ପ୍ରଶାନ୍ତର ମନ ଆଦୌ ଭଲ ଲାଗୁନଥିଲା ପତ୍ନୀ ଦେଇଥିବା ଚାହା ଥଣ୍ଡା ହୋଇଗଲାଣି ଆସି ସକାଳର ଦୃଶ୍ୟ ମନରୁ ପାଶୋରି ହେଉନି
କେଇ ଦିନ ତଳର କଥା...
ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତି ନିଶ୍ଚୟ କରିଥିଲା ଯେ, ଆଜି ସେ ଯେମିତି ହେଲେ ଗାଡ଼ିକୁ ସଫା କରିବ ଦାଣ୍ଡ ଦୁଆରେ ଥୁଆ ହୋଇ ହୋଇ ଗାଡ଼ି ଉପରେ ମଇଳା ପରସ୍ତେ ପଡ଼ି ଯାଇଛି ଅଗତ୍ୟା ହାତରେ ସେ କନା ଆଉ ପାଣି ବାଲତି ଧରି ଯାଇ ଗାଡ଼ି ଧୋଇବାରେ ଲାଗିଗଲା ଏହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକିଗଲା ଆଉ ପ୍ରଶାନ୍ତକୁ କହିଲା, “ଆଜ୍ଞା, ଟଙ୍କା କୋଡ଼ିଏଟା ଯଦି ଦେବେ ମୁଁ ଧୋଇଦେବି” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡ଼ି ଧୋଇ ଆସେ?” ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା ମନେ ମନେ ପ୍ରଶାନ୍ତ ଭାବୁଥିଲା, ମାତ୍ର କୋଡ଼ିଏ ଟଙ୍କାର କଥା, ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ ଶହ ଟଙ୍କା ଚାଲିଯିବ ସେ ରାଜି ହୋଇଗଲା ଲୋକଟାକୁ ବାଲତି ଦେଉ ଦେଉ ପଚାରିଲା...
ତମ ଘର କେଉଁଠି?
ଗାଡ଼ିରେ ପାଣି ସହ ଓଦାକନା ବୁଲାଉ ବୁଲାଉ ଦୀର୍ଘଶ୍ବାସଟିଏ ଛାଡ଼ିଲା ଲୋକଟି
ପ୍ରଶାନ୍ତ ମନର କୌତୁହଳକୁ ଚପାଇ ନ ପାରି ପଚାରିଲା, ‘‘ମାତ୍ର କୋଡ଼ିଏ ଟଙ୍କା?”
ନିଜ କଥା ବର୍ଣ୍ଣନା କରିଥିଲା ଲୋକଟା
ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ, ଦୁଇଜଣ ପ୍ରତିବେଶୀ ପରିବାରଙ୍କ ସହିତ ମିଶି ଦୀପୁର ପରିବାର ନଦିଆ ନଗରୀ, କଲିକତା ବୁଲି ଯାଇଥିଲେ କଲିକତାର ଆଲିପୁର୍ ଜୁକୁ ଯିବାପାଇଁ ଆଲିପୁରରୋଡ଼ ଷ୍ଟପେଜରେ ଓହ୍ଲାଇବାର ଥିଲା ତାକୁ ଓହ୍ଲାଇବାକୁ କହି ଅନ୍ୟମାନେ ଜଣଜଣ କରି ଓହ୍ଲାଇ ଯାଇଥିଲେ ସେତେବେଳେ ସେ ବସର ଝରକା ଦେଇ ବିଶାଳ ପ୍ରାସାଦ ଗୁଡ଼ିକର ମହଲା ସଂଖ୍ୟା ଗଣୁଥିଲା ୩/୪ଟି ଷ୍ଟପେଜ୍ ଅତିକ୍ରମ କଲାପରେ ସେ ଅନୁଭବ କଲା ଯେ, ବସ ଭିତରେ ସେ ଏକା ଅଛି ସେତେବେଳେ ସେ ବିକଳ ହୋଇ ବସକୁ କୌଣସି ପ୍ରକାରେ ଅଟକାଇ ଓହ୍ଲାଇଲା ସେ ବଙ୍ଗଳା ଭାଷା ଯୋଗୁଁ ନିଜ କଥାକୁ ଠିକ୍ ଭାବେ ବୁଝାଇବା ଓ ଅନ୍ୟମାନଙ୍କ କଥା ବୁଝିବାରେ ଭୀଷଣ ଅସୁବିଧା ହେଉଥାଏ କାହାକୁ ଦେଖିବାକୁ ନ ପାଇ ହତାଶ ହୋଇ ପ୍ରାଣମୂର୍ଚ୍ଛା ପଛକୁ ପଛ ଦୌଡ଼ିବାକୁ ଲାଗିଥାଏ ସେ ଅଜଣା ଜାଗାରେ ହତାଶ ଭାବ ବଢ଼ି ଯାଉଥାଏ ଦୀପୁର ବିକଳ ହୋଇ ଚତୁର୍ଦ୍ଦିଗକୁ ଚାହିଁ ଖାଲି କାନ୍ଦୁଥାଏ ସେ ସେମିତି କାନ୍ଦୁ କାନ୍ଦୁ ଲୋକଙ୍କ ପାଖରେ ହାତ ପାତିଲା ପେଟ ଜ୍ବାଳାରେ କେତେଦିନ, ରାତି ଭୋକ ଉପାସରେ ବିତେଇଛି, କେତେ ରାତି ସେମିତି ପୁଙ୍ଗୁଳା ଜାଡ଼ରେ ରାସ୍ତା କଡ଼ କୁକୁର, ଷଣ୍ଢଙ୍କ ମେଳରେ ତ କେବେ ଅସହ୍ୟ ଶୀତରେ ଭିକାରୀଙ୍କ ଛିଣ୍ଡା କମ୍ବଳତଳେ ସେମାନେ ଶୋଇଗଲା ପରେ ତାଙ୍କ ସହ ରାତି ବିତିଛି ହିସାବ ରଖିନି
ହୋଟେଲରେ ଅଇଁଠା ବାସନ ମାଜିବାସହ ଏମିତି ଜୀବନରେ ଧିରେ ଧିରେ ଅଭ୍ୟସ୍ତ ହେବାକୁ ଲାଗିଲା ସେ କେବେ କେବେ ଓଡ଼ିଆ ଲୋକଙ୍କୁ ପାଇଲେ ତା କଥା ଶୁଣାଏ ଏମିତି ଦିନେ ନନ୍ଦିତା ଦେବୀ ବୋଲି ଜଣେ ସମାଜସେବିକା ଭଦ୍ର ମହିଳା ତା କଥାରେ ତରଳି ଯାଇ, ସେଠାରୁ ତାକୁ ଓଡ଼ିଶା ନେଇ ଆସିଲେ ଦୀପୁ ପରିବାରକୁ ଅନେକ ଖୋଜାଖୋଜି କରି ମଧ୍ୟ ସେ ଅସଫଳ ହେଲେ ସେତେବେଳେ ନିରାଶ ହୋଇ ନନ୍ଦିତା ଦେବୀଙ୍କ ଘରେ ରହିଗଲା ଦୀପୁ କିଛି ବର୍ଷପରେ ତାଙ୍କ ଦେହାନ୍ତ ହେବାପରେ ସେଠାରୁ ଚାଲିଆସିଲା ଦୀପୁ ଅତ୍ୟନ୍ତ ଦୁଃଖରେ ଯାଯାବର ପରି ହୋଇଗଲା ସେ ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳ ପରିବର୍ତ୍ତନ କରି ଅନୁଭବ ଅନୁଭୂତିକୁ ସାଉଁଟି ବୁଲିଲା
ରାସ୍ତା କଡ଼ରେ ଲୋକଟିଏ ପାଟି କରି କହୁଛି, “ଶୁଆ କହୁଛି ଭାଗ୍ୟଫଳ, ଆସନ୍ତୁ ଜାଣିବା ନିଜ ନିଜ ଭବିଷ୍ୟଫଳ” ଦୀପୁର ପାଦ ଅଟକି ଗଲା ନିଜ କଥାଟିକେ ଜାଣିବାକୁ ଚାହିଁବାରୁ ଭବିଷ୍ୟଫଳ କହିବା ପାଇଁ ୨୦ ଟଙ୍କା ଦର୍କାର ବୋଲି ଲୋକଟି କହିବାରୁ ସେ ନିରାଶ ହେଲା ପରଦିନ ସେଇ ସ୍ଥାନକୁ ଆସି ସେ ଶୁଆ ଓ ଲୋକଟିକୁ ନ ଦେଖି ହତାଶ ହେଲା ଅକାରଣେ ତା’ମନ ଖରାପ ହୋଇଗଲା ପିଲାଦିନର ସ୍ମୃତି ଝାପସା, ତା’ ମୁହଁ ସାମ୍ନାକୁ ଆସି ଆଖୋ ଦୁଇଟାକୁ ଭିଜେଇ ଦେଲା କିନ୍ତୁ ପ୍ରବଳ ଭୋକ ଅନୁଭବ କରିବାରୁ ରାସ୍ତା ସେପଟେ ଠେଲା ଗାଡ଼ିରୁ ବରା ଦୁଇଟା ଆଣି ଖାଇଲା ଖାଇ ସାରି କାଗଜଟି ଉପରେ ଆଖି ପଡ଼ିଲା ତା’ର ଏ ଯେ ତାଆରି ଫଟୋ ଆଶ୍ଚର୍ଯ୍ୟ ହୋଇ ପଢ଼ିବାକୁ ଚେଷ୍ଟା କଲା ‘ନିରୁଦ୍ଧିଷ୍ଟ ଦୀପେଶ କୁମାର’ ତେଲରେ ଛେବଲା ଦେଖା ଯାଉଥିବା କାଗଜ ଖଣ୍ଡକୁ ବାରମ୍ବାର ଏପଟ ସେପଟ କରି କିଛି ଜାଣି ନ ପାରିବାରୁ ସେ ଠେଲା ଗାଡ଼ି ପାଖକୁ ଦୌଡ଼ିଲା ମାତ୍ର ସେତେବେଳକୁ ଗାଡ଼ି ଚାଲିଯାଇଥିଲା କାଗଜ ଖଣ୍ଡକୁ ଭାଙ୍ଗି ଭୁଙ୍ଗି ଯତ୍ନରେ ରଖିଲା ଦୀପୁ ଆତ୍ମା ହାହାକାର କରି ଉଠୁଥିବା ବେଳେ ଆଖି ଦୁଇଟା ଲୁହରେ ଅନ୍ଧ ହୋଇଯାଇଥିଲା ତା’ର
ଇତି ମଧ୍ୟରେ ଆଠ ନଅ ବର୍ଷ ବିତିଯାଇଥାଏ ବାପାମାଆକୁ ଖୋଜିବା ପାଇଁ ରାଇଜସାରା ଯାଯାବର ହୋଇ ଘୁରିବୁଲୁଛି ସେ ସ୍ବଳ୍ପ ମୂଲ୍ୟରେ ମାତ୍ର କୋଡ଼ିଏ ଟଙ୍କାରେ ଘର ଘର ବୁଲି କାମ କରୁଛି କାଳେ କୋଉଠି ରକ୍ତ ସମ୍ପର୍କର ଭେଟା ଭେଟି ହୋଇଯିବ
ଦିନେ ଜଣଙ୍କ ଘରୁ କାମ କରି ଫେରୁଥାଏ କେନାଲ ରାସ୍ତାରେ ବେଳ ରତରତ ହଠାତ୍ କାନ୍ଦଣା ଶବ୍ଦ ଶୁଣି ଅଟକି ଗଲା ସେ ରାସ୍ତା ପାର୍ଶ୍ବ ଘଞ୍ଚ ବୁଦାମୂଳରୁ ଗୋଟିଏ ଶିଶୁକନ୍ୟାକୁ ଆବିଷ୍କାର କଲା ଦୀପୁ ବୟସ ଜାଣିପାରିଲାନି କଣ କରିବ ନ କରିବ ହୋଇ ଶେଷରେ ଅନାଥାଶ୍ରମ ଆଡକୁ ମୁହାଇଁଲା ସେ ଫାଟକ ପାଖରେ ବୃଦ୍ଧ ଜଣେ ତାକୁ ଦୀନ ଭାବରେ ୨୦ ଟଙ୍କା ମାଗିବାରୁ ତାକୁ ଦେବାକୁ ପଡ଼ିଲା ବୃଦ୍ଧଙ୍କୁ ଦେଖି ତା’ର ବାପା କଥା ମନେ ପଡ଼ିଗଲା, ଆଖି ଦୁଇଟା ଝାପସା ହୋଇଗଲା
ଶିଶୁକନ୍ୟାଟିକୁ ଅନାଥାଶ୍ରମ ଭିତରେ ଛାଡ଼ି ଆସିବା ବେଳକୁ ସେଇ ବୃଦ୍ଧଙ୍କୁ ଅଳ୍ପଦୂରରେ ଦୁର୍ଘଟନାର ଶୀକାର ହୋଇ ଚିତ୍କାର କରୁଥିବାର ଶୁଣିଲା ସେ ଅନ୍ୟମାନଙ୍କ ପରି ତାଙ୍କୁ ସେଇ ଅବସ୍ଥାରେ ଛାଡ଼ି ଚାଲିଯିବାପାଇଁ ନିଜ ବିବେକ ବାଧା ଦେଲା ରିକ୍ସାଟିଏ ୨୦ ଟଙ୍କାରେ ଡାକ୍ତରଖାନା ପାଖକୁ ନେଇଗଲା ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ସେ ଏକ ଅଜଣା ଖୁସି ଅନୁଭବ କରୁଥିଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବୃଦ୍ଧ ସାମାନ୍ୟ ସୁସ୍ଥ ହେବାପରେ ତା ଅନୁରୋଧରେ ନିଜ ଦୁର୍ଦ୍ଦଶାର କାରଣ କହିବାରୁ, ସେ ଯେ ତା’ର ବାପା, ଜନ୍ମଦାତା ସେ କଥା ଜାଣିଗଲା ଦୀପୁ
ଦୀର୍ଘ ୨୦ ବର୍ଷ ପରେ ଦୀପୁ ତା ବାପାଙ୍କୁ ଫେରି ପାଇଛି କିନ୍ତୁ ତାଙ୍କୁ ଦେବାପାଇଁ ଆଜି ତା ପାଖରେ କିଛି ନାହିଁ ସେ ହଜିଯିବାର ବର୍ଷେ ଭିତରେ ମାଆ ଇହଧାମ ତ୍ୟାଗକଲେ ବାପା ସାନପୁଅକୁ ନେଇ ଘର ଛାଡ଼ି ଚାଲିଗଲେ ରାଜ୍ୟ ବାହାରକୁ ମନ ଦୁଃଖ ଓ ଆତ୍ମଗ୍ଲାନିରେ ପୁଅ ଚାହିଁବାରୁ ବାପା ଫେରି ଆସିଲେ ନିଜ ଭିଟାମାଟିକୁ କିନ୍ତୁ ସେଇ ପୁଅ ତାଙ୍କୁ ଅନ୍ୟ ବୁଦ୍ଧିରେ ପଡ଼ି ହତାଦର କଲା ଆଜି ଯଦି ଦୀପୁ ଥାନ୍ତା ତାଙ୍କ ପାଖରେ, କେତେ ଖୁସିରେ ରହିଥାନ୍ତେ ସେ! ଏମିତି ବର୍ଣ୍ଣନା ଥିଲା ବାପାଙ୍କର
ଶେଷ ଦୁଇପଦ କଥାରେ ଦୀପୁର ଆଉ ସାହାସ ହେଲାନାହିଁ ନିଜର ପରିଚୟ ଦେବାକୁ ତା ତୁଣ୍ଡରୁ ବାହାରି ଆସୁ ଆସୁ ଅଟକିଗଲା, “ବାପା, ମୁଁ ତୁମର ସେଇ ହତଭାଗ୍ୟ ପୁଅ ଦୀପୁ....” ଯେଉଁ ଆତ୍ମସନ୍ତୋଷ ତାଙ୍କ ଭାବନାରେ ଅଛି ତାହା ସେମିତି ଥାଉ, ବାସ୍ତବକୁ ଆସି ଆହତ ନ ହେଉ କାହାଣୀ ଶେଷ ହେବା ବେଳକୁ ପ୍ରଶାନ୍ତର ଗାଡ଼ି ଆଇ ଦୀପୁ ଆଖି କୋଣରୁ ଝରି ଆସୁଥିବା ଲୁହ ବୁନ୍ଦା କେଇଟା ଖାଲି ଚିକ୍ ଚିକ୍ କରୁଥାନ୍ତି
ପ୍ରଶାନ୍ତ ସବୁ ଶୁଣି ଦୀପୁର ଅସହାର ଆଖି ଆଉ କ୍ଲାନ୍ତ ଅବସନ୍ନ ମନଟିକୁ ଚାହିଁ ବୁଝିବାକୁ ଚେଷ୍ଟା କରୁଥିଲା
କେତେବେଳେ ଚେତନା ଆସିଲା ଦୀପୁର ସମ୍ବୋଧନରେ, “ଆଜ୍ଞା, ଗାଡ଼ି ଧୁଆ ହୋଇଗଲା ମୁଁ ଯିବି...”
ପ୍ରଶାନ୍ତ ଘର ଭିତରକୁ ଯାଇ ହାତରେ ଶହେ ଟଙ୍କାର ନୋଟ ଖଣ୍ଡେ ଓ ତା ଅଫିସର ଭିଜିଟିଂ କାର୍ଡଟିଏ ଧରି ଆସିଲା ଓ କହିଲା, “ତୁମେ ଏଇ ଠିକଣାରେ ଦିନେ ଆସ ମୁଁ ଆମ ଅଫିସରଙ୍କୁ କହି ତୁମକୁ କିଛି କାମ ଦେବାର ଚେଷ୍ଟା କରିବି ଆଉ ନିଅ ଏ ଶହେ ଟଙ୍କା ରଖ”
ଦୀପୁ କୃତକୃତ୍ୟ ହୋଇ କହିଲା, “ନାଇଁ ଆଜ୍ଞା, ଖାଲି କୋଡ଼ିଏ ଟଙ୍କାରେ କଥା ହୋଇଥିଲା”
ପ୍ରଶାନ୍ତ କହିଲା, “ଏବେ ବାପା ମିଳିଗଲେ, ତେଣୁ ତୁମକୁ ତୁମର ମୂଲ୍ୟ ବଢ଼ାଇବାକୁ ପଡ଼ିବ ୨୦ ଟଙ୍କାର ମାୟାକୁ କାଟି ନିଜ ଭାଗ୍ୟ ଓ ଭବିଷ୍ୟତ ନିଜକୁ ଗଢ଼ିବାକୁ ପଡ଼ିବ”
ଦୀପୁର ଆଖି ଦୁଇଟି କୃତଜ୍ଞତାରେ ଛଳ ଛଳ ହୋଇଗଲା
ପ୍ରଶାନ୍ତର କମ୍ପାନୀରେ ନୂତନ ଶାଖା କାର୍ଯ୍ୟାଳୟରେ ଏକ ଫାଟକ ଜଗୁଆଳୀର ଆବଶ୍ୟକତା ଥିଲା ପ୍ରଶାନ୍ତ ଦୀପୁକୁ ସେଇ ଚାକିରୀରେ ନିଯୁକ୍ତ କରାଇଦେଲା ଯାଯାବର ପରି ବୁଲୁଥିବା ଦୀପୁ ବର୍ତ୍ତମାନ ମାସକୁ ଦୁଇ ହଜାର ଟଙ୍କା ଦରମାରେ କମ୍ପାନୀ ପ୍ରଦତ୍ତ କଟେଜରେ ନିଜ ବାପା ଆଉ ଅନାଥାଶ୍ରମରେ ଦେଇଥିବା ଶିଶୁକନ୍ୟାକୁ ଆଣି ନିଜ ପାଖରେ ପିତାର ସ୍ନେହ ଦେଇ ରଖିଛି ଅବଶିଷ୍ଟ ଜୀବନ ସେମିତି ଅବିବାହିତ ରହିବାର ସଂକଳ୍ପ ନେଇ
ଆଜି ସକାଳେ ଦୀପୁ ରହୁଥିବା ଘରପାଖ ଛକ ଉପରେ ଏକ ଅଭାବନୀୟ କାଣ୍ଡରେ ସେ ଅଞ୍ଚଳରେ ଉତ୍ତେଜନା ଖେଳିଗଲା ଦୀପୁ ପାଳିଥିବା ଝିଅର ଚେହେରା ସହ ସାମଞ୍ଜସ୍ୟଥିବା ଅନ୍ୟ ଏକ ଝିଅର ଆତ୍ମୀୟ ଦୀପୁକୁ ପିଲାଚୋର କହି ନିସ୍ତୁକ ପିଟି କ୍ଷତାକ୍ତ କରି ଦେଉଥିବା ବେଳେ ଝିଅଟି ତା’ ଦରୋଟି ସ୍ବରରେ ବାବା ବାବା କହି କାନ୍ଦୁଥିଲା କୌଣସି କାମରେ ପ୍ରଶାନ୍ତ ସେଇ ରାସ୍ତା ଦେଇ ଫେରୁଥିଲା ଏ ଘଟନାରେ ସେ ସମ୍ପୂର୍ଣ୍ଣ ହତଚକିତ ରହିଗଲା ଦୀପୁ ଯେ ପିଲାଚୋର ନୁହେଁ, ପ୍ରମାଣ କରିବାରେ ବେଶ୍ କେଇ ଘଣ୍ଟା ଲାଗିଗଲା ପ୍ରଶାନ୍ତକୁ ଦୀପୁକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଛି ତା’ର କେଇପଦ ବାଷ୍ପକୁଳ କଥା ପ୍ରଶାନ୍ତର କର୍ଣ୍ଣଗହ୍ବରରେ ପ୍ରତିଧ୍ବନିତ ହେଉଛି ଏ ପର୍ଯ୍ୟନ୍ତ... “ଆଜି ୨୦ ତାରିଖ, ଯୋଉ ଦିନ ମୁଁ ହଜି ଯାଇଥିଲି, ବାପାଙ୍କୁ ପାଇଲି ୨୦ ବର୍ଷପରେ ଯେତେ ସବୁ ଘଟଣା, ଦୁର୍ଘଟଣା ମୋ ଜୀବନରେ ଏଇ ୨୦ ସଂଖ୍ୟାକୁ ନେଇ ନିୟତିର ଖେଳ ବଡ଼ ବିଚିତ୍ର ଓ ପରିହାସପୂର୍ଣ୍ଣ ମୋ ପାଇଁ ପ୍ରଶାନ୍ତ ବାବୁ ସେ ଭିତରେ ଆପଣଙ୍କୁ କିନ୍ତୁ ସେ ରଖିଛି ଏକ ଦେବଦୂତ ସଦୃଶ ବିଷଭାଣ୍ଡ ମଧ୍ୟରେ ଅମୃତ ବିନ୍ଦୁଟିଏ ଆପଣ ମୋ ପାଇଁ”
ଶାନ୍ତି ଆସି ହଲାଇ ଦେଇ କହିଲା ପ୍ରଶାନ୍ତକୁ....
“କଣ ଏତେ ଭାବୁଛ, ସେତେବେଳୁ... ଚାହାପରା ଥଣ୍ଡା ହେଲାଣି, ଦୁଇ ଦୁଇଥର ହେଇ ନିଅ ଆଉ ଥରେ ଗରମ କରି ଆଣିଛି”
ଗଭୀର ଆଶ୍ବସ୍ତିରେ ପତ୍ନୀକୁ ଚାହିଁ, “ନା ସେ କିଛି ନୁହେଁ” କହି ଚା’ କପରେ ଚୁମୁକ ଦେଲା ସତରେ କଣ ଏଇୟା ହିଁ ନିୟତିର ଖେଳ? ସ୍ବଗତୋକ୍ତି କଲା ସେ
Go Back to Previous Page
ସ୍ବାଭିମାନର ଅନ୍ୟ ଏକ ରୂପ
ବିକେଶ କୁମାର ସାହୁ
Read Article
ଅସମ୍ଭବ ନୁହେଁ
ଜୀତେନ୍ଦ୍ର କୁମାର କହଁର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ