ଅତୀତର ବାସ୍ତବତାକୁ ଆଜି ଯେତେବେଳେ ପ୍ରଶାନ୍ତ କିଛି କ୍ଷଣପାଇଁ ପଛକୁ ଦେଖି ଘେରାଏ ବୁଲି ଆସେ, ସବୁକିଛି ତା’ପାଇଁ ଗୋଟିଏ ସ୍ବପ୍ନପରି ମନେ ହୁଏ ଯେମିତି ସେ ସବୁ ଘଟଣା ତା’ଜୀବନରେ ଘଟିନାହିଁ, କେବଳ ଗୋଟିଏ ସ୍ବପ୍ନ
ପ୍ରଶାନ୍ତ... ହରି ବୁଢ଼ା ଆଉ ମା ବିମଳାର ଗୋଟିଏ ବୋଲି ପୁଅ ଭାରି ଗେହ୍ଲା ଯେତିକି ଗେହ୍ଲା ତା’ଠାରୁ ଅଧିକ ଦୁଷ୍ଟ ସମୟ ଥିଲା ପାଠ କଥା କହିଲେ ସେ ଅନେକ ବାହାନା କରି କୁଆଡ଼େ ଯେ ଦୌଡ଼ିକି ପଳାଇଥିଲା ବାପାମା ସବୁବେଳେ ଖୋଜି ଖୋଜି ନୟାନ୍ତ ଯେମିତି ପାଠ ହେଉଛି ଗୋଟିଏ ରାକ୍ଷସ ଏବଂ ସେ ତାକୁ ମାରି ଖାଇବା ପାଇଁ ଗୋଡ଼ାଇ ଆସୁଛି କେତେବେଳେ ଆଲମିରା ପଛରେ ଲୁଚିଥିବ ତ କେବେ ଟେବୁଲ ତଳେ ପାଠରେ ତା’ର ମନ ଜମା ଲାଗେନି କିନ୍ତୁ ଖେଳରେ ଖେଳରେ ନିଜ ସାଙ୍ଗ ଗହଣରେ କୁହେ ଯେ ସେ ବଡ଼ ମଣିଷ ହେବ, କଟକ ଯିବ, ସେଇଠି ରହିବ
ଯେମିତି ସେମିତି ପ୍ରଶାନ୍ତ ବି.ଏ. ପାସ କରିବାପରେ ବାପା ତାକୁ ପାଖ ସହର ଫୁଲବାଣୀର ଏକ ଲୁଗା ଦୋକାନରେ କାମ ଯୋଗାଡ଼ କରିଦେଲେ ବାପା ମନ ପରା... ପୁଅ ଦି ପଇସା ରୋଜଗାର କରିବ, ଘର କାମରେ ସାହାଯ୍ୟ ମିଳିଜିବ କିନ୍ତୁ ତା’ ମନ ଲୁଗା ଦୋକାନରେ ରହି କାମ କରିବାକୁ ଜମା ନଥାଏ ଅନିଚ୍ଛା ସତ୍ତ୍ବେ କାମକୁ ଯାଏ ସିନା ସବୁବେଳେ ସ୍ବପ୍ନ ଦେଖେ ଯେ ସେ କଟକ ଯିବ, ସେଇଠି ରହିବ ପିଲାବେଳର କଟକ ଯିବାର ସ୍ବପ୍ନ ଏବେ ଯାଏଁ ତା ମନରେ ଜୀବନ୍ତ ଭାବରେ ବସା ବାନ୍ଧି ରହିଛି ବାପା ମା’ଙ୍କୁ କେତେଥର କହିଛି ସେ କଟକ ଯିବ ବୋଲି କିନ୍ତୁ ଗୋଟିଏ ବୋଲି ପୁଅକୁ ସେମାନେ ବାହାରେ ଛାଡ଼ିବାକୁ ନାରାଜ ତେଣୁ ଘରେ କାହାକୁ କିଛି ନ କହି ଫୁଲବାଣୀରୁ ସିଧା କଟକ ଚାଲିଆସେ ପ୍ରଶାନ୍ତ ସେ ଭାରି ଖୁସିଥାଏ ବସରୁ ଓହ୍ଲାଇ ପ୍ରସନ୍ନ ଚିତ୍ତରେ କଟକ ସହରକୁ ଆପଣାର କରିବାକୁ ଭାବିବା ବେଳକୁ, କଟକର ଚଳଚଞ୍ଚଳତା ପ୍ରଶାନ୍ତକୁ ଅବାକ୍ କରିଦିଏ ଯେମିତି କଟକ ସହର ପ୍ରତି ଅଟ୍ଟାଳିକା, ରାସ୍ତାଘାଟ, ଶହ ଶହ ଯୁଗଳ ଆଖି ତାକୁ ଭିନ୍ନ ଏକ ଅଚିହ୍ନା ନଜରରେ ଦେଖି ଚାଲିଛନ୍ତି ଯେମିତି ସେ ହେଉଛି ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏକ ଦୁର୍ଦ୍ଦାନ୍ତ ଅପରାଧୀ ନିଜକୁ ପ୍ରକୃତିସ୍ଥ କରି ବ୍ୟାଗ ଭିତରୁ ପାଣି ବୋତଲଟା ବାହାର କରି ପିଇବାକୁ ଭାବିବା ବେଳକୁ ଗୋଟିଏ ବ୍ୟାଗ ତା ହାତରେ ନାହିଁ ତା’ର ମନେ ପଡ଼ିଯାଏ ଯେ ସାଥିରେ ଆଣିଥିବା ଦୁଇଟି ବ୍ୟାଗ ଭିତରୁ ଗୋଟିଏ ବ୍ୟାଗକୁ ବୋଧହୁଏ ସେ ବସରେ ହିଁ ଛାଡ଼ି ଦେଇଛି ସଙ୍ଗେ ସଙ୍ଗେ ପ୍ରଶାନ୍ତର ଆଖି ସେଇ ବସକୁ ଖୁବ୍ ବ୍ୟସ୍ତତାର ସହ ଖୋଜିବାକୁ ଲାଗେ ହେଲେ କଣ ହେବ ସେଇ ବସ ବି କେଉଁ ଏକ ଅଜଣା ଅଚିହ୍ନା ପଥରେ ନିଜର ଯାତ୍ରା ଶେଷ କରିବାକୁ ଯାଇ ପ୍ରଶାନ୍ତପାଖରୁ ବହୁତ ଦୂରକୁ ଚାଲିଯାଇଛି ତା’ର ହୋସ ଉଡ଼ିଯାଏ ନିଜର ମୋବାଇଲ ଆଉ ଯାହାକିଛି ପଇସା ଥିଲା ସେ ସବୁ ହଜିଯାଇଥିବା ବ୍ୟାଗରେ ରହିଗଲା କଣ କରିବ କିଛି ଜାଣିପାରୁ ନଥାଏ
ସମୟ ଯେମିତି ଗଡ଼ି ଚାଲୁଥାଏ ପେଟରେ ଭୋକର ଜ୍ବାଳା ସେମିତି ବଢ଼ି ଚାଲିଥାଏ ପାଖରେ କାଣି କଉଡ଼ିଟିଏ ବି ନାଇଁ ଏତେ ବଡ଼ ସହରରେ କିଏ ତାର ପରିଚିତ ଅଛି ଯେ କାହାକୁ ଯାଇ ସାହାଯ୍ୟ ମାଗିବ ଧିରେ ଧିରେ ସଞ୍ଜ ହେବାକୁ ବସିଲାଣି ଆଖିରୁ ତା’ର ବହିଯାଉଛି ଅବାରିତ ଅଶ୍ରୁର ଧାରା ଅସହାୟତା ଓ ଏକୁଟିଆପଣରେ ସେ ଧିରେ ଧିରେ ଅସମ୍ଭବ ଭାବରେ ଛନ୍ଦି ହୋଇ ହୋଇ ଯାଉଥାଏ ତାକୁ ଲାଗୁଥାଏ ଯେମିତି ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯିବ ଠିକ୍ ଏତିକି ବେଳେ ହଠାତ୍ ପଛରୁ ଶୁଭିଲା, ପ୍ରଶାନ୍ତ... ଏ ପ୍ରଶାନ୍ତ... ତୁ ଏଠି କଟକରେ? ବୁଡ଼ି ଯାଉଥିବା ଲୋକକୁ କୁଟାଖିଅଟିଏ ସାହାରା ହେଲାପରି ପାଖରେ ପହଞ୍ଚିଯାଇଥିଲା ପ୍ରଶାନ୍ତର ଦୂର ସମ୍ପର୍କୀୟ ଭାଇ ଜଣକ ନାଁ ତାଙ୍କର ଆନନ୍ଦ ବାବୁ ସେ କଟକରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି ପ୍ରଶାନ୍ତଠାରୁ ସମସ୍ତ ଘଟଣାକ୍ରମ ଶୁଣିବାପରେ ତାକୁ ନିଜ ରୁମକୁ ନେଇ ଯାଇଥିଲେ ସେ
ଏକ ବହି ଦୋକାନରେ ବାରଶହ ଟଙ୍କାରେ କାମଟିଏ ଯୋଗାଡ଼ କରିଦିଆଗଲା ପ୍ରଶାନ୍ତ ଖୁସିଥିଲା କଟକ ପରି ସହରରେ କର୍ମସଂସ୍ଥାନଟିଏ ହୋଇଗଲା ଏହାଠୁ ବଳି ବଡ଼ କଥା ଆଉ କଣ ହୋଇପାରେ ହେଲେ ବହି ପାଖରେ ହିଁ ରହିବାକୁ ପଡ଼ିଲା, କିନ୍ତୁ କଣ ବା କରାଯାଇପାରେ? ବଞ୍ଚିବାପାଇଁ ଅର୍ଥ ରୋଜଗାର କରିବାକୁ ପଡ଼ିବ ହିଁ ପଡ଼ିବ ପ୍ରତିଦିନ ସକାଳ ଆଠରୁ ଦୋକାନକୁ ବାହାରିଯାଏ ଯେ ଫେରିବା ବେଳକୁ ରାତି ଏଗାର ବାଜିଯାଏ କିଛି ଦିନର ରହଣୀ ପରେ ପ୍ରଶାନ୍ତକୁ ଲାଗେ ଯେମିତି କଟକ ସହରଟା ହେଉଛି ଏକ ବିନା ବ୍ରେକ୍ ଥିବା ଗାଡ଼ି ସତେ ଯେମିତି ପ୍ରତି ମୁହୂର୍ତ୍ତରେ ଦୌଡ଼ିବାରେ ବ୍ୟସ୍ତ କିଏ ଅର୍ଥ ପାଇଁ ତ କେହି ପ୍ରତିଯୋଗିତା ପାଇଁ ଧାଉଁଛନ୍ତି କେବଳ ଏମିତି ଦେଖୁ ଦେଖୁ ମାସେ ବିତିଗଲା ପାରିଶ୍ରମିକ ଭାବରେ ପାଇଲା ବାରଶହ ଟଙ୍କା ସତ ହେଲେ ସବୁ ଖର୍ଚ୍ଚବାର୍ଚ୍ଚ ଯିବାପରେ ହାତରେ ରହିଲା ଦୁଇଶହରୁ ବି ଅଳ୍ପ ଟଙ୍କା କଟକ ସହରରେ ଚଳିବା ଏତେ ସହଜ ନୁହେଁ ବୋଲି ସେ ଉପଲବ୍ଧି କରିଥିଲା ତଥାପି କଟକରେ ରହିବା ପାଇଁ ତା’ ମନରେ ଥିବା ଆଗ୍ରହକୁ ଧରି ସେ କଠିନ ପରିଶ୍ରମ କରିବାକୁ ପଛାଏ ନାହିଁ
ଦୋକାନକୁ ଯିବା ଆସିବାର ଅସୁବିଧା ଦେଖି ଆନନ୍ଦବାବୁ ଦାଣ୍ଡ ଦୁଆରେ ଥୁଆ ହୋଇଥିବା ନିଜର ଏକ ପୁରୁଣା ଗାଡ଼ିକୁ ପ୍ରଶାନ୍ତକୁ ବ୍ୟବହାର ପାଇଁ ଦେଇଥିଲେ ଏହା ଶୁଣି ପ୍ରଶାନ୍ତ ବହୁତ ଖୁସି ହୋଇଯାଇଥିଲା ଏବଂ ରାତିରେ ମନ ଖୁସିରେ ଖାଇପିଇ ଶୋଇପଡ଼ିଥିଲା ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ଯେମିତି ହେଲେ ଗାଡ଼ିକୁ ସଫା କରିବ ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡ଼ି ଉପରେ ପରସ୍ତେ ମଇଳା ଜମା ହୋଇଗଲାଣି ଅଗତ୍ୟା ସେ ପାଣି ବାଲତି ଧରି ଯାଇ ଗାଡ଼ି ଧୋଇବାରେ ଲାଗିଗଲା ଏହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ଲୋକ କିଛି ସମୟ ପାଇଁ ଅଟକି ଗଲା ଆଉ ପ୍ରଶାନ୍ତକୁ କହିଲା, “ଆଜ୍ଞା, କୋଡ଼ିଏଟା ଟଙ୍କା ଯଦି ଦେବେ ଗାଡ଼ିଟା ଧୋଇଦେବି!” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡ଼ି ଧୋଇଆସେ?” ସେ ମୁଣ୍ଡ ହଲାଇ ହଁ ବୋଲି କହିଲା ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡ଼ିଏ ଟଙ୍କାର କଥା ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ଶହ ଟଙ୍କା ଚାଲିଯିବ ସେ ରାଜି ହୋଇଗଲା ଲୋକଟିକୁ ବାଲଟି ଦେଉ ଦେଉ ପଚାରିଲା, “ତୁମ ନାଁ କଣ? କୋଉଠୁ ଆସିଚ?” ଗାଡ଼ି ଧୋଉ ଧୋଉ ଲୋକଟା ନିଜ ବିଷୟରେ ଯାହା ସବୁ କହିଲା ପ୍ରଶାନ୍ତର ଆଖି ଛଳ ଛଳ ହୋଇ ଉଠିଲା କାରଣ ସତେ ଯେମିତି ସେହି ଲୋକଟି ଭିତରେ ସେ ଆଉ ଏକ ପ୍ରଶାନ୍ତକୁ ଦେଖି ପାରୁଥିଲା; ଯିଏ କଟକ ସହରର ଚଳଚଞ୍ଚଳତା ଭିତରେ ଦୃଢ଼ତାର ସହିତ ସମସ୍ତଙ୍କର ସହ ଦୌଡ଼ରେ ସାମିଲ ହେବାପାଇଁ ନିଜକୁ ପ୍ରସ୍ତୁତ କରୁଥିଲା
ସେହି ଲୋକଟି ପାଇଁ କୋଡ଼ିଏ ଟଙ୍କା ବଦଳରେ ସ୍ବତଃ ପଚାଶ ଟଙ୍କା ପ୍ରଶାନ୍ତର ପକେଟରୁ ବାହାରି ଆସିଥିଲା ଲୋକଟି ଏତେ ଟଙ୍କା ନେବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପ୍ରଶାନ୍ତର ଅନୁରୋଧରେ ସେ ଖୁସିରେ ସେତକ ନେଇ ଚାଳିଗଲା କାହିଁକି କେଜାଣି ପ୍ରଶାନ୍ତର ଚେହେରା ସ୍ମିତ ହସ ସହ ଟିକିଏ ପୁରିଲା ପୁରିଲା ଲାଗୁଥାଏ ଯେମିତି ସେ ଲୋକଟି ସିନା ଚାଲିଯାଇଛି ହେଲେ ତା’ର ସ୍ମିତ ହସଟିଏ ପ୍ରଶାନ୍ତ ପାଖରେ ଛାଡ଼ିଦେଇ ଯାଇଛି ଆଉ ପ୍ରଶାନ୍ତ ଭିତରେ କିଛି କରିବାର ଆଗ୍ରହକୁ ଦ୍ବିଗୁଣିତ କରିଦେଇ ଯାଇଛି ଲାଗୁଥାଏ ଯେମିତି ପ୍ରଶାନ୍ତର କିଛି ସମୟ ପୂର୍ବର ଦୁନିଆ ଆଉ ଲୋକଟି ବିଦାୟ ନେବାପରର ଦୁନିଆରେ ବହୁତ ପରିବର୍ତ୍ତନ ହୋଇଯାଇଛି ପ୍ରଶାନ୍ତର ଗାଡ଼ି ମଧ୍ୟ ଆଖିକୁ ପାଇଲା ପରି ଚକ୍ ଚକ୍ କରୁଥାଏ ତା’ପରେ ସେ ମନ ଖୁସିରେ ଗାଡ଼ିଟି ଧରି ଦୋକାନ ଅଭିମୁଖେ ବାହାରି ପଡ଼ିଲା
ଦିନସାରା ଦୋକାନରେ ବସି ବସି ବିରକ୍ତ ହେଉ ହେଉ କେତେବେଳେ ସେ ବହିପ୍ରତି ଅନୁରକ୍ତ ହୋଇ ଯାଇଥିଲା ସେ ଜାଣିପାରିଲା ନାହିଁ ଅନେକ ସମୟରେ ଏକା ବସିଥିବା ବେଳେ ବିଭିନ୍ନ ପ୍ରକାରର ବହି ଖୋଲି ସେ ପଢ଼େ ମାଲିକଙ୍କ ଅନୁମତି ନେଇ ଅନେକ ବହି ସେ ଘରକୁ ନେଇ ପଢିବାରେ ଧ୍ୟାନ ଦିଏ
ସମୟ କ୍ରମେ ଆନନ୍ଦବାବୁ ଆଉ ଦୋକାନ ମାଲିକଙ୍କ ପ୍ରୋତ୍ସାହନରେ ପ୍ରଶାନ୍ତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରେ ଛାତ୍ରାବସ୍ଥାରେ ପୁସ୍ତକଠାରୁ ଦୂରରେ ରହିବା ହେତୁ ଅନେକ କିଛି ସେ ଜାଣିନଥାଏ ତେଣୁ ଅସଫଳ ହୁଏ ହେଲେ ବି ସେ ଦୁଃଖ କରେନି ପୁଣି ଚେଷ୍ଟା କରେ ଏବଂ ସଫଳ ହୁଏ କଟକ ସହରରେ ହିଁ ପ୍ରଶାସନିକ ସେବାଧିକାରୀ ଭାବରେ ଚାକିରୀ ଜୀବନ ଆରମ୍ଭ କରେ ଆନନ୍ଦବାବୁ, ବହି ଦୋକାନର ମାଲିକ ଆଉ ବିଶେଷ କରି ତା ଗାଡ଼ି ଧୋଇଥିବା ସେ ଲୋକର ମନୋବଳରୁ ସେ ଯେଉଁ ଆତ୍ମଶକ୍ତି ପାଇଥିଲା ତାହାକୁ ସେ ଆଦୌ ଭୁଲେନି
ଚାକିରୀ ପାଇବାପରେ ପୁଣିଥରେ ଗାଁକୁ ଫେରେ ସେ ପ୍ରଶାନ୍ତ ଯିବାପରେ ଘରର ଅବସ୍ଥା କଣ ହୋଇଥିବ ତାହା ସହଜରେ ଅନୁମେୟ ବାପା ତା’ର ଶଯ୍ୟାଶାୟୀ ହୋଇ ସାରିଥିଲେ କିନ୍ତୁ ପ୍ରଶାନ୍ତ ଫେରି ଆସିଛି ଶୁଣି ସତେ ଯେମିତି ତାଙ୍କ ପିଣ୍ଡରେ ପ୍ରାଣ ପୁନଃ ସଞ୍ଚରି ଉଠିଲା ଆଜୀବନ ଅସଫଳ ରହି ଆସିଥିବା ପ୍ରଶାନ୍ତର ସଫଳତା ସେମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଦେଇଛି ସେମାନେ ବିଶ୍ବାସ କରି ପାରୁନାହାନ୍ତି ଯେ ଯେଉଁ ପିଲା ଦିନେ ବହି ଦେଖିଲେ ଲୁଚୁଥିଲା ସେ ଆଜି ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ସତରେ ପ୍ରଶାନ୍ତ କରି ଦେଖାଇ ଦେଇଥିଲା ଯେ ଦୃଢ଼ ମନୋବଳ ଓ ଆତ୍ମବିଶ୍ବାସ ଥିଲେ ଦୁନିଆରେ କିଛି ବି ସମ୍ଭବ ହୋଇପାରେ
କଲାଡ଼ି, ଫୁଲବାଣୀ, କନ୍ଧମାଳ ଜିଲ୍ଲା
ଭ୍ରାମ୍ୟଭାଷ : ୯୪୩୯୫୪୨୫୨୧
Go Back to Previous Page
ନିୟତିର ଖେଳ
ସିପ୍ରା ନାମତା
Read Article
ଆଶ୍ବସ୍ତ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ