ପ୍ରଶାନ୍ତର ବାପା ଥିଲେ ବହୁତ ଗରିବ ଚାଷବାସ କରି ନିଜର ପେଟ ପୋଷନ୍ତି ଯାହା ଯେତିକି ଅମଳ ହୁଏ ତାଙ୍କର ପରିବାର ହସଖୁସିରେ ଚଳି ଯାଆନ୍ତି ବାପା ଦିନ ସାରା ବିଲରେ କାମ କରନ୍ତି ସନ୍ଧ୍ୟାହେଲେ ରଘୁ ମହାଜନ ଘରକୁ ଯାଇ ତାଙ୍କର ବୋଲହାକ କରନ୍ତି ତାଙ୍କର କାମ ସିନା କରନ୍ତି କିନ୍ତୁ ତାଙ୍କ ପିଣ୍ଢାକୁ ଉଠିବା ମନା କଣ ନା ଛୋଟ ଜାତି ସେଠି କାଳେ ପାଦ ପଡିଲେ ତାଙ୍କୁ ଛୁଆନ୍ତା ଲାଗିଯିବ ବାହାରେ ବାହାରେ ସେମାନଙ୍କ ଗାଈ ଗୋରୁ ଧନ୍ଦା କରି ବାପା ଘରକୁ ଫେରି ଆସନ୍ତି
ସେଥି ପାଇଁ ମଧ୍ୟ ତାଙ୍କୁ କିଛି ପାରିଶ୍ରମିକ ମିଳେ ନାହିଁ କଣ ନା ପାଞ୍ଚ ବର୍ଷ ତଳେ ବନ୍ୟା ଆସିବାରୁ ଚାଷବାସ ସବୁ ଧୋଇଗଲା ଯେଉଁଥି ପାଇଁ ବାପା ସେମାନଙ୍କ ପାଖରୁ କିଛି କରଜ ଆଣିଥିଲେ ସେହି ଦିନରୁ ସୁଝୁଛନ୍ତି ଯେ ସୁଝୁଛନ୍ତି ମୂଳ କଣ ସୁଧ ସୁଧା ଏପର୍ଯ୍ୟନ୍ତ କାଳେ ପରିଶୋଧ ହୋଇନି ମହାଜନ ମାନଙ୍କର କି ହିସାବ କେଜାଣି ? ଏମିତି ସୁଧହାର ହିସାବ ଦେଖେଇ ଗରିବ ମାନଙ୍କ ଧନରେ ରାଜୁତି କରୁଛି ରଘୁ ମହାଜନ ପ୍ରଶାନ୍ତ ମଧ୍ୟ କେତେଥର ବାପାଙ୍କ ସହିତ ସେହି ରଘୁ ମହାଜନ ଘରକୁ ଯାଇଛି ଥରେ ଛୋଟ ବେଳେ ଯାଇଥିଲା ଯେ ନିଜ ଅଜାଣତେ ମହାଜନ ଘର ପିଣ୍ଢାକୁ ଉଠି ଯାଇଥିଲା,ମହାଜନ ଲୋକ ଲଗେଇ ତାକୁ କେତେ ପିଟିଲେ ଟିକେ ବି ଦୟମାୟା ନାହିଁ ତାଙ୍କର ବାପା ତାଙ୍କର କେତେ କାକୁତି ମିନତୀ ହେଲା ପରେ ଯାଇ ଛାଡିଥିଲେ ସେହି ଦିନରୁ ସିଏ ଆଉ କେବେ ମହାଜନ ଘରକୁ ଯାଇନି
ପ୍ରଶାନ୍ତ ସେତେବେଳେ ମ୍ୟାଟ୍ରିକ ପରୀକ୍ଷା ଦେବାରେ ଥାଏ ମହାଜନ ମୁଣ୍ଡରେ କି ବୁଦ୍ଧି ପଶିଲା କେଜାଣି ତାଙ୍କର ଘରଟିକୁ ନିଲାମ କରିଦେଲା ସେହିଦିନରୁ ବାପପୁଅ ଦୁହେଁ ପଡିଆ ଉପରେ ଏକ ଚାଳିଆ କରି ରହୁଥିଲେ ଆଉ ଏବେ ଏବେ ପ୍ରଶାନ୍ତର ଚାକିରୀ ହେବାରୁ ତାଙ୍କର ଅବସ୍ଥା ସୁଧୁରିଛି ଛୋଟ ଘରଟେ କିଣିଛନ୍ତି ବାପାଙ୍କର ବି ବୟସ ହୋଇଗଲାଣି ବହୁତ ଦୁଃଖ କଷ୍ଟରେ ବାପା ତାକୁ ମଣିଷ କରିଥିଲେ ଜୀବନରେ ସୁଖ କଣ ସେ ଜାଣି ନାହାନ୍ତି ସେଥିପାଇଁ ଦୁଇ ମାସ ତଳେ ପ୍ରଶାନ୍ତ ଗୋଟେ କାର କିଣିଥିଲା ଭାବିଥିଲା ବାପାଙ୍କୁ ବସେଇ ଟିକେ ଭଲ ଭଲ ଜଗା ବୁଲେଇ ଦେଖେଇବ ବୋହୁଟି ମଧ୍ୟ ବାପାଙ୍କର ଭଲ ସେବା କରୁଥିଲା
କାରଟିକୁ ରଖି ସବୁଦିନ ପ୍ରଶାନ୍ତ ବାଇକରେ ଅଫିସ ଯାଏ ସେଦିନ ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ଯେମିତି ବି ହେଉ ଗାଡିଟିକୁ ସଫା କରିବ ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପ୍ରରସ୍ତେ ପଡି ଯାଇଛି ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲତି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା ଏହି ସମୟରେ ରାସ୍ତାରେ ଯାଉଥିବ ଗୋଟାଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତ କୁ କହିଲା "ଆଜ୍ଞା ଟଙ୍କା କୋଡ଼ିଏଟା ଯଦି ଦେବେ,ମୁଁ ଧୋଇଦେବି "ପ୍ରଶାନ୍ତ ତାକୁ ଚାହିଁ କହିଲା,"ତୁମକୁ ଗାଡି ଧୋଇଆସେ ?" ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡ଼ିଏ ଟଙ୍କାର କଥା ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ ଶହ ଟଙ୍କା ଚାଲିଯିବ ସେ ରାଜି ହୋଇଗଲା ଲୋକଟାକୁ ବାଲତି ଦେଉ ଦେଉ ପଚାରିଲା ....ଆପଣଙ୍କ ଘର କେଉଁଠି ? ଆମ ଗାଁର ଜଣେ ରଘୁ ମହାଜନ ଥିଲା ଦେଖିବାକୁ ଠିକ ତୁମରି ପରି କିନ୍ତୁ ଆପଣ ପେଟ ପାଇଁ ଏ ବୟସରେ ମଧ୍ୟ କମ କରୁଛନ୍ତି କିନ୍ତୁ ସେ ଗରିବ ମାନଙ୍କ ଧନରେ ରାଜ କରୁଛି I କେତେ ଜଣଙ୍କ ଆଖିରେ ଲୁହ ଦେଇଛି ତାର ସୀମା ନାହିଁ ସମସ୍ତଙ୍କ ଧନ ସମ୍ପତ୍ତିକୁ ହାତେଇ ନେଇଛି କିନ୍ତୁ ଆପଣ ତ ମହାନ ଏ ବୟସରେ ମଧ୍ୟ ନିଜର ପେଟ ପୋଷିବାକୁ ସଂଗ୍ରାମ କରୁଛନ୍ତି
ଲୋକଟି ଆଖିରେ ଲୁହ ଆସି ଗଲା କାନ୍ଦି କାନ୍ଦି କହିଲା ମୁ ସେହି ରଘୁ ମହାଜନ ସମସ୍ତଙ୍କ ଆଖିର ଲୁହରେ ଆଜି ମୋର ଏହି ଅବସ୍ଥା ମୁ ଆଜି ଭିକାରୀ ଠୁଁ ମଧ୍ୟ ହିନ ଅସତ ଉପାୟରେ ଟଙ୍କା ରୋଜଗାର କରୁଥିଲି ଟ୍ୟାକ୍ସ ମଧ୍ୟ ଭରୁନଥିଲି ଏଖବର ପାଇଁ ଇନକମ ଟ୍ୟାକ୍ସ ଵାଲା ମୋର ମୋ ଘରେ ଚଢ଼ାଉ କରି ମୋର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ସିଜ କରିନେଲେ ଆଉ ମୋତେ ଭିକାରୀ ସଜେଇ ଦେଲେ I ଆଜି ମୁଁ ଭାବୁଛି ଧନ ସମ୍ପତ୍ତି କେବେ ବି ଚିତ୍ରସ୍ଥାୟୀ ନୁହେଁ ଦେଖ ମୁ ତୁମକୁ ମୋ ଦାଣ୍ଡକୁ ଉଠେଇ ଦେଉ ନଥିଲି କିନ୍ତୁ ପେଟ ବିକଳରେ ଆଜି ମୁ ତୁମରୁ ପାଖକୁ କାମ କରିବାକୁ ଆସିଛି
ପ୍ରଶାନ୍ତ ଭାବୁଥାଏ ସବୁକିଛି ସମୟ ହାତରେ ଡୋରୀ ସମୟର ଚକ୍ରରେ ସମସ୍ତେ ଚକା ଭଉଁରି ଖେଳୁଛନ୍ତି I
ନ-10, ଫାଷ୍ଟ ଫ୍ଲୋର, ଫାଷ୍ଟ ବି କ୍ରସ, ଏସ.ଜି.ଇନ ଲେଆଉଟ,
କସମିକ ଏମ୍ବାସୀ, ବାଙ୍ଗାଲୋର-560027.
ମୋ-08310328345
Go Back to Previous Page
ବ୍ରେକିଂ ନ୍ୟୁଜ୍
ଅରବିନ୍ଦ ଆଚାର୍ଯ୍ୟ
Read Article
ଦରପୋଡ଼ା କାଠ
ସୁବଳ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ