ଦୁନିଆରେ ଅନେକ କିସମର ଲୋକ ଅଛନ୍ତି ତାରି ଭିତରୁ ଏମିତି ମଣିଷ ବି ଅଛନ୍ତି ସେଇ କଥା ପ୍ରଶାନ୍ତକୁ କୁ ନ ଦେଖିଲେ କିଏ ବିଶ୍ୱାସ ବି କରନ୍ତେ ବା କାହିଁକି ଯେ ତା ପରିକା ମଣିଷ ଏ ସହରରେ କାହିଁକି ଆଖ ପାଖ ଚଉତିରିଶ ଖଣ୍ଡ ଗାଁରେ ବି ନ ଥିବେ ଆଉ ସେଇ କଥା ପାଇଁ ତାଙ୍କ ଗୁଣବତୀ ଘରଣୀ ରାଣୀ ସୁମତି ସଗର୍ବେ ସମସ୍ତ ଙ୍କ ଆଗରେ ଘୋଷଣା କରନ୍ତି ସ୍ୱାମୀ ତାଙ୍କର ହଜାରରେ ଗୋଟିଏ ଆଉ ଖାସ ସେଇଥି ପାଇଁ ସେ ନିଜେ ନିଜକୁ ନିଜର ନିଜସ୍ୱ କୋଟି ପୁଣ୍ୟର ଫଳ ମନେ କରେ ସେମିତିରେ ଭଗବାନ ଙ୍କ ଦୟାରୁ ପ୍ରଶାନ୍ତର କୌଣସି ପ୍ରକାର ଅସୁବିଧା ନାହିଁ ସହର ମ୍ୟୁନ୍ସିପାଲଟି ଅଫିସରେ ଛୋଟ ଚାକିରୀ ଟିଏ ଯେଉଁଥିରୁ ଆରମରେ ମାସିକ ଘର ଖର୍ଚ୍ଚ ସହିତ କିଛି ପଇସା ସଞ୍ଚୟ ହୋଇଯାଏ ଆହୁରି ତା ସାଙ୍ଗକୁ ପ୍ରଶାନ୍ତର ଅଣ୍ଟାଗୁଞ୍ଜା ବାବଦକୁ ବେଳ କାଳ ଦେଖି ମାଆ ଚଂଚଳା ଙ୍କ ଆଗମନ ଘଟେ ପ୍ରଶାନ୍ତ ବି କୋଉ କମ ସିଆଣିଆ କି ?କୌଣସି ମଉକା ଛାଡିବା ମଣିଷ ନୁହେଁ ,ସେଇ ସବୁ କାମ ପାଇଁ ସେ ଆଗୁଆ ପ୍ରସ୍ତୁତି କରିଦେଇ ସାରିଛି ତାରି ସାଥିରେ ଗୋଟେ ମେନୁ କାର୍ଡ ମଧ୍ୟ ସେ ତିଆରି କରିଦେଇଛି ଟେଣ୍ଡର ପାଇଁ ପନ୍ଦର ହଜାର,ଦସ୍ତଖତ ପାଇଁ କାମ ଜାଣି ଦାମ,ମେୟର ଙ୍କ ସାକ୍ଷାତକାର ପାଇଁ ଦୁଇ ହଜାର ଏମିତି ପ୍ରତ୍ୟକ କାମରେ ତା ମେନୁ କାର୍ଡ ସୁସର୍ଜିତ ହୋଇ ରହିଛି
ପାଞ୍ଚ ବର୍ଷ ବୟସ ରେ ପ୍ରଶାନ୍ତର ମାଆ ତାକୁ ଏକା କରି ଦୁନିଆ ଛାଡି ଚାଲିଗଲା ଏତେ ବଡ଼ ଦୁନିଆରେ ତାର ନିଜର କହିଲେ କେବଲ ତା ବାପା ମଧୁସୂଦନ ପଣ୍ଡା ଅବଶ୍ୟ ଅତି ଯତ୍ନ ରେ ସେ ପ୍ରଶାନ୍ତ କୁ ଦେଖାଶୁଣା କଲେ କେବେବି ତା କୁ ମାଆର ଅନୁପସ୍ଥିତି ର ଆଭାସ ବି ଅନୁଭବ କରିବାକୁ ଦେଇ ନ ଥିଲେ ସମୟ ସାଥିରେ ତାଳ ଦେଇ ଧୀରେ ଧୀରେ ପ୍ରଶାନ୍ତ ଯୌବନ ଅବସ୍ଥା ରେ ପଦାର୍ପଣ କଲା ତା ସାଙ୍ଗକୁ ବାପା ଙ୍କ ରୋଗ ବି ଆହୁରି ଅସମ୍ଭାଳ ହେବାରେ ଲାଗିଲା ତେଣୁ ମଧୁସୂଦନ ବାବୁ ପ୍ରଶାନ୍ତ କୁ ତାଙ୍କ ବନ୍ଧୁ ଭକ୍ତବନ୍ଧୁ ବାବୁ ଙ୍କ ଝିଅ ସୁମତି ସହ ବାହା କରି ଦେଇଛନ୍ତି ବହାଘର କୁ ଦୁଇ ମାସ ହୋଇଛିକି ନାଇଁ ସେ ମଧ୍ୟ ପ୍ରଶାନ୍ତ କୁ ଛାଡି ଚାଲିଗଲେ ବର୍ତ୍ତମାନ ପ୍ରଶାନ୍ତର ନିଜର କହିଲେ ସୁମଟିକୁ ଛାଡି ଏତେବଡ଼ ଦୁନିଆରେ ଆଉ କେହି ନାହାନ୍ତି କହିବା ଠିକ ହେବ
ଛୋଟ ବେଳୁ ପ୍ରଶାନ୍ତର ପଇସା ପ୍ରତି ଖୁବ ଲୋଭ ଏତେ ଦିନ ଭିତରେ ସେ କେବେ ବି ଛୋଟିଆ ଚକଲେଟ ଟିଏ ବି କିଣିନି ବାକିସବୁ କଥା ଛାଡ଼ନ୍ତୁ ଟଙ୍କା ପଇସା ପ୍ରତି ସେ ଖୁବ ଯତ୍ନବାନ ଠିକ ତା ପରି ସମାନ ପ୍ରବୃତିର ମଣିଷ ହେଉଛି ସୁମତି ସେ ହେଲେ କ'ଣ କମ ଯେ ? ସତରେ ଭଗବାନ ଙ୍କୁ ମାନିବାକୁ ପଡିବ କେମିତି ଯୋଡି ଜୁଟେଇଛନ୍ତି ଦୁହେଁ କେହି କାହାଠୁ କମ ନୁହନ୍ତି
ସେମିତି ସୁଖ ସୁବିଧାରେ ଦୁହିଁଙ୍କ ଜୀବନ ଆରମରେ ବିତିଯାଏ ପ୍ରତିଦିନ ପ୍ରଶାନ୍ତ ଅଫିସ ଯାଏ ସୁମତିର ବାପା ଗୋଟେ ସୁନ୍ଦର ଗାଡି ତାକୁ ଯୌତୁକ ସୂତ୍ରରେ ଦେଇଛନ୍ତି କିନ୍ତୁ ବରଧରା ସମୟକୁ ଛାଡିଦେଲେ ଏ ଯାଏ ଗାଡି ଉପରେ ବସି କୁଆଡେ ଯିବା କଥା ତ ଦୂରରେ ଥାଉ ଏ ଯାଏ ଗାଡିଟାରେ ଟିକିଏ ବସିବା ବି ଉଚିତ ଭାବିନି ,କାଲେ ପୁରୁଣା ହୋଇଯିବ ଅଫିସ ଗଲାବେଳେ ଟିକେ ଗାଡିଟା ଉପରେ ଟିକିଏ ଆଖି ପକେଇ ଦିଅ ଆଉ ଫେରିବା ବେଳେ ବେଶ ସେତିକି ମାତ୍ର ବହୁତ ଦିନ ହେବ ଗାଡି ଟାକୁ ଧୋଇବ ବୋଲି ଭାବିଛି ହେଲେ କରିବ କ'ଣ ରବିବାର କୁ ଛାଡି ପ୍ରତି ଦିନ ତା ଅଫିସ କାମ ଫୁରସତ ବା କୋଉଠି ଯେ କରିବ
ତା ଆରଦିନ ରବିବାର ସକାଳୁ ସକାଳୁ ନିଦ ଭାଙ୍ଗିଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡିକୁ ସଫା କରିବ ଦାଣ୍ଡଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡିଯାଇଛି ଅଗତ୍ୟା ସେ ହାତରେ କନା ଆଉ ପାଣି ବଲତି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା ଏହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତକୁ କହିଲା,"ଆଜ୍ଞା ଟଙ୍କା କୋଡିଏଟା ଯଦି ଦେବେ,ମୁଁ ଧୋଇଦେବି " ପ୍ରଶାନ୍ତ ତାକୁ ଚାହିଁ କହିଲା, ତୁମକୁ ଗାଡି ଧୋଇଆସେ ?" ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କାର କଥା ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ଶହ ଟଙ୍କା ଚାଲିଯିବ ସେ ରାଜି ହୋଇଗଲା ଲୋକଟା କୁ ବାଲତି ଦେଉ ଦେଉ ପଚାରିଲା ହଇ ହୋ ଭାଇ ତମକୁ ତ ମୁଁ କେବେ ଏଇ ସହରରେ ଦେଖିନି ,ତମେ କୋଉଠୁ ଆସୁଛ କି? ତୁମ ଘର କଉଠି ? ଦେଖିବା କୁ ତ ଭଲ ପୋଷାକ ପତ୍ର ପିନ୍ଧିଛ ? ତୁମ ନା ଟା କ'ଣ କହିଲ?
ଏକା ସାଙ୍ଗରେ ପ୍ରଶାନ୍ତ ମୁହଁରୁ ଏତେ ଗୁଡ଼ାଏ ପ୍ରଶ୍ନ ଶୁଣି ସେଇ ବ୍ୟକ୍ତି ଜଣକ କିଛି ସମୟ ନିସ୍ତବ୍ଧ ଭାବରେ ଗାଡିର ରିଙ୍ଗ ତାକୁ କପଡ଼ାରେ ଘଷୁଥାନ୍ତି ପ୍ରଶାନ୍ତ ଟିକିଏ ଚୁପ ହୋଇ ଦାଣ୍ଡ ପିଣ୍ଡାରେ ବସି ପଡ଼ିଲା ଏତିକି ବେଳେ ଗୋଟେ ଅଜଣା କରୁଣ ସ୍ୱର ତା ଆଡ଼କୁ ଭାସି ଆସିଲା ପ୍ରଶାନ୍ତ ଏପଟ ସେପଟ ହୋଇ ଅନାଇଲା ତା ପରେ ଦେଖିଲା ସ୍ୱରଟା ସେଇ ଅଚିହ୍ନା ବ୍ୟକ୍ତିର ତା ଆବାଜ ରେ ସତେ କି ଅନେକ ଦୁଖଃ ଓ ଯନ୍ତ୍ରଣା ଭରି ରହିଥିବା ଭଳି ମନେହେଉଥାଏ ପ୍ରଶାନ୍ତ କିଛି କହିବା ପୂର୍ବରୁ ସେଇ ଅଚିହ୍ନା ମଣିଷ ଟା ଆରମ୍ଭ କରି ଦେଇ ସାରିଥିଲା ତା ଜୀବନର ସେଇ ଅଭୁଲା ଅତୀତର ଦୁଃଖଦ କାହାଣୀ..
ପ୍ରଶାନ୍ତ ନିସ୍ତବ୍ଧ ପାସାଣ ଟେ ପରି ନିର୍ବାକ ହୋଇ ସେଇ ଅଜଣା ମଣିଷ ଆଡକୁ ଚାହିଁ ରହିଥିଲା
ଅଜଣା ମଣିଷ ଟି ଅସ୍ପଷ୍ଟ ସ୍ୱରରେ କହିଚାଳିଲା....ସତରେ ବାବୁ ଏଇ ଦୁନିଆ ଟା କେଡେ ବିଚିତ୍ର ଦେଖୁନ ଏଇଠି ଯିଏ ଧର୍ମ କରୁଛି ତା କର୍ମ ଚାଲିଯାଉଛି ଆଉ ଯିଏ ଅଧର୍ମ କରୁଛି ଆରାମରେ ରହୁଛି ...ଏମିତି କାହିଁକି ବାବୁ...ଏଇ କଣ ଧର୍ମର ଫଳ???
ପ୍ରଶାନ୍ତ ପାଖରେ ଏଇ ସବୁ ପ୍ରଶ୍ନର ଉତ୍ତର ନ ଥିଲା କେବଳ ନିର୍ବାକ ହୋଇ ଚାହିଁରହିଥିଲା ସେଇ ମଣିଷଟା ଆଡକୁ ସେଇ ଅଜଣା ମଣିଷର ପ୍ରତିଟି ଶବ୍ଦ ସତେକି ପ୍ରଶାନ୍ତକୁ ଦୋହଲାଇ ଦେଉଥିଲା..ପୁଣି ସେ ଆରମ୍ଭ କରିଦେଲା ତା ଜୀବନର ସେଇ ଘଟଣା ସବୁର ଦରଦ ଭରା କାହାଣୀ..
ହସଖୁସିରେ ପୁରିଉଠୁଥିଲା ତାର ପରିବାର ତାଙ୍କ ସ୍ତ୍ରୀ ସାଙ୍ଗକୁ ତାଙ୍କ ଅମୂଲ୍ୟ ରତ୍ନପିଙ୍କୁ କୁ ନେଇ ଗୋଟିଏ ସୁନା ସଂସାରର ସତେକି ସରଗରଠୁ ବି ବଲିପଡୁଥିଲା ଘରର ହସଖୁସି ସୁରୁଖୁରୁରେ କଟି ଯାଉଥିଲା ତିନି ପ୍ରାଣୀ ଙ୍କ ଜୀବନ ଏତେ ଦିନ ଜୀବନ ଭିତରେ କେବେ କାହାସହ ଝଗଡା ତ ଦୂରର କଥା ଟିକିଏ ବଡ଼ ପାଟିରେ କଥା ବି ହେଇ ନାହାନ୍ତି ସେ ବାପା ଙ୍କ ନୀତି ଆଦର୍ଶରେ ସେ ଗଢ଼ା ତାଙ୍କ ବାପା ଙ୍କୁ ସେଇ ଗୋଟିଏ ପଦ କଥା ଆଜିବି ତାଙ୍କ ମନେଅଛି ସେ ସବୁ ବେଳେ କହୁଥିଲେ..
"ଜୀବନ ଥିଲେ ଭାଇ ପାତିବା ନାହିଁ ହାତ
ମଣିଷ ପରି ଦିନେ ମଣିଷ ହୋଇବାତ "
ଏଇ ପଦିଏ କଥା କୁ ନିଜ ଜୀବନର ମୂଳ ମନ୍ତ୍ର କରିଦେଇ ଆଜି ଯାଏ ମୁଣ୍ଡ ଉଠେଇ ବାଟ ଚାଲିଛନ୍ତି ଯେତେ ଝଡ଼ ଝଞ୍ଜା ଆସୁନା କାହିଁକି ଜୀବନ ଥିବା ଯାଏ ସେ କେବେ କା ଆଗରେ ହାତ ପତେଇ ନାହାନ୍ତି କି ପତେଇବେ ନାହିଁ ଏଇ ହି ତାଙ୍କ ଜୀବନର ବିଜମନ୍ତ୍ର ପାଲଟି ଯାଇଛି
ବାପା ଙ୍କ ସର୍ଗବାସ କୁ ଦଶ ବର୍ଷ ବିତିଗଲାଣି ତଥାପି ସବୁବେଳେ ତାଙ୍କ ହାତ ମୁଣ୍ଡ ଉପରେ ଥିବାର ସେ ଅନୁଭବ କରନ୍ତି ଆଜକୁ ଦଶ ବର୍ଷ ପୂର୍ବେ ସେ ଯେଉଁ ଭୁଲ କରିଥିଲେ ଯାହାଥିଲା ତାଙ୍କ ଜୀବନର ସବୁଠାରୁ ବହୁତ ବଡ଼ ଭୁଲ ବାପାଙ୍କ ବିରୁଦ୍ଧରେ ଯାଇ ସେ ସୁଲଗ୍ନା ପ୍ରେମ ରେ ପଡି ତାକୁ ପ୍ରେମ ବିବାହ କରିଥିଲେ ଯେଉଁଠି ପାଇଁ ଆଜି ତାଙ୍କ ଏଇ ଅବସ୍ଥା ଯାହାକୁ ଜୀବନଠୁ ବେଶୀ ଭଲ ପାଇଁ ନିଜ ଠାକୁର ସମାନ ବାପାଙ୍କ ବିରୁଦ୍ଧରେ ଗଲେ ସେ ତାଙ୍କୁ ଛାଡି ଆଜି ତା ପୁରୁଣା ପ୍ରେମିକ ସାଥିରେ ଆମେରିକା ଚାଲି ଯାଇଛି ତା ସାଙ୍ଗକୁ ନେଇ ଯାଇଛି ଦିନରାତି ଏକ କରି ,ମୁଣ୍ଡ ଝାଳ ତୁଣ୍ଡରେ ମାରି ସଞ୍ଚୟ କରିଥିବା ସବୁ ତକ ଧନ ରତ୍ନ ଓ ସୁନା ଗହଣା ଏପଟେ ଘର ତିଆରି ପାଇଁ ବ୍ୟାଙ୍କରୁ ଆଣିଥିବା ଦଶ ଲକ୍ଷ ଟଙ୍କା ଏ ଯାଏ ପୈଠ ହୋଇନି ବ୍ୟାଙ୍କ ମ୍ୟାନେଜର ଙ୍କ ବାରମ୍ବାର ନୋଟିସ ଆସୁଛି ତା ସାଙ୍ଗକୁ ରିଙ୍କୁର ଯତ୍ନ ଏତେ ସବୁ ଅସୁବିଧା ସତ୍ୱେ ସେ ଭାଙ୍ଗିପଡି ନାହାନ୍ତି ତିନି ଦିନ ହେବ ଭୋକିଲା ପେଟରେ ଘୁରିବୁଲୁଛନ୍ତି ଏପଟେ ରିଙ୍କୁର ଦେହ ଅସୁସ୍ତ କ'ଣ କରିବେ କିଛି ବୁଝି ପାରୁନାହାନ୍ତି ତଥାପି କାହା ଆଗରେ ଏଯାଏ ହାତ ପାତି ନାହାନ୍ତି ଅନେକ ଥର ଚେଷ୍ଟା କରିଛନ୍ତି ହେଲେ ସବୁ ବେଳେ ବାପାଙ୍କ ସେଇ ଗୋଟିଏ ପଦ କଥା ଜଳ ଜଳ ହୋଇ ଆଖି ଆଗରେ ଭାସିଆସେ ସେ ଆଉ କରନ୍ତେ ବା କ'ଣ ?
କହୁ କହୁ ତାଙ୍କ ଆଖିରୁ ଝରି ଯାଉଥାଏ ଲୁହ ଚୀର ସ୍ରୋତା ନଈ ଟେ ପରି ପ୍ରଶାନ୍ତ କେବଳ ମନ୍ତ୍ର ମୁଦ୍ଧ ହେଇ ଏକ ମନ ଏକ ଲୟରେ ଚାହିଁରହିଥାଏ ନିର୍ବାକ ଓ ନିସ୍ତବ୍ଧ ହୋଇ ସେମିତି ବସିରହିଥାଏ ତା ଆଖିରୁ ମଧ୍ୟ ଝରି ଯାଉ ଥାଏ ଦୁଇଧାର ଲୁହ........
ଆଉ ସେତିକି ବେଳେ ସେ ବୁଝି ସାରିଥାଏ ସେଇ ଚାରି ଶବ୍ଦ ବିଶିଷ୍ଟ ସ୍ୱାଭିମାନର ପ୍ରକୃତ ଅର୍ଥ......
Go Back to Previous Page
ଗଳ୍ପ ସ୍ପର୍ଦ୍ଧା
ବିଜୟିନୀ ପଣ୍ଡା
Read Article
ନିୟତିର ଖେଳ
ସିପ୍ରା ନାମତା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ