ଆହ୍ବାନ ଇ-ପତ୍ରିକାର ଫେବୃଆରୀ ମାସର ସଂସ୍କରଣ ଉପସ୍ଥାପନ କରୁଥିବା ବେଳେ ମୁଁ ବର୍ଷ ୨୦୦୬ କଥା ଭୁଲି ପାରେନାହିଁ ସେହିବର୍ଷ ଫେବୃଆରୀ ଛଅ ତାରିଖ, ସରସ୍ବତୀ ପୂଜାରେ ହିଁ ଆହ୍ବାନର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା ଏବଂ ଏହା ବର୍ତ୍ତମାନ ସୁଦ୍ଧା ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆସୁଛି
ଚଳିତ ମାସରେ ସ୍ବାସ୍ଥ୍ୟ ଅବନତି ହେତୁ ପତ୍ରିକା ପ୍ରକାଶନରେ ବିଳମ୍ବ ହୋଇଥିବା ହେତୁ ମୁଁ କ୍ଷମାପ୍ରାର୍ଥୀ ଆସନ୍ତୁ ପତ୍ରିକାକୁ ଉନ୍ମୋଚନ କରି ପ୍ରକାଶିତ ବିଭିନ୍ନ ଲେଖା ସବୁକୁ ପଢ଼ିବା ପୂର୍ବରୁ ବିଗତ ଏକ ମାସରେ ଦେଶ ଦୁନିଆରେ ଘଟିଥିବା କିଛି ଘଟଣା ଉପରେ ଦୃଷ୍ଟିପାତ କରିବା ଯାହା ଜନମାନସରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା
ପାର୍ଲିଆମେଣ୍ଟରେ ରେଣୁକା ଚୌଧୁରୀଙ୍କ ହସ ଉପାଖ୍ୟାନ
ବିଗତ ସପ୍ତାହରେ ପାର୍ଲିଆମେଣ୍ଟରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଦେଉଥିବା ବେଳେ ବିରୋଧୀଦଳ ସଦସ୍ୟମାନେ ହଟଗୋଳ କରୁଥିବାର ଦେଖାଗଲା ଏହି ସମୟରେ ସଭାପତି ମଞ୍ଚାସୀନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାୟଡ଼ୁ ବାରମ୍ବାର କଂଗ୍ରେସ ସଦସ୍ୟ ମାନଙ୍କୁ ଭଦ୍ରୋଚିତ ବ୍ୟବହାର କରିବାପାଇଁ ନିବେଦନ କରୁଥିବାର ଦେଖାଗଲା କିନ୍ତୁ ଏହି ସମୟରେ ଏକ ଘଟଣା ଘଟିଲା ଯାହା ପରେ ହାସ୍ୟରୋଳରେ ପରିବର୍ତ୍ତିତ ହୋଇଥିଲେ ସୁଦ୍ଧା ଏହାକୁ ନେଇ ରାଜନୀତି ହେବା ଆରମ୍ଭ ହୋଇଗଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ସମୟରେ ଉଚ୍ଚ ସ୍ବରରେ ହସୁଥିବା କଂଗ୍ରେସ ସଦସ୍ୟା ରେଣୁକା ଚୌଧୁରୀଙ୍କୁ ସଭାପତି ବାରମ୍ବାର ତାଗିଦ କରୁଥିବା ସତ୍ତ୍ବେ ସେ ହସ ବନ୍ଦ କରିନଥିଲେ, ଏବଂ ପରେ ପ୍ରଧାନମନ୍ତ୍ରୀ ହାସ୍ୟଛଳରେ କହିଲେ, ମହାଶୟ ତାଙ୍କୁ ହସିବାକୁ ଦିଆଯାଉ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପରେ ଏମିତି ହସ ସେ ଅନେକ ବର୍ଷପରେ ଶୁଣିବାକୁ ପାଉଛନ୍ତି ଏହାକୁ ନେଇ ସମୁଦାୟ ସଂସଦରେ ହାସ୍ୟରୋଳର ବାତାବରଣ ସୃଷ୍ଟି ହୋଇଥିଲା ସୂଚନାଯୋଗ୍ୟ ଯେ ରାମାୟଣ ଧାରାବାହିକର ଏକ ପ୍ରମୁଖ ଚରିତ୍ର ସୂର୍ପଣଖା ଏହିପରି ହସୁଥିବାର ଭିଡ଼ିଓ ତୁରନ୍ତ ସୋସିଆଲ୍ ମିଡ଼ିଆରେ ପ୍ରଚାର ହେବାରେ ଲାଗିଲା କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଜନୈକା ମହିଳା ସଦସ୍ୟାଙ୍କୁ ଅପମାନିତ କରିଲା କହି ବିରୋଧୀମାନେ ହଟଗୋଳ କରିଥିଲେ ଏହାକୁ ନେଇ ବିଜେପି ତରଫରୁ କୈଫିୟତ ଦିଆଯାଇଥିଲା ଯେ ପ୍ରଧାନମନ୍ତ୍ରୀ କେବଳ ରାମାୟଣ କଥା କହିଥିଲେ, ସଦସ୍ୟା ଯଦି ନିଜକୁ ସୂର୍ପଣଖା ବୋଲି ମନେ କଲେ ସେଥିରେ ଦୋଷ କାହାର?
ସାଧାରଣତନ୍ତ୍ର ଦିବସରେ ଭାରତର ଶକ୍ତି ପ୍ରଦର୍ଶନରେ ବିଚଳିତ ପାକିସ୍ଥାନ
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବରେ ଯୋଗ ଦେଇଥିବା ଦକ୍ଷିଣପୂର୍ବ ଏସିଆର ଦଶଟି ପ୍ରମୁଖ ଦେଶର ରାଷ୍ଟ୍ରପ୍ରମୁଖ ମାନଙ୍କ ଉପସ୍ଥିତି ସମାରୋହକୁ ଯେତିକି ଭବ୍ୟ କରିନଥିଲା ଏହାକୁ ନେଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନରେ ହୋଇଥିବା ଆଲୋଚନା ଅତ୍ୟନ୍ତ ଆମୋଦକର ହୋଇଥିଲା ଭାରତର ଶକ୍ତି ପ୍ରଦର୍ଶନରେ ବିଚଳିତ ପାକିସ୍ତାନର ଗଣମାଧ୍ୟମ ପ୍ରକାଶ୍ୟରେ ସୂଚେଇ ଦେଇଥିଲେ ଯେ ଭାରତ ସହ କୌଣସି ଭାବରେ ଯୁଦ୍ଧରେ ପାକିସ୍ଥାନ ଜିତିବା ଅବସ୍ଥାରେ ନାହିଁ ଏବଂ ଯେଉଁଭାଳି ଭାବରେ ଭାରତ ସମୁଦାୟ ଦକ୍ଷିଣ ଏସିଆର ରାଷ୍ଟ୍ରମୁଖ୍ୟଙ୍କୁ ନେଇ ନିଜ ଭୂମିରେ ଏକତ୍ରିତ କରିପାରିଛି, ଯଦି ଯୁଦ୍ଧ ହୁଏ ପାକିସ୍ଥାନ ସପକ୍ଷରେ କେହି ବି ଠିଆ ହେବେ ନାହିଁ ବୋଲି ମତ ପ୍ରକାଶ ପାଇଛି
ଭାରତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରାଧାନ୍ୟ ଆନ୍ତର୍ଜାତିକ ସମାରୋହରେ ଯେଉଁଭଳି ଭାବରେ ବୃଦ୍ଧି ପାଇବାରେ ଲାଗିଛି, ଯଦି ପାକିସ୍ଥାନ କୌଣସି ପ୍ରକାର ଅନ୍ତରାଷ୍ଟ୍ରୀୟ ନୀତିରେ ପରିବର୍ତ୍ତନ ନ ଆଣେ ତ ଦେଶ ଦିନେ ନା ଦିନେ ବିକ୍ରୀ ହୋଇଯିବ ବୋଲି ପାକିସ୍ତାନର ଜନୈକ ପ୍ରତିଷ୍ଠିତ ସମ୍ପାଦକ ମତ ଦେଇଛନ୍ତି ଅନ୍ୟପକ୍ଷରେ ଭାରତକୁ ଚିନ୍ତାରେ ରଖିବାପାଇଁ ବାରମ୍ବାର ସୀମାରେ ଉଲଂଘନ ପ୍ରକ୍ରିୟାକୁ ଜାରୀ ରଖିଥିବା ପାକିସ୍ତାନ ପାଇଁ ବର୍ତ୍ତମାନ ସର୍ଜିକାଲ୍ ଷ୍ଟ୍ରାଇକ୍ ଭଳି ଅଧିକ ଘଟଣା ଘଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ମତ ପ୍ରକାଶ ପାଉଛି
ପାଲେଷ୍ଟାଇନ୍ ଗସ୍ତରେ ଭାରତୀୟ ପ୍ରଧାନମନ୍ତ୍ରୀ
ବିଗତ ଦିନରେ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲର ରାଷ୍ଟ୍ରପ୍ରମୁଖଙ୍କ ସହ ମୋଦୀଙ୍କ ଭାବପୂର୍ଣ୍ଣ ବନ୍ଧୁତ୍ବକୁ ଦେଖି ଅନେକ ରାଜନୈତିକ ବୁଦ୍ଧିଜୀବି ଭାରତର ଇସ୍ରାଏଲ ସହ ବନ୍ଧୁତା ଅତୀତରେ ପାଲେଷ୍ଟାଇନ ପ୍ରତି ଥିବା ବନ୍ଧୁତାକୁ ତିକ୍ତତାରେ ପରିଣତ କରିପାରେ ବୋଲି ମତ ଦେଇଥିଲେ ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଚଳିତ ସପ୍ତାହରେ ପାଲେଷ୍ଟାଇନ ଭ୍ରମଣ ଯାଇଛନ୍ତି ବିଶେଷ ସୂଚନାରେ ଜଣାଇ ଦେବାକୁ ଉଚିତ ମନେ କରୁଛି ଯେ ଏହି ଭ୍ରମଣ କାଳରେ ଶ୍ରୀ ମୋଦୀ ଜୋର୍ଡ଼ାନ ଗସ୍ତ ସାରିଦେଇ ସେଠାରୁ ପାଲେଷ୍ଟାଇନ୍ ଯିବାପାଇଁ ଜୋର୍ଡ଼ାନର ବାୟୁସେନାର ଜାହାଜ ବ୍ୟବହାର କରୁଥିବା ବେଳେ ଚିରଶତ୍ରୁ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ଅସ୍ତ୍ର ବିରତି ରଖି ପରସ୍ପର ସହ ମିତ୍ରଭଳି ବ୍ୟବହାର କରିଛନ୍ତି ଏବଂ ଇସ୍ରାଏଲର ବାୟୁସେନାର ଯାନ ପାଲେଷ୍ଟାଇନ୍ ବାୟୁସୀମାରେ ଅବାଧ ପ୍ରବେଶ କରିଛି ଏହା କେବଳ ଶ୍ରୀ ମୋଦୀଙ୍କ କୂଟନୀତି ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ବିଶ୍ବ ସମୁଦାୟ କହୁଛି
ପାଲେଷ୍ଟାଇନର ରମଲ୍ଲାଠାରେ ମାତ୍ର ତିନିଘଣ୍ଟାର ରହଣୀ ମଧ୍ୟରେ ଶ୍ରୀ ମୋଦୀ ପାଲେଷ୍ଟାଇନକୁ ସମ୍ପୂର୍ଣ୍ଣ ସ୍ବାଧୀନତା ମିଳିବା ସପକ୍ଷରେ ଯୁକ୍ତି ରଖିଥିଲେ
କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀ ଆକ୍ରମଣ
ବିଗତ କିଛିଦିନ ହେବ ପାକିସ୍ତାନ ଆନ୍ତର୍ଜାତିକ ସୀମାରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ବାରମ୍ବାର ଭାରତ ଉପରକୁ ଗୁଳି ଓ ମୋର୍ଟାର ମାଡ଼ ଜାରି ରଖିଛି ଏହାଫଳରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହେଉଥିବାର ଖବର ପ୍ରତିଦିନ ଖବରକାଗଜରେ ବାହାରୁଛି ବିଗତ ସପ୍ତାହରେ କାଶ୍ମୀର ଉପତ୍ୟାକାରେ ହୋଇଥିବା ଆକ୍ରମଣରେ ସୁରକ୍ଷାବଳ ସୈନିକ ସମେତ ସାଧାରଣ ଜନତା ମଧ୍ୟ ପ୍ରାଣ ହରାଇବାର ଦେଖିବାକୁ ମିଳୁଛି ସୁଞ୍ଜୁୱାନ୍, କରନ ନଗର ଆଦି ଅଞ୍ଚଳ ମାନଙ୍କରେ ଆତଙ୍କବାଦୀଙ୍କ ଆକ୍ରମଣ ଦିନକୁ ଦିନ ପ୍ରବଳରୁ ପ୍ରବଳତର ହେବାରେ ଲାଗିଛି ରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ସବୁ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ଆନ୍ତର୍ଜାତିକ ସମୁଦାୟରେ ପାକିସ୍ତାନକୁ ଏକ ଘରକିଆ କରିଦେଇଥିବାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏହି ସବୁ ଗରିଲା ଯୁଦ୍ଧକୁ ପ୍ରୋତ୍ସାହନ ଦିଆଯାଉଛି ଅନେକ ମାସ ଧରି ଉପତ୍ୟାକାରେ ଶାନ୍ତି ବଜାୟ ରହିବାପରେ ପୁଣିଥରେ କାଶ୍ମୀର ଉପତ୍ୟାକାରେ ଅଶାନ୍ତିର ବାତାବରଣକୁ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ନିଯୁକ୍ତି ଦିଆଯାଇ ସେମାନଙ୍କ ଦ୍ବାରା ଏହି ସବୁ ଘଟଣାକୁ ରୂପ ଦିଆଯାଉଛି ଖୁବ୍ ଶୀଘ୍ର କୌଣସି ପ୍ରକାର ପଦକ୍ଷେପ ନ ନିଆଗଲେ ପୁଣିଥରେ ଭାରତର ଏହି ସ୍ବର୍ଗଭୂମି ପୁଣିଥରେ ନର୍କରେ ପରିଣତ ହୋଇଯିବ ବୋଲି ଆମେ ମନେକରୁ
ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ
ବାଲେଶ୍ବର ସହର ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆସିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜଣେ ମହିଳା ଅଣ୍ଟା ଫୋପାଡ଼ିବା ଖବର ବିଗତ ସପ୍ତାହରେ ସମସ୍ତ ଗଣମାଧ୍ୟମ ପ୍ରମୁଖତାର ସହ ପ୍ରସାର କରିଥିଲେ
ଏହି ଘଟଣା ପରେ ପରେ ଅଭିଯୁକ୍ତ ମହିଳାଙ୍କୁ ପୋଲିସ ଗିରଫ କରିନେଇଥିଲେ ମିଳିଥିବା ଖବର ଅନୁଯାୟୀ ମହିଳା ଜଣକ ଏକ ରାଜନୈତିକ ଦଳର ସଦସ୍ୟା ହୋଇଥିବା ବେଳେ ସେ କରିଥିବା ଏହି କାଣ୍ଡ ପରେ ପୋଲିସ ଆକ୍ରୋଶମୂଳକ ଭାବରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇଥିବା କଥା ସେ ବାରମ୍ବାର ଜଣାଇଥିଲେ ଅବଶ୍ୟ ସେ ଅଣ୍ଡା ମାଡ କରିବାପରେ ତାଙ୍କୁ ପୋଲିସ କର୍ମୀ ସୁରକ୍ଷିତ ଭାବରେ ଘଟଣାସ୍ଥଳରୁ ବାହାରକୁ ନେଉଥିବାର ଭିଜୁଆଲ୍ ଆମେ ଦେଖିବାକୁ ପାଇଥିଲୁ କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ଅନେକ ବ୍ୟକ୍ତିଙ୍କ ଆକ୍ରୋଶର ସେ ଶୀକାର ହୋଇଥିଲେ ଏବଂ ଯେଉଁଥିପାଇଁ ତାଙ୍କୁ ପରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ସୂଚନାଯୋଗ୍ୟ ଯେ ଅଣ୍ଡାମାଡ଼ କରିଥିବା ମହିଳାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୭ ଅନ୍ତର୍ଗତ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣର ଧାରାରେ ପୋଲିସ ମାମଲା ରୁଜୁ କରିଥିବା କଥା ଶୁଣାଯାଉଛି
ଓଡ଼ିଶାରେ ଅଣ୍ଡା ମାଡ଼ର ଘଟଣା ନୂଆ ନୁହେଁ ଏହାପୂର୍ବରୁ ଅନେକ ଥରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରାଜନୈତିକ ବ୍ୟକ୍ତି ଏବଂ ଶୋଭାଯାତ୍ରା ଉପରକୁ ଅଣ୍ଡାମାଡ କରାଯାଇଥିଲା ଏବଂ ଶାସକ ଦଳର ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନରେ ଏ ସବୁ ହୋଇଥିବା କଥା ସେ ସମୟରେ ଗଣମାଧ୍ୟମ ଜଣାଇଥିଲେ
ପାଣ୍ଡିଆନଙ୍କ ଘରେ ଗୋବର ମାଡ଼
ବିଗତ ଦିନରେ ଓଡ଼ିଶାରେ ରାଜନୈତିକ ବାତାବରଣ ଉଷ୍ମ ଥିବା ବେଳେ ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କ ନାମ କିନ୍ତୁ ଅଧିକ ଶୁଣିବାକୁ ମିଳିଥିଲା, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ ଅଧିକାରୀ ଶ୍ରୀ କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ ସେ ଓଡ଼ିଶାର ଅନେକ ଜିଲ୍ଲାର ଜିଲ୍ଲାପାଳ ଭାବରେ ରହି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାର ଉଦାହରଣ ରହିଛି କିନ୍ତୁ ସାଂପ୍ରତିକ ସମୟରେ ଅନେକ ରାଜନୈତିକ ବ୍ୟକ୍ତିଙ୍କ କୁଦୃଷ୍ଟିରେ ସେ ରହିଛନ୍ତି ଏହାର ପ୍ରମୁଖ କାରଣ ହେଲା ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ନିକଟତା ଶୁଣାଯାଉଛି ଯେ ନବୀନ ପଟ୍ଟନାୟକ ନେଇଥିବା ଅନେକ ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ପଛରେ ପାଣ୍ଡିଆନ୍ ବାବୁଙ୍କ ହାତ ରହିଛି ଏବଂ ସଚିବାଳୟର ତୃତୀୟ ମହଲାର ସମସ୍ତ ନିଷ୍ପତ୍ତି କାଳେ ସେ ଏକା ଏକା ନିଅନ୍ତି ତେଣୁ ବିଗତ ଦିନରେ ବିଜେଡିରୁ ବରଖାସ୍ତ ହୋଇଥିବା କିଛି ରାଜନେତା ତଥା ଅନେକ ଅସନ୍ତୁଷ୍ଟ ବାବୁଙ୍କ ଉପରେ ଅସନ୍ତୋଷ ଜଣାଇଛନ୍ତି
ବିଗତ ଦିନରେ କିଛି ବିଜେପି କର୍ମୀ ପାଣ୍ଡିଆନ୍ ବାବୁଙ୍କ ବାସଭବନ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ ସେତେବେଳେ ପାଣ୍ଡିଆନ୍ ବାବୁ ନିଜ ବାସ ଭବନରେ ନଥିଲେ ତଥାପି ରାଜନୈତିକ କର୍ମୀମାନେ ବାସଭବନ ହତାରେ ପ୍ରବେଶ କରି ସ୍ଲୋଗାନ୍ ଦେବାସହ ଧମକ ଓ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ଆସିଥିଲା ଆମେ ଦେଖୁଥିବା ଭିଜୁଆଲରେ ଅନ୍ତତଃ ଏହା ସବୁ ସତ୍ୟ ବୋଲି ଜଣାପଡୁଛି କିନ୍ତୁ ଜଣେ ସରକାରୀ କର୍ମଚାରୀଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ପ୍ରବେଶ କରି ତାଙ୍କ ପରିବାରକୁ ଧମକାଇବା କେତେଦୂର ଯୁକ୍ତିଯୁକ୍ତ?
ବୈଜୟନ୍ତ ଜୟପଣ୍ଡା ବିଜେଡ଼ିରୁ ବରଖାସ୍ତ
ଜାନୁଆରୀ ୨୪ ତାରିଖରେ ଏକ ଅପ୍ରତ୍ୟାଶିତ ଘୋଷଣାରେ ବିଜେଡ଼ି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଜନୈକ ପ୍ରମୁଖ ଦଳୀୟ ରାଜନେତା ଶ୍ରୀ ବୈଜୟନ୍ତ ଜୟ ପଣ୍ଡାଙ୍କୁ ଦଳବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟପଦରୁ ବରଖାସ୍ତ କରିଛନ୍ତି କୁନ୍ଦୁଲୀ ଘଟଣାରେ ବିରୋଧୀ ଦଳଙ୍କ ସମ୍ମୁଖୀନ ହେଉଥିବା ରାଜ୍ୟ ସରକାର ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହିଭଳି ପଦକ୍ଷେପ ନେଇଥିବା କଥା କୁହାଯାଉଛି ସେ ଯା ହେଉ ବେସରକାରୀ ସଂସ୍ଥା ଇମ୍ଫାର ଭାଇସ୍ ଚେୟାରମେନ୍ ଭାବରେ ଦରମା ଗ୍ରହଣ କରୁଥିବା କଥା ପ୍ରଘଟ ହେବାପରେ ପଣ୍ଡାଙ୍କୁ ଦଳରୁ ବରଖାସ୍ତ କରାଯାଇଥିବା କଥା ଶୁଣାଯାଉଛି
ସୂଚନାଯୋଗ୍ୟ ଯେ ଶ୍ରୀ ପଣ୍ଡା ବିଗତ ଦିନରେ ଦଳରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ରୋକଠୋକ ମନ୍ତବ୍ୟ ଦେଇ ଆସୁଥିବା ଦେଖିବାକୁ ମିଳୁଥିଲା ଏବଂ ନିଜର ଲୋକସଭା ମଣ୍ଡଳୀରେ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ଦ୍ବାହୀ ଦେଇ ସେ ରାଜ୍ୟରେ ଦଳର ପ୍ରମୁଖ ଚେହେରା ବୋଲି ମଧ୍ୟ ଅନେକ ମତ ଦେଇ ଆସୁଥିଲେ ବିଗତ କେଇ ମାସ ହେଲା ଉଡ଼ା ଖବର ଶୁଣାଯାଉଥିଲା ଯେ ଶ୍ରୀ ପଣ୍ଡା ବିଜେପିରେ ଯୋଗଦାନ ଦେଇ ପାରନ୍ତି ବିଗତ ବର୍ଷ ପଞ୍ଚାୟତ ନିର୍ବାଚନ ସମୟରେ ଶ୍ରୀ ପଣ୍ଡା ଅନେକ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ଏବଂ ସେ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରିନଥିଲେ ବୋଲି ଦଳ ପକ୍ଷରୁ କୁହାଯାଉଛି
ସୂଚନାଯୋଗ୍ୟ ଯେ ମଇ ୨୦୧୭ରେ ଦଳୀୟ ସହକର୍ମୀ ତଥାଗତ ଶତପଥୀଙ୍କ ସହ ଟ୍ବିଟରରେ ଶ୍ରୀ ପଣ୍ଡାଙ୍କ ମତଭେଦ ହୋଇଥିଲା, ଯେତେବେଳେ ଶ୍ରୀ ପଣ୍ଡାଙ୍କ କିଛି ଟ୍ବିଟ୍ ଦଳବିରୋଧୀ ଥିଲା ବୋଲି ଦାବୀ ହୋଇଥିଲା
ମହାଶ୍ବେତା ରାୟ ବିଜେପିରେ ଯୋଗଦେଲେ
ବିଗତ ଦିନର ଓଡ଼ିଆ ଚଳଚ୍ଚିତ୍ରର ପ୍ରମୁଖ ନାୟିକା ମହାଶ୍ବେତା ରାୟ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବିଗତ ଦିନରେ ଅନେକ ଓଡ଼ିଆ ଅଭିନେତା ରାଜନୀତିକୁ ଆପଣେଇବାରେ ପ୍ରାଥମିକତା ଦେଖାଇଛନ୍ତି ଏବଂ ସେମାନଙ୍କ ଭିତରେ ନିକଟ ଅତୀତରେ ବିଜେଡ଼ିରୁ ବିଜେପିକୁ ଯାଇଥିଲେ ଶ୍ରୀ ମିହିର ଦାଶ ତାଙ୍କ ପରେ ମହାଶ୍ବେତାଙ୍କ ଆଗମନ ରାଜ୍ୟରେ ବିଜେପିକୁ ଷ୍ଟାର ଶକ୍ତିରେ ସମୃଦ୍ଧ କରିବ ବୋଲି କୁହାଯାଉଛି ନିର୍ବାଚନ ରଣାଙ୍ଗନରେ ଏମାନେ କଣ ପ୍ରଦର୍ଶନ କରୁଛନ୍ତି ତାହା ତ ଦେଖିବାକୁ ରହିବ, ଅନ୍ତତଃ ଓଡ଼ିଶାବାସୀ ନିର୍ବାଚନ ସମୟରେ ଅଭିନେତା ମାନଙ୍କ ଦ୍ବାରା ଆମୋଦିତ ହେବେ ନିଶ୍ଚୟ
ଅଶୀ ଦଶକରେ ଓଡ଼ିଆ ଚଳଚ୍ଚିତ୍ରରେ ନିଜର ଯାଦୁକାରୀ ଅଭିନୟ ଦ୍ବାରା ସମସ୍ତ ଓଡ଼ିଆ ଚଳଚ୍ଚିତ୍ରଦର୍ଶକ ସମାଜକୁ ବାନ୍ଧି ରଖିଥିବା ମହାଶ୍ବେତା ଜଣେ ସୁଦକ୍ଷା ଅଭିନେତ୍ରୀ ଏଥିରେ ଦ୍ବିମତ ନାହିଁ ଏକ ସୁଦୃଢ଼ ଏବଂ ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବାକୁ ସେ ରାଜନୀତିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ମହାଶ୍ବେତାଙ୍କ ପୂର୍ବରୁ ମିହିର ଦାସ, ଶ୍ରୀତମ ଦାଶ, ଅନୁ ଚୌଧୁରୀ, ଅଜିତ ଦାସ, ହରିହର ମହାପାତ୍ର ଆଦି କଳାକାରମାନେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ଦେହାନ୍ତ
ଓଡ଼ିଶାର ବୟୋବୃଦ୍ଧା ଚଳଚ୍ଚିତ୍ର ଅଭିନେତ୍ରୀ, ପ୍ରଯୋଜିକା ଏବଂ ନିର୍ଦ୍ଦେଶିକା ପାର୍ବତୀ ଘୋଷଙ୍କ ଦୀର୍ଘ ସମୟଧରି ସ୍ବାସ୍ଥ୍ୟ ଦୁର୍ବଳତା ହେତୁ ୮୫ ବର୍ଷ ବୟସରେ ପରଲୋକ ହୋଇ ଯାଇଛି ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ଶ୍ରୀମତି ଘୋଷ ବିଗତ ଅନେକ ଦିନ ହେବ ଦୁର୍ବଳ ସ୍ବାସ୍ଥ୍ୟରେ ପୀଡ଼ିତା ଥିଲେ
୧୯୩୩ ମସିହାରେ କଟକରେ ମାନସିଂହପାଟଣାରେ ଜନ୍ମିତ ଚପଳା ନାୟକ, ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ଅଭିନେତ୍ରୀ ଥିଲେ ନିଜର ପ୍ରଥମ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥ’ରେ ସେ ଅଭିନୟ କରି ସମସ୍ତଙ୍କୁ ଆକୃଷ୍ଟ କରି ପାରିଥିଲେ ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦୃଷ୍ଟାନ୍ତମୂଳକ ସମ୍ମାନ ପାଇଥିଲେ ନିର୍ମାତା ନିର୍ଦ୍ଦେଶକ ଗୌରପ୍ରସାଦ ଘୋଷଙ୍କୁ ବିବାହ କରିବାପରେ ସେ ନିଜକୁ ପାର୍ବତୀ ଘୋଷ ବୋଲି ପରିଚୟ ଦେଇଥିଲେ
ଓଡ଼ିଆ ଚଳଚ୍ଚିତ୍ର ଲକ୍ଷ୍ମୀ, କା ଏବଂ ସ୍ତ୍ରୀ ପାଇଁ ତାଙ୍କୁ ସମ୍ମାନିତ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଥିଲା ଏହା ବ୍ୟତୀତ ସେ ଜୟଦେବ ପୁରସ୍କାର ଏବଂ ବାଇସ୍କୋପ ସମ୍ମାନ ମଧ୍ୟ ପାଇଥିଲେ
୧୯୮୬ ମସିହାରେ ପାର୍ବତୀ ଘୋଷ, ଫକୀର ମୋହନ ସେନାପତିଙ୍କ କାଳଜୟୀ ଉପନ୍ୟାସ ‘ଛଅମାଣ ଆଠଗୁଣ୍ଠ’କୁ ଆଧାର କରି ଏକ ଚଳଚ୍ଚିତ୍ର ନିର୍ମାଣ କରିବା ସହ ନିଜେ ସେଥିରେ ସାରିଆ ଭୂମିକାରେ ଅଭିନୟ କରିଥିଲେ
ରାଜଧାନୀ ଏକ୍ସପ୍ରେସ ଏବେ ସମ୍ବଲପୁର ଦେଇ ଯିବ
ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ଖବର, ଭୁବନେଶ୍ବରଠାରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନ ବର୍ତ୍ତମାନ ସମ୍ବଲପୁର ଦେଇ ଯିବାଆସିବା କରିବ ସପ୍ତାହରେ ଦିନଟିଏ ଏହି ଟ୍ରେନ୍ ଏହି ରୁଟରେ ଯାତ୍ରା କରିବ ଏହା ଦ୍ବାରା ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ନୂଆ ଦିଲ୍ଲୀ ଯିବାକୁ ହେଲେ ହେଉଥିବା ଅସୁବିଧା ଅନେକାଂଶରେ ଦୂର ହୋଇପାରିବ ଏହି ଟ୍ରେନ ୨୦୮୧୭/୨୦୮୧୮, ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍ ଭାୟା ସମ୍ବଲପୁର ସିଟି ଏବଂ ଝାରସୁଗୁଡ଼ା ଦେଇ ଗତି କରିବ ଏହା କଟକ, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ଚକ୍ରଧରପୁର, ଅନାରା, ଗୋମୋହ, କୋଡେର୍ମା, ଗୟା, ମୁଘଲସରାୟ ଏବଂ କାନପୁର ସେଣ୍ଟ୍ରାଲ ଷ୍ଟେସନ ଦେଇ ଗତି କରିବ
ଉତ୍ୟକ୍ତ ଜନତା ଥାନାରେ ନିଆଁ ଲଗାଇଲେ
ଜେଲରେ ବନ୍ଦ ଥିବା ଜନୈକ ଅଭିଯୁକ୍ତର ମୃତ୍ୟୁରେ ଉତ୍ୟକ୍ତ ଜନତାଙ୍କ ଲଙ୍କାକାଣ୍ଡ, ସମ୍ବଲପୁର ଅନ୍ତର୍ଗତ ଅଇଁଠାପାଲି ଥାନାକୁ କଲେ ଭସ୍ମିଭୂତ ଗୁରୁବାର ରାତିରୁ ଅଭିଯୁକ୍ତକୁ ଜେଲରେ ବନ୍ଦ କରି ରଖାଯାଇଥିଲା ଏବଂ ରାତିରେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା ମୃତ୍ୟୁର ପ୍ରାରମ୍ଭିକ କାରଣ ଜଣାପଡ଼ିନଥିଲେ ସୁଦ୍ଧା ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ ଥାନା ପରିସରକୁ ଘେରିଯାଇ ନିଆଁ ଲଗାଇ ଦେଇଥିଲେ
ଦେଶ ଦୁନିଆରେ ଅନେକ ଘଟଣା ଦୁର୍ଘଟଣାର ଲେଖାଯୋଖା ପୁଣିଥରେ ଆସିବ ଆସନ୍ତା ମାସର ଆହ୍ବାନ ଇ-ପତ୍ରିକାରେ ଆଗାମୀ କାଲି ଶିବରାତ୍ରୀ ଏବଂ ଏହି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଉଛି ଆଶା କରୁଛି ଆପଣଙ୍କ ଶିବରାତ୍ରୀ ଆହ୍ବାନ ସହିତ ଭଲରେ ବିତିବ
ଧନ୍ୟବାଦ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Go Back to Previous Page
ଆଶ୍ବସ୍ତ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ରାମରହୀମ
ଶୈବାଳିନୀ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ