେଇ ସତ୍ୟଟିକୁ ନିଜ ପତିଦେବଙ୍କ ନିକଟରେ ବଖାଣି ବସିବେ କି? ହଁ, ଅବଶ୍ୟ ନହେଲେ ସତ୍ୟବ୍ରତା ଶ୍ରଦ୍ଧାଦେବୀଙ୍କ ହାତରେ ହିଁ ମୃତ୍ୟୁ ହେବ ମାନବିକତାର
ରାମଚନ୍ଦ୍ର ମିଶ୍ର କୁଳୀନ ବ୍ରାହ୍ମଣ ପରିବାରର ସନ୍ତାନ ବୟସ ମାତ୍ର ପଇଁତିରିଶି ମାତ୍ର ବାଇଶି ବର୍ଷ ବୟସରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପର ହୋଇ ସାରା ରାଜ୍ୟପାଇଁ ସୁଖ୍ୟାତି ଆଣିଥିଲେ କହିବା ବାହୁଲ୍ୟ ରାମଚନ୍ଦ୍ର ବାବୁଙ୍କୁ ତାଙ୍କର ଉଚ୍ଚଶିକ୍ଷା ଓ ଉଚ୍ଚ ପଦବୀ ଅପେକ୍ଷା ତାଙ୍କର ପାରିବାରିକ ଆଭିଜାତ୍ୟ, ସଂସ୍କାର ଏବଂ ଉଚ୍ଚ ବ୍ୟକ୍ତିତ୍ବ ପାଇଁ ତାଙ୍କଠାରୁ ଦୁଇଗୁଣ ବୟସର ବ୍ୟକ୍ତିମଧ୍ୟ ଯଥେଷ୍ଟ ମର୍ଯ୍ୟାଦା ଦେଉଥିଲେ ତାଙ୍କର ଜେଜେବାପା ଥିଲେ ବିଶାଳ ବ୍ରାହ୍ମଣଶାସନର ପୁରୋଧା ତୀର ତଲୱାରଠାରୁ ମିଶ୍ରଙ୍କ ଗୋଟିଏ ଗୋଟିଏ ବାକ୍ୟ ବେଶୀ ଶାଣିତ ଥିଲା ଯେ କୌଣସି ସାମାଜିକ ସମସ୍ୟାର ସମାଧାନ ହେଉଥିଲା ରାମଚନ୍ଦ୍ର ବାବୁଙ୍କ ଜେଜେବାପାଙ୍କ ତଡ଼ିତ୍ ନିଷ୍ପତ୍ତି ଉପରେ ଉଚ୍ଚଶିକ୍ଷା ପରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେଲାପରେ ଏବଂ ରାମଚନ୍ଦ୍ର ସପରିବାର ସହରରେ ଅଧିଷ୍ଠିତ ହେଲାପରେ ମଧ୍ୟ ନିଜ ଜନ୍ମ ମୂଲକରେ ତାଙ୍କର ପାରିବାରିକ ସୁଖ୍ୟାତି ଅତୁଟ ଲୋକେ ଏବେ ବି କୁହାକୁହି ହୁଅନ୍ତି, “ଅଯୋଧ୍ୟା ନଥିଲେ ବି ଏବେ ବି ରାମଚନ୍ଦ୍ର ଅଛନ୍ତି”
ସହରରେ ରାମଚନ୍ଦ୍ରଙ୍କ ଦ୍ବିତଳବିଶିଷ୍ଟ ନାତିକ୍ଷୁଦ୍ର ସୁରମ୍ୟ କୋଠା ଉପର ମହଲା ନିର୍ମାଣ ହେବାପରେ ରାମଚନ୍ଦ୍ର ବାଉ ପରିବାର ଧରି ଉପର ମହଲାରେ ରହିବା ସହ ତଳ ମହଲାଟିକୁ ଗୋଟିଏ ସେଲ୍ଫ୍ ଫାଇନାନ୍ସ କମ୍ପାନୀକୁ ଭଡ଼ା ସୂତ୍ରରେ ଦେଇଥିଲେ ତଳ ମହଲାଟିକୁ ଭଡ଼ା ସୂତ୍ରରେ ଦେଇ ସାରିବା ପରେ ମଧ୍ୟ ପ୍ରାଚୀର ସଂଲଗ୍ନ ଗୋଟିଏ ଛୋଟିଆ ପ୍ରକୋଷ୍ଠ ବଳି ପଡ଼ିଥିଲା ଘର ତିଆରିବେଳେ ସେଇ ଛୋଟ ରୁମଟି ବାଲି, ସିମେଣ୍ଟ ଓ ଚିପ୍ସ ରଖିବାପାଇଁ ବ୍ୟବହୃତ ହେଉଥିଲା ସେଇ ଅବ୍ୟବହୃତ ଛୋଟ କୋଠରୀକୁ ମୋବାଇଲ୍ ଫୋନ ରିପାୟରିଂ ଦୋକାନଟିଏ କରିବାପାଇଁ ଭଡ଼ାରେ ନେଇଥିଲା ରହୀମ ନିଜ ଅନ୍ୟମନସ୍କତା ପାଇଁ ହେଉ ଅଥବା କାର୍ଯ୍ୟବ୍ୟସ୍ତତା ପାଇଁ ହେଉ, ରାମଚନ୍ଦ୍ରବାବୁ ରହୀମକୁ ଭଡ଼ା ସୂତ୍ରରେ ଦେବାପରେ ମଧ୍ୟ ନିଜକୁ ହଠାତ ବୁଝାଇ ପାରିନଥିଲେ ବିଶେଷ କରି ପ୍ରତିଦିନ ଅଫିସକୁ ବାହାରିଗଲା ବେଳେ ରହୀମର ମୋବାଇଲ୍ ରିପାୟରିଂ ଦୋକାନରୁ ମୃଦୁସ୍ବରରେ ବାଜୁଥିବା ମହମ୍ମଦିୟାନ୍ ପ୍ରେୟାର୍ ଆଉ ନିର୍ଦ୍ଦିଷ୍ଟ ଅଗରବତୀର ବାସ୍ନା ତାଙ୍କ କୁଳୀନ ଚେତନାରେ ନେସି ହୋଇ ଅସହ୍ୟ ବିରକ୍ତ ସୃଷ୍ଟି କରୁଥିଲା ହେଲେ ହଜାରେ ପ୍ରଶାସନିକ ଦାୟିତ୍ବ ମୁଣ୍ଡାଇ ନେଇ ଅଫିସରେ ପହଞ୍ଚିଲା ପରେ ଏ କଥାଟିକୁ ହୁଏତ ରାମଚନ୍ଦ୍ର ବାବୁ ଆଉ ଅଧିକ ଗୁରୁତ୍ବ ଦେଉନଥିଲେ ଅଥବା ଫାଙ୍କା ସମୟ ଦେଖି ରହୀମକୁ ସେଠାରୁ ଉଠାଇ ଦେବାର ସାମାନ୍ୟ କାର୍ଯ୍ୟଟିକୁ ସମାପନ କରିବାକୁ ସେ ନିଜ ଖିଆଲ ପଣରେ ପାଶୋରି ପକାଉଥିଲେ
ଶେଖ୍ ରହୀମ ବୟସ ହୋଇପାରେ ତିରିଶି ହେଲେ ତା’ର କୃଷ୍ଣକାୟ ଶରୀରକୁ ଦେଖି ଯେ କେହି ବ୍ୟକ୍ତି କହିବ ରହୀମକୁ ଅତି ବେଶୀରେ କୋଡ଼ିଏ ହେବ ରହୀମ ପିଲାଟି ଦିନରୁ ପିତୃମାତୃହୀନ ନିଜ ବଡ଼ ଭଉଣୀଘରେ ସେ ବିତାଇଛି ନିଜ ଶୈଶବ ଓ କୈଶୋର ଦିନେ ଦୂରାରୋଗ୍ୟ ବ୍ୟାଧିରେ ବଡ଼ ଭଉଣୀ ଆରପାରିକୁ ଚାଲିଗଲାପରେ ଭଗ୍ନୀପତି ଆଉ ଗୋଟିଏ ଝିଅ ସହ ନିକାହ୍ କରିନେଲେ ଆଉ ସେ ପରିବାରରୁ ବାହାରି ଆସିଥିଲା ଏଇ ଖର୍ବକାୟ ଚେହେରାବିଶିଷ୍ଟ ରିମ୍ ତା’ ଜୀବନରେ କେଉଁ ଝିଅର ହାତ ଧରିପାରିବ, ଏ ଆତ୍ମବିଶ୍ବାସ ଠୁଳ ନ କରିପାରିବା ପରେ ଏବେ ତା’ର ଘର, ସଂସାର, ପରିବାର ଓ ଜୀବିକା କହିଲେ ଏଇ ଦୋକାନ ସକାଳ ଆଠଟାରୁ ରାତି ନଅଟା ପର୍ଯ୍ୟନ୍ତ ଦୋକାନରେ ବସିବାପରେ ସେ ଯାଇ ଶୋଇପଡ଼େ ସହରର ଶେଷ ମୁଣ୍ଡରେ ଥିବା ଏକ ମସଜିଦରେ
ରହୀମର ସେଠାରେ ଉପସ୍ଥିତି ବା କୌଣସି ଆଚରଣ ରାମଚନ୍ଦ୍ର ବାବୁ ବା ତାଙ୍କ ପରିବାର ପାଇଁ ଅଶ୍ବସ୍ତିକର ନଥିଲା ରାମଚନ୍ଦ୍ର ବାବୁଙ୍କ ଦୁଇ ପୁଅ ପ୍ରଥମେ ରହୀମକୁ ଚାଚା ଡାକୁଥିଲେ ମାତ୍ର ରାମଚନ୍ଦ୍ର ବାବୁଙ୍କର ଗୋଟିଏ ତାଗିଦରେ ତାହା ରହୀମ କାକାକୁ ପରିବର୍ତ୍ତିତ ହୋଇଥିଲା ହେଲେ ପତ୍ନୀ ଶ୍ରଦ୍ଧାଦେବୀଙ୍କୁ ରହୀମ ଅପ୍ପି ଜାନ୍ ଡାକ ତାଙ୍କର ମୃଦୁ ବିରକ୍ତି ପରେ ମଧ୍ୟ ପତ୍ନୀଙ୍କର ବହୁ ଅନୁରୋଧରେ ଅପାତତଃ ସ୍ବୀକୃତ ହୋଇଥିଲା ରହୀମର ବଡ଼ ଭଉଣୀ ମରିଗଲା ପରେ ସେ ପୁଣିଥରେ ବେଘର ହୋଇଛି ଆଉ ତା ବଡ଼ ଭଉଣୀ ପାଖରୁ ପିଲାଟି ଦିନରୁ ରହୀମ ପାଇ ଆସୁଥିବା ମାଆର ମମତା, ତା’ର ବଡ଼ ଭଉଣୀକୁ ଅପ୍ପି ଜାନ୍ ସଂବୋଧନ - ଏ ସବୁ ବୃତ୍ତାନ୍ତ ଦିନେ ଶ୍ରଦ୍ଧାଦେବୀ ରହୀମଠାରୁ ଶୁଣିବା ପରେ ନିଜ ଆଡୁ ତାକୁ ଅପ୍ପି ଜାନ୍ ଡାକିବାକୁ ପ୍ରସ୍ତାବ ଦେଇଥିଲେ ଏହା ରାମଚନ୍ଦ୍ର ବାବୁଙ୍କଠାରେ ଅଗ୍ରାହ୍ୟ ନ ହେଲେ ବି ସଂପୂର୍ଣ୍ଣ ନିରର୍ଥକ ଦିନେ ପତ୍ନୀଙ୍କୁ କହିଲେ, “ରହୀମ ତୁମକୁ କ’ଣ ଅପ୍ପି ଜାନ୍ ବୋଲି ଡାକୁଛି? ଅବଶ୍ୟ ଭଦ୍ର ଓ ନିରୀହ ପିଲାଟା! ତୁମେ ତାକୁ କେତେବେଳେ କହି ସେ ଡାକଟିକୁ ନାନୀ ବା ଦିଦିରେ ପରିଣତ କର ମୋତେ ପ୍ରଥମେ ପ୍ରଥମେ ସେ ସାର୍ ବୋଲି ଡାକୁଥିଲା ମୁଁ ତ ନିଜେ ତାକୁ ସାର ଡାକରୁ ନନା ଡାକରେ ଅଭ୍ୟସ୍ତ କରାଇଲି ଶ୍ରଦ୍ଧାଦେବୀ ରହୀମଠାରୁ ତାର ପରଲୋକଗତା ବଡ଼ ଭଉଣୀ ବାବଦରେ ବିଷଦ ଭାବରେ ଶୁଣିଥିଲେ ତାଙ୍କୁ ମଧ୍ୟ ସେ କୁଆଡ଼େ ଡାକୁଥିଲା ଅପ୍ପି ଜାନ ସଂସାର, ଖୋଦା ଓ ଈଶ୍ବର କହିଲେ ତା’ର ଅପ୍ପି ଜାନ ଥିଲା ତା’ପାଇଁ ସବୁକିଛି ରହୀମକୁ ବାପାର ସ୍ନେହ ଆଉ ମାଆର ମମତା ଯାଚି ଦେଉଥିବା ଏଇ ଅପ୍ପି ଜାନ ବି ଖୁଦାକା ପ୍ୟାରା ହୋଇଗଲା ପରେ ରହୀମ ମୁହଁରେ ସେଇ ଅପ୍ପି ଜାନ୍ ଡାକ ସଂରଚିତ ହୋଇଥିଲା ଶ୍ରଦ୍ଧାଦେବୀଙ୍କ ଉଦ୍ଦେଶ୍ୟରେ ତାହା ପୁଣି ତାଙ୍କରି ଇଚ୍ଛା ଓ ପ୍ରସ୍ତାବରେ ପିଲାଟି ଦିନରୁ ସବୁ ସଂପ୍ରଦାୟକୁ ସମାନ ଆଖିରେ ଦେଖି ଆସୁଥିବା ଶ୍ରଦ୍ଧାଦେବୀଙ୍କ ମାନବବାଦୀ ଚେତନାକୁ ପୂର୍ଣ୍ଣତା ଦେଇଥିଲା ଅତଏବ ବହୁ ଧୈର୍ଯ୍ୟର ସହ ସ୍ବାମୀଙ୍କୁ ଅନ୍ତତଃ ଏଇ ଡାକଟି ବନ୍ଦ ନ କରିବାକୁ ବୁଝାଇ ସଫଳ ହୋଇଥିଲେ ଏବଂ ଆତ୍ମ ପ୍ରସାଦ ଲାଭ କରିଥିଲେ
ରାତି ଦଶଟା ସେତେବେଳକୁ ଦୁଇପୁଅ ତାଙ୍କର ଶୋଇ ପଡ଼ିଲେଣି ରାତି ପାହିଲେ ସ୍ବାଧୀନତା ଦିବସ ବଡ଼ପୁଅର ବକ୍ତୃତା ପ୍ରତିଯୋଗୀତା ଓ ସାନ ପୁଅର ଦେଶାତ୍ମବୋଧକ ସଂଗୀତରେ ନୃତ୍ୟାଭିନୟ ଆଉ ଅଧଘଣ୍ଟା ପରେ ସ୍ବାମୀଙ୍କ ସହ ଡିନର୍ ପରେ ଦିବସଟିରେ ପୂର୍ଣ୍ଣଛେଦ ପଡ଼ିବ ସ୍ବାମୀ ରାମଚନ୍ଦ୍ର ନିଜ ଅଫିସିଆଲ ୱାର୍କିଂ କୋଠରୀରୁ ଶ୍ରଦ୍ଧାଦେବୀଙ୍କୁ ପାଖକୁ ଡାକିଲେ ବେଳେ ବେଳେ ସେ ଏମିତି ଡାକନ୍ତି କିଛି ଗୁରୁତ୍ବପୂର୍ଣ୍ଣ କଥା ଆଲୋଚନା ତାଙ୍କର ଡ୍ରଇଁ ରୁମରେ ବା ବେଡ଼ ରୁମରେ ନ ହୋଇ ସଂପାଦିତ ହୁଏ ଏଇ ପ୍ରକୋଷ୍ଠରେ
“ହଁ, ଗୋଟିଏ ଜରୂରୀ କଥା ଆଉ ଖୁସିର ଖବର ବି ଆଜି ଆଉଥରେ ମୁଁ ମୋର କିଡ଼ନୀର ଷ୍ଟାଟସ ଚେକ୍ ଅପ୍ କରାଇଲି ଏକ ପ୍ରକାର ନର୍ମାଲ ଏବେ ଡାକ୍ତରଙ୍କ ପରାମର୍ସ ଅନୁସାରେ ଟିକିଏ ସତର୍କ ହୋଇ ଚଳିଲେ ଆଉ କିଛି ଅସୁବିଧା ନାହିଁ ଯା ହେଉ ବହୁତ ବଡ଼ ବିପଦଟିଏ ଟଳିଗଲା ମୁଁ ତ ପୁରା ନର୍ଭସ ଅବସ୍ଥାରେ ଥିଲି ମୋର ଗୋଟିଏ କିଡ଼ନୀ ନଷ୍ଟ ଆଉ ଅନ୍ୟଟି ଆଫେକ୍ଟେଡ୍ ହେବାର ରିପୋର୍ଟ୍ ପାଇ ମୁଁ ତୁମକୁ ବି ପ୍ରଥମେ ଘଟଣାଟି ଲୁଚେଇ ଥିଲି ତୁମେ କୁଆଡ଼େ ଭାଙ୍ଗିପଡ଼ିବ, ସେଇ ଭୟରେ ମୋ ଅଫିସିଆଲ ଭିତରେ କଥାଟିକୁ ସୀମିତ ରଖି ବିପୁଳ ଟଙ୍କା ବିନିମୟରେ ଗୋଟେ ସୁସ୍ଥ ମଣିଷର କିଡ଼ନୀ ଯୋଗାଡ଼ କରିବାକୁ ବହୁ ଚେଷ୍ଟା କରି ବିଫଳ ହେଉଥିଲା ବେଳେ ତୁମେ ଘଟଣାଟିକୁ କେଉଁ ସୂତ୍ରରୁ ଜାଣିପାରି ଏତେ ଏତେ ଜଲଦି ମୋ ପାଇଁ କିଡ଼ନୀ ଡୋନେଟ୍ କରିବାକୁ କାହାକୁ ରାଜି କରାଇଲ? ଇତି ମଧ୍ୟରେ ତିନିମାସ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ସେ ଲୋକଟିକୁ ମୋ ଠାରୁ ଅଜ୍ଞାତ କରି ରଖିଛ କାହିଁକି? ବିନା ମୂଲ୍ୟରେ ମୋତେ କିଡ଼ନୀ ଦାନ କରିଥିବା ଲୋକଟି ବାବଦରେ ଦୟାକରି ମୋତେ ଏବେ କୁହ ସେ ରହସ୍ୟ ଉପରୁ ଏବେ ତ ପର୍ଦ୍ଦା ଉଠାଅ ମୁଁ ଜାଣିଛି, କୌଣସି ଅର୍ଥ ବିନିମୟରେ ଆମେ ତା’ର ଋଣ ସୁଝିପାରିବା ନାହିଁ ହେଲେ ମୁଁ ଅତିକମରେ ନିଶ୍ଚିତ ହେବି ଯେ ମୋ ଜୀବନରେ ସେଇ ଦେବଦୂତ ଜଣକ କିଏ? ପ୍ଲିଜ୍ କୁହ ସେ କିଏ?”
ଏତକ କଥା କହିସାରି କୋଠରୀ ଭିତରେ ରାମଚନ୍ଦ୍ର ନିଜ ମୃଦୁ ପଦଚାଳନା ବନ୍ଦକଲେ ଓ ହ୍ବିଲ ଚେୟାରଟିକୁ ଟାଣି ନେଇ ପତ୍ନୀଙ୍କ ପାହରେ ବସିଲେ ଗୋଟିଏ ବାଧ୍ୟ ଶିଶୁପରି ରୋଗ କିପରି ଗୋଟିଏ ସୁସ୍ଥସବଳ ଦୁର୍ମଦ ମଣିଷକୁ ହଠାତ୍ ଅସହାୟ କରିଦିଏ, ତାହା ସ୍ବଚକ୍ଷୁରେ ଦେଖିଥିଲେ ଶ୍ରଦ୍ଧାଦେବୀ ରୋଗ କାହାକୁ କେତେବେଳେ କେମିତି ବହୁ ସତର୍କତାର ସତ୍ତ୍ବେ ଗ୍ରାସ କରିବ, କିଛି କହି ହେବନାହିଁ ଶ୍ରଦ୍ଧାଦେବୀ ଆଉ କିଛି ଭୂମିକା ନ କରି ମୁହଁ ତଳକୁ କରି ଉଚ୍ଚାରଣ କଲେ, “ରହୀମ”
“ବାସ୍, ଆଉ କିଛି କହିବା ଆବଶ୍ୟକ ନାହିଁ ମୁଁ ସବୁ ବୁଝିପାରିଲି ହେଲେ ମୁଁ ଏବେ ବିଶ୍ବାସ କରି ପାରୁନି ରହୀମ ଗୋଟିଏ ମୁସଲମାନ ହୋଇ ବି ଅଙ୍ଗଦାନ କେମିତି କରିପାରିଲା?” ଏଇ ସବୁ କଥା କହିଲା ବେଳେ ରାମଚନ୍ଦ୍ର ବାବୁଙ୍କ କଣ୍ଠ ଥରିଉଠୁଥିଲା ଶ୍ରଦ୍ଧାଦେବୀ ସ୍ବାମୀଙ୍କ ଆଖିରେ ଦେଖି ପାରୁଥିଲେ ଢଳ ଢଳ ଅଶ୍ରୁ ତାହା କୃତଜ୍ଞତାର ନା ପଶ୍ଚାତାପର, ନିଜ ଉଚ୍ଚ ବ୍ୟକ୍ତିତ୍ବ ଭିତରେ ଛପି ରହିଥିବା ସେହି ଭୟଙ୍କର ଧର୍ମବିଦ୍ବେଷକୁ ସ୍ବାମୀ ଭିତରେ ଧିକ୍କାର କରୁଛନ୍ତି ନା ରହୀମର ସ୍ବେଚ୍ଛାକୃତ ଅଙ୍ଗଦାନ ତାଙ୍କ ଶିକ୍ଷା, ଦୀକ୍ଷା, ସଂସ୍କାର ଓ ବ୍ୟକ୍ତିତ୍ବରେ ମାନବିକତାର ନୂତନ ଅନୁଭୂତି ଆଣି ପାରିଛି ବୋଲି ଏ ଅଶ୍ରୁ ଏ ପ୍ରଶ୍ନ ପଚାରିବାକୁ ଶ୍ରଦ୍ଧାଦେବୀ ସାହସ କରି ପାରୁନଥିଲେ ବାଷ୍ପରୁଦ୍ଧ ଗଳା ଝାଡ଼ି ରାମଚନ୍ଦ୍ର ପଚାରିଲେ, “ରହୀମର ସ୍ବାସ୍ଥ୍ୟ ଏବେ କିପରି?” ଶ୍ରଦ୍ଧାଦେବୀ ସ୍ବାମୀଙ୍କୁ ଚାହିଁ କହିଲେ, “ସେ ବି ସୁସ୍ଥ ତା’ର ସବୁ ରିପୋର୍ଟ୍ ଦେଖିଥିଲି”
ପରଦିନ ସକାଳ ଆଜି ସ୍ବାଧୀନତା ଦିବସ ଦୁଇପୁଅଙ୍କୁ ସ୍କୁଲରେ ରାମଚନ୍ଦ୍ରବାବୁ ସେଦିନ ମୁଖ୍ୟ ଅତିଥି ପିଲାମାନଙ୍କ ସ୍କୁଲକୁ ପତ୍ନୀଙ୍କୁ ସାଥିରେ ନେଇ ବାହାରି ଯିବାକୁ ପ୍ରସ୍ତୁତ ହେଲାବେଳେ ରାମଚନ୍ଦ୍ର ବାବୁ ପତ୍ନୀଙ୍କୁ ପାଖକୁ ଡାକି କହିଲେ, “ରହୀମକୁ ବି କୁହ ତାକୁ ମଧ୍ୟ ଆମ ସହ କାର୍ଯ୍ୟକ୍ରମକୁ ଯିବାକୁ ସେ ଆଜି ଆମ ପରିବାର ସହ ସେଠିକି ଯିବ ନା କଣ କହୁଛ ରହୀମର ଅପ୍ପି ଜାନ?”
ସ୍ବାମୀଙ୍କର ଏତକ କଥାରେ ଶ୍ରଦ୍ଧା ଦେବୀଙ୍କ ମନେ ହେଲା ଆଜି ହିଁ ରାମରହୀମ ଏକାଠି ହେଲେ ଓ ଭାରତ ପୁଣିଥରେ ସତରେ ସ୍ବାଧୀନ ହେଲା
ମେଟ୍ରୋପଲିଟାନ୍ ହାଉସିଂ ବୋର୍ଡ଼ ସୋସାଇଟି
ସି-ଏ, ପ୍ଲଟ୍ ନଂ - ୯୪
କୋଲକାତା - ୭୦୦୧୦୫
Go Back to Previous Page
ସମ୍ପାଦକୀୟ, ଫେବୃଆରୀ ୨୦୧୮
ପ୍ରତିଷ୍ଠାତା - ସମ୍ପାଦକ
Read Article
ଚମ୍ପାନାନୀର ଝିଅ
ଭାଗିରଥୀ ଯାନି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ